ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ ପେନ୍‌କିଲର୍‌ ଖାଇବା ବଦଳରେ ଖାଇପାରିବେ ନ୍ୟାଚୁରାଲ୍‌ ପେନ୍‌କିଲର୍‌

The Sakala Picture
Published On

ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ, ସମସ୍ତେ ପେନ୍‌କିଲର୍‌ ଖୋଜିଥାନ୍ତି। କିନ୍ତୁ ଡାକ୍ତରମାନେ କହନ୍ତି ଯେ, ଅଧିକ ପେନ୍‌କିଲର୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏମିତି କିଛି ଖାଦ୍ୟ ରହିଛି, ଯାହା ପ୍ରାକୃତିକ ଭାବେ ଦରଜକୁ ଦୂର କରିଥାଏ। ସେସବୁ ଜିନିଷ ରୋଷେଇଘରୁ ହିଁ ମିଳିଯାଇପାରିବ। ନ୍ୟାଚୁରାଲ୍‌ ପେନ୍‌କିଲର୍‌ ତାଲିକାର ସବୁଠାରୁ ଆଗରେ ଅଛି ହଳଦୀ। ଶରୀର ଦରଜ, ଗଣ୍ଠିବାତ, ଆଘାତ ଲାଗି ନୀଳ ପଡ଼ିଯାଇଥିବା ସ୍ଥାନ ବା ଆଘାତ ଲାଗି ଦରଜ ହୋଇଯାଇଥିଲେ, ସୋରିଷ […]

ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ, ସମସ୍ତେ ପେନ୍‌କିଲର୍‌ ଖୋଜିଥାନ୍ତି। କିନ୍ତୁ ଡାକ୍ତରମାନେ କହନ୍ତି ଯେ, ଅଧିକ ପେନ୍‌କିଲର୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏମିତି କିଛି ଖାଦ୍ୟ ରହିଛି, ଯାହା ପ୍ରାକୃତିକ ଭାବେ ଦରଜକୁ ଦୂର କରିଥାଏ। ସେସବୁ ଜିନିଷ ରୋଷେଇଘରୁ ହିଁ ମିଳିଯାଇପାରିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

  • ନ୍ୟାଚୁରାଲ୍‌ ପେନ୍‌କିଲର୍‌ ତାଲିକାର ସବୁଠାରୁ ଆଗରେ ଅଛି ହଳଦୀ।
  • ଶରୀର ଦରଜ, ଗଣ୍ଠିବାତ, ଆଘାତ ଲାଗି ନୀଳ ପଡ଼ିଯାଇଥିବା ସ୍ଥାନ ବା ଆଘାତ ଲାଗି ଦରଜ ହୋଇଯାଇଥିଲେ, ସୋରିଷ ତେଲରେ ହଳଦୀ ଓ ରସୁଣ ପକାଇ ଫୁଟାନ୍ତୁ। ତେଲ ଉଷୁମ ହୋଇଯିବା ପରେ ଦରଜ ସ୍ଥାନରେ ଲଗାଇଲେ, ଆରାମ ମିଳିଥାଏ।
  • ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗସ୍‌ ଗୁଣରେ ଭରପୂର ରସୁଣ, କାନ ଦରଜ ସମସ୍ୟାର ଉପଶମ ପାଇଁ ବ୍ୟବହାର କରାଯାଏ। ଏଥିପାଇଁ ରସୁଣ ତେଲର ଆବଶ୍ୟକତା ରହିଛି।
  • ମାଂସପେଶୀଜନିତ ଦରଜ ପାଇଁ ପିପରମିଣ୍ଟ୍‌ ବିଶେଷ ଲାଭଦାୟକ। ମୁଣ୍ଡ ବିନ୍ଧୁଥିଲେ ପିପରମିଣ୍ଟ୍‌ ତେଲ ବ୍ୟବହାର କରନ୍ତୁ।
  • ପାଣି ହେଉଛି ଏକ ପ୍ରାକୃତିକ ଦରଜନାଶକ। ଯେ କୌଣସି ଶରୀର ଦରଜ ହେଉ ନା କାହିଁକି, ଅଧିକରୁ ଅଧିକ ପାଣି ପିଅନ୍ତୁ। କିଛି ସମୟ ପରେ ଆରାମ ମିଳିବ। ପିରିୟଡ୍‌ ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଧିକ ପାଣି ପିଇବା ଆବଶ୍ୟକ।
  • ଦାନ୍ତ ବିନ୍ଧୁଥିଲେ ଗୋଟିଏ ଲବଙ୍ଗକୁ ନେଇ ଦରଜ ସ୍ଥାନରେ ରଖନ୍ତୁ କିମ୍ବା ଲବଙ୍ଗ ତେଲ ମଧ୍ୟ ଲଗାଇପାରିବେ।
15 Jan 2022 By The Sakala

ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ ପେନ୍‌କିଲର୍‌ ଖାଇବା ବଦଳରେ ଖାଇପାରିବେ ନ୍ୟାଚୁରାଲ୍‌ ପେନ୍‌କିଲର୍‌

ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ, ସମସ୍ତେ ପେନ୍‌କିଲର୍‌ ଖୋଜିଥାନ୍ତି। କିନ୍ତୁ ଡାକ୍ତରମାନେ କହନ୍ତି ଯେ, ଅଧିକ ପେନ୍‌କିଲର୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏମିତି କିଛି ଖାଦ୍ୟ ରହିଛି, ଯାହା ପ୍ରାକୃତିକ ଭାବେ ଦରଜକୁ ଦୂର କରିଥାଏ। ସେସବୁ ଜିନିଷ ରୋଷେଇଘରୁ ହିଁ ମିଳିଯାଇପାରିବ।

  • ନ୍ୟାଚୁରାଲ୍‌ ପେନ୍‌କିଲର୍‌ ତାଲିକାର ସବୁଠାରୁ ଆଗରେ ଅଛି ହଳଦୀ।
  • ଶରୀର ଦରଜ, ଗଣ୍ଠିବାତ, ଆଘାତ ଲାଗି ନୀଳ ପଡ଼ିଯାଇଥିବା ସ୍ଥାନ ବା ଆଘାତ ଲାଗି ଦରଜ ହୋଇଯାଇଥିଲେ, ସୋରିଷ ତେଲରେ ହଳଦୀ ଓ ରସୁଣ ପକାଇ ଫୁଟାନ୍ତୁ। ତେଲ ଉଷୁମ ହୋଇଯିବା ପରେ ଦରଜ ସ୍ଥାନରେ ଲଗାଇଲେ, ଆରାମ ମିଳିଥାଏ।
  • ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗସ୍‌ ଗୁଣରେ ଭରପୂର ରସୁଣ, କାନ ଦରଜ ସମସ୍ୟାର ଉପଶମ ପାଇଁ ବ୍ୟବହାର କରାଯାଏ। ଏଥିପାଇଁ ରସୁଣ ତେଲର ଆବଶ୍ୟକତା ରହିଛି।
  • ମାଂସପେଶୀଜନିତ ଦରଜ ପାଇଁ ପିପରମିଣ୍ଟ୍‌ ବିଶେଷ ଲାଭଦାୟକ। ମୁଣ୍ଡ ବିନ୍ଧୁଥିଲେ ପିପରମିଣ୍ଟ୍‌ ତେଲ ବ୍ୟବହାର କରନ୍ତୁ।
  • ପାଣି ହେଉଛି ଏକ ପ୍ରାକୃତିକ ଦରଜନାଶକ। ଯେ କୌଣସି ଶରୀର ଦରଜ ହେଉ ନା କାହିଁକି, ଅଧିକରୁ ଅଧିକ ପାଣି ପିଅନ୍ତୁ। କିଛି ସମୟ ପରେ ଆରାମ ମିଳିବ। ପିରିୟଡ୍‌ ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଧିକ ପାଣି ପିଇବା ଆବଶ୍ୟକ।
  • ଦାନ୍ତ ବିନ୍ଧୁଥିଲେ ଗୋଟିଏ ଲବଙ୍ଗକୁ ନେଇ ଦରଜ ସ୍ଥାନରେ ରଖନ୍ତୁ କିମ୍ବା ଲବଙ୍ଗ ତେଲ ମଧ୍ୟ ଲଗାଇପାରିବେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp