ମୋବାଇଲ୍‌ ଆପ୍‌ ଚିହ୍ନଟ କରିବ କ୍ୟାନସର୍‌ ଓ ଅନ୍ୟ ସମସ୍ୟା

The Sakala Picture
Published On

କ୍ୟା ନସର୍‌ ଏକ ପ୍ରାଣଘାତୀ ରୋଗ ଏବଂ ଏହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ। କିନ୍ତୁ ଉଚିତ ସମୟ ଭିତରେ ଏହି ରୋଗ ଚିହ୍ନଟ ହେଲେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଥାଏ। ତେଣୁ ଏବେ ଭାରତରେ ଏମିତି ଏକ ନୂତନ ମୋବାଇଲ୍‌ ଆପ୍‌ ନିର୍ମାଣ କରାଯାଇଛି, ଯାହାଦ୍ବାରା କେବଳ ୧୫ରୁ ୩୦ ସେକେଣ୍ଡ୍‌ ଭିତରେ କ୍ୟାନସର୍‌ କୋଷଗୁଡ଼ିକ ଚିହ୍ନଟ ହୋଇପାରିବ। କେବଳ ଏତିକି ନୁହେଁ, ଏହି ଆପ୍‌ ବ୍ରଣ, ସୋରିଆସିସ୍‌, ଭିଟିଲିଗୋ, ଟିନିୟା, ଏକ୍‌ଜିମା, ଏଲୋପେସିଆ […]

କ୍ୟା ନସର୍‌ ଏକ ପ୍ରାଣଘାତୀ ରୋଗ ଏବଂ ଏହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ। କିନ୍ତୁ ଉଚିତ ସମୟ ଭିତରେ ଏହି ରୋଗ ଚିହ୍ନଟ ହେଲେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଥାଏ। ତେଣୁ ଏବେ ଭାରତରେ ଏମିତି ଏକ ନୂତନ ମୋବାଇଲ୍‌ ଆପ୍‌ ନିର୍ମାଣ କରାଯାଇଛି, ଯାହାଦ୍ବାରା କେବଳ ୧୫ରୁ ୩୦ ସେକେଣ୍ଡ୍‌ ଭିତରେ କ୍ୟାନସର୍‌ କୋଷଗୁଡ଼ିକ ଚିହ୍ନଟ ହୋଇପାରିବ। କେବଳ ଏତିକି ନୁହେଁ, ଏହି ଆପ୍‌ ବ୍ରଣ, ସୋରିଆସିସ୍‌, ଭିଟିଲିଗୋ, ଟିନିୟା, ଏକ୍‌ଜିମା, ଏଲୋପେସିଆ ଏରିଆଟା ଭଳି ଅନ୍ୟ ୫୦ଟି ତ୍ବଚା ରୋଗ ସମ୍ପର୍କରେ ୮୦ ପ୍ରତିଶତ ସଠିକ୍‌ ତଥ୍ୟ ଦେଇଥାଏ। ଦିଲ୍ଲୀ ଏମ୍ସ ଦ୍ବାରା ନ୍ୟୁରିଥମ୍‌ ଲ୍ୟାବ୍‌ ଷ୍ଟାର୍ଟଅପ୍‌ ସହିତ ମିଶି ଏକ ସ୍ମାର୍ଟଫୋନ୍ କମ୍ପାନୀ ଏହି ନୂତନ ହେଲ୍‌ଥ ଆପ୍‌ ପ୍ରସ୍ତୁତ କରିଛନ୍ତି। ଏହି ଆପ୍‌ ଦ୍ବାରା ମୁଖ କ୍ୟାନସର୍‌ ଓ ଅନ୍ୟ ତ୍ବଚା ରୋଗର ନିଦାନ ହୋଇପାରିବ। ଏହି ଆପ୍‌ର ନାମ ରଖାଯାଇଛି ‘ଡର୍ମାଏଡ୍‌’, ଯାହାକି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଆଲ୍‌ଗୋରିଦିମ୍‌’ ଦ୍ବାରା କାର୍ଯ୍ୟକ୍ଷମ ହୋଇପାରିବ।

ଏହାକୁ ଏକ ସାଧାରଣ ସ୍ମାର୍ଟଫୋନ୍‌ରେ ଉଚ୍ଚଶକ୍ତି ସମ୍ପନ୍ନ ‘ସ୍କିନ୍‌କେୟାର୍‌ ଟୁଲ୍‌’ରେ ପରିବର୍ତ୍ତନ କରାଯାଇପାରିବ। ସାମାନ୍ୟ ମୋବାଇଲ୍‌ ଆପ୍‌ ଦ୍ବାରା ରୋଗ ନୀରିକ୍ଷଣ କରିବା, ତ୍ବଚା ବିଶେଷଜ୍ଞଙ୍କ ପାଇଁ ବହୁତ ସହଜ ହେବ। ଏହି ଆପ୍‌ ଦ୍ବାରା ଡାକ୍ତର ରୋଗୀର ସଂକ୍ରମିତ ସ୍ଥାନର ଗୋଟିଏ ଫଟୋ ଉଠାଇଥାନ୍ତି ଏବଂ ତାହାକୁ କ୍ଲାଉଡ୍‌ ସର୍‌ଭର୍‌ରେ ଅପ୍‌ଲୋଡ୍‌ କରିଥାନ୍ତି। ଫଟୋ ପୋଷ୍ଟ୍‌ ହେବାର ମାତ୍ର ୩୦ ସେକେଣ୍ଡ୍‌ ପରେ ଉକ୍ତ ମୋବାଇଲ୍‌ ଆପ୍‌ରେ ରୋଗ ସମ୍ପର୍କିତ ତଥ୍ୟ ଆସିଯାଏ। ଭାରତରେ ହେଉଥିବା ଅଧିକାଂଶ ଫଙ୍ଗଲ୍‌ ସଂକ୍ରମଣ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆପ ବିଶେଷ ସହାୟକ ହେବ। ଫଙ୍ଗଲ୍‌ ସଂକ୍ରମଣକୁ ଷ୍ଟେରଏଡ୍‌ ବ୍ୟବହାର ନକରି ଚିକିତ୍ସା କରିହେବ। ତେଣୁ ଆଗାମୀ ଦିନରେ ଏହି ଆପ୍‌ ତ୍ବଚାଜନିତ ରୋଗର ଚିକତ୍ସା କ୍ଷେତ୍ରରେ ଏକ ଅଭୁତପୂର୍ବ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି।

19 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର