ଗର୍ଭନଷ୍ଟର କାରଣ ଓ ଏହି ସମସ୍ୟାର କିପରି ସମାଧାନ ହୋଇପାରିବ ଜାଣନ୍ତୁ…

The Sakala Picture
Published On

ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ ଏହା ପଛର କାରଣ, କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ତାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା। କାରଣ: ସାଧାରଣତଃ ୩୫ ବର୍ଷ ବୟସ […]

ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ ଏହା ପଛର କାରଣ, କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ତାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

କାରଣ: ସାଧାରଣତଃ ୩୫ ବର୍ଷ ବୟସ ପରେ ମିସ୍‌କ୍ୟାରେଜ୍‌ ବା ଗର୍ଭନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ବୟସରେ ଓଭାରି ବା ଡିମ୍ବାଶୟ ଦୁର୍ବଳ ହୋଇଥାଏ। ତାସହିତ ଏହି ବୟସରେ ଜଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ଗ୍ରାସିବା ଆରମ୍ଭ କରିଦେଇଥାଏ। ଜେନେଟିକ୍‌ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ। ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍‌କ୍ୟାରେଜ୍‌ ହେବାର ଆଶଙ୍କା ଅଧିକ ଥାଏ। ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍‌ କ୍ୟାରେଜ ଅଧିକ ହେଉଛି। ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ। ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ। ଦ୍ବିତୀୟ ତିନି ମାସରେ ଜରାୟୁରେ କୌଣସି ସମସ୍ୟା ଥିଲେ ଯଥା- ଜରାୟୁ ଟ୍ୟୁମର୍‌ ଆଦି କାରଣରୁ ଗର୍ଭନଷ୍ଟ ହୁଏ। ଏହାଛଡ଼ା ଅଧିକ ବୟସରେ ଗର୍ଭଧାରଣ, ଧାଁ ଧଉଡ଼, ପେଟ ଉପରେ ଚାପ ପଡ଼ିବା, ଯୌନାଙ୍ଗ ସଂକ୍ରମଣ ଆଦି କାରଣରୁ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

କେଉଁମାନଙ୍କୁ ଅଧିକ ବିପଦ
ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଅସୁସ୍ଥତା, ହର୍ମୋନାଲ ଅସନ୍ତୁଳନ, ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି, ରକ୍ତ ଜମାଟର ସମସ୍ୟା, ଥାଇରଏଡ୍‌, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚରକ୍ତଚାପ ସମସ୍ୟା, ଧୂମ୍ରପାନ, ବଂଶାନୁଗତ, ଭ୍ରୂଣରେ ରକ୍ତ ଏବଂ ପୋଷକତତ୍ତ୍ବର ଅଭାବ ଆଦି ଥିବା ମହିଳାଙ୍କ ପାଇଁ ଅଧିକ ବିପଦ ହୋଇଥାଏ। ଦୁର୍ବଳ ଭ୍ରୂଣକୋଷ, ଯୌନାଙ୍ଗ ସଂକ୍ରମଣ, ସେକ୍ସୁଆଲ ଟ୍ରାନ୍ସମିଶନ ରୋଗ, ଗର୍ଭାଶୟ ଆକାର, ପିସିଓଏସ୍‌ ଆଦି ବିଭିନ୍ନ କାରଣରୁ ଗର୍ଭନଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ହରପ୍ରୀତ୍‌ କୌର କୁହନ୍ତି।

ଗର୍ଭନଷ୍ଟ ରୋକିବାର ଉପାୟ: ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍‌ ଏସିଡ୍‌ ଏବଂ ଅନ୍ୟ ଭିଟାମିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଶର୍କରା ଓ ଥାଇରଏଡ୍‌ ପରୀକ୍ଷା କରାଇବା ନିହାତି ଆବଶ୍ୟକ। କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି।

24 Jan 2025 By The Sakala

ଗର୍ଭନଷ୍ଟର କାରଣ ଓ ଏହି ସମସ୍ୟାର କିପରି ସମାଧାନ ହୋଇପାରିବ ଜାଣନ୍ତୁ…

ଜଣେ ନାରୀ ଜୀବନରେ ମାତୃତ୍ବ ହିଁ ପୂର୍ଣ୍ଣତା ଆଣିଦିଏ। ‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି। ଏହି ସମୟଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। ତେବେ ବେଳେ ବେଳେ ଜଣେ ମହିଳା ଗର୍ଭଧାରଣ କରିଥିଲେ ମଧ୍ୟ ଅଚାନକ ତାଙ୍କର ଗର୍ଭନଷ୍ଟ ହୋଇଯାଏ। ତେବେ ଏହା ପଛର କାରଣ, କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ତାହାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା

କାରଣ: ସାଧାରଣତଃ ୩୫ ବର୍ଷ ବୟସ ପରେ ମିସ୍‌କ୍ୟାରେଜ୍‌ ବା ଗର୍ଭନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ବୟସରେ ଓଭାରି ବା ଡିମ୍ବାଶୟ ଦୁର୍ବଳ ହୋଇଥାଏ। ତାସହିତ ଏହି ବୟସରେ ଜଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ଗ୍ରାସିବା ଆରମ୍ଭ କରିଦେଇଥାଏ। ଜେନେଟିକ୍‌ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ। ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍‌କ୍ୟାରେଜ୍‌ ହେବାର ଆଶଙ୍କା ଅଧିକ ଥାଏ। ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍‌ କ୍ୟାରେଜ ଅଧିକ ହେଉଛି। ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ। ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ। ଦ୍ବିତୀୟ ତିନି ମାସରେ ଜରାୟୁରେ କୌଣସି ସମସ୍ୟା ଥିଲେ ଯଥା- ଜରାୟୁ ଟ୍ୟୁମର୍‌ ଆଦି କାରଣରୁ ଗର୍ଭନଷ୍ଟ ହୁଏ। ଏହାଛଡ଼ା ଅଧିକ ବୟସରେ ଗର୍ଭଧାରଣ, ଧାଁ ଧଉଡ଼, ପେଟ ଉପରେ ଚାପ ପଡ଼ିବା, ଯୌନାଙ୍ଗ ସଂକ୍ରମଣ ଆଦି କାରଣରୁ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ।

କେଉଁମାନଙ୍କୁ ଅଧିକ ବିପଦ
ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଅସୁସ୍ଥତା, ହର୍ମୋନାଲ ଅସନ୍ତୁଳନ, ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି, ରକ୍ତ ଜମାଟର ସମସ୍ୟା, ଥାଇରଏଡ୍‌, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚରକ୍ତଚାପ ସମସ୍ୟା, ଧୂମ୍ରପାନ, ବଂଶାନୁଗତ, ଭ୍ରୂଣରେ ରକ୍ତ ଏବଂ ପୋଷକତତ୍ତ୍ବର ଅଭାବ ଆଦି ଥିବା ମହିଳାଙ୍କ ପାଇଁ ଅଧିକ ବିପଦ ହୋଇଥାଏ। ଦୁର୍ବଳ ଭ୍ରୂଣକୋଷ, ଯୌନାଙ୍ଗ ସଂକ୍ରମଣ, ସେକ୍ସୁଆଲ ଟ୍ରାନ୍ସମିଶନ ରୋଗ, ଗର୍ଭାଶୟ ଆକାର, ପିସିଓଏସ୍‌ ଆଦି ବିଭିନ୍ନ କାରଣରୁ ଗର୍ଭନଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ହରପ୍ରୀତ୍‌ କୌର କୁହନ୍ତି।

ଗର୍ଭନଷ୍ଟ ରୋକିବାର ଉପାୟ: ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍‌ ଏସିଡ୍‌ ଏବଂ ଅନ୍ୟ ଭିଟାମିନ୍‌ ନେବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଶର୍କରା ଓ ଥାଇରଏଡ୍‌ ପରୀକ୍ଷା କରାଇବା ନିହାତି ଆବଶ୍ୟକ। କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି।

https://www.thesakala.in/health/miscarriage-causes-symptoms-risks-treatment/article-38212
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp