ଜାଣନ୍ତୁ ପିଲା ବିଳମ୍ବରେ କଥା କହିବାର କାରଣ ଓ ନିରାକରଣ….

The Sakala Picture
Published On

ଶିଶୁଟିଏ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ତେବେ ଅନେକ ପରିବାରରେ ପିଲାଟି ଯେଉଁ ସମୟରେ କଥା କହିବା ଆବଶ୍ୟକ, ତା’ଠାରୁ ବିଳମ୍ବ ଦେଖାଯାଏ। ଯଦିଓ ଏହା କୌଣସି ରୋଗ ନୁହେଁ, କିନ୍ତୁ ଏହାକୁ ଏକ ପ୍ରକାର ସମସ୍ୟା କୁହାଯାଇପାରେ। ହେଲେ କାହିଁକି ପିଲାଟି ଠିକ୍‌ ସମୟରେ କଥା ହୁଏ ନାହିଁ। କ’ଣ ରହିଛି ଏହା ପଛର କାରଣ। ଅଟିଜିମ୍‌, ଏଡିଏଚ୍‌ଡି ଭଳି ମସ୍ତିଷ୍କ ବିକାଶଜନିତ ସମସ୍ୟା ସହ ଏହାର […]

ଶିଶୁଟିଏ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ତେବେ ଅନେକ ପରିବାରରେ ପିଲାଟି ଯେଉଁ ସମୟରେ କଥା କହିବା ଆବଶ୍ୟକ, ତା’ଠାରୁ ବିଳମ୍ବ ଦେଖାଯାଏ। ଯଦିଓ ଏହା କୌଣସି ରୋଗ ନୁହେଁ, କିନ୍ତୁ ଏହାକୁ ଏକ ପ୍ରକାର ସମସ୍ୟା କୁହାଯାଇପାରେ। ହେଲେ କାହିଁକି ପିଲାଟି ଠିକ୍‌ ସମୟରେ କଥା ହୁଏ ନାହିଁ। କ’ଣ ରହିଛି ଏହା ପଛର କାରଣ। ଅଟିଜିମ୍‌, ଏଡିଏଚ୍‌ଡି ଭଳି ମସ୍ତିଷ୍କ ବିକାଶଜନିତ ସମସ୍ୟା ସହ ଏହାର କିଛି ସମ୍ପର୍କ ଅଛି କି ? ଯଦି ଏଭଳି ସମସ୍ୟା ଉପୁଜୁଛି, ତେବେ ସେଠାରେ ପରିବାର ଲୋକଙ୍କ ଦାୟିତ୍ବ କ’ଣ ହେବା ଦରକାର। ଏହାର ନିରାକରଣ କିଭଳି ହୋଇପାରିବ। ସେ ସମ୍ପର୍କିତ କିଛି ତଥ୍ୟ ସମସ୍ତେ ଜାଣି ରଖିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

କାରଣ
ଜନ୍ମର ଦେଢ଼ବର୍ଷ ପର୍ଯ୍ୟନ୍ତ ଶିଶୁ କୌଣସି କଥା ନକହି କେବଳ ଇଙ୍ଗିତ କରୁଥିଲେ ବା ନିଜର ଭାବକୁ ପ୍ରକାଶ କରିବାରେ ଅସମର୍ଥ ହେଉଥିଲେ, ସେହି ଅବସ୍ଥାକୁ ଡିଲେ ଲାଙ୍ଗୁଏଜ୍‌ ବୋଲି କୁହାଯାଏ। ଏହାର ଅନେକ କାରଣ ହୋଇପାରେ। ପ୍ରଥମତଃ ଜିନ୍‌ଗତ ଏବଂ ପରିବେଶ ସମ୍ବନ୍ଧୀୟ କାରଣ ଯୋଗୁଁ ଏହା ହୋଇପାରେ ବୋଲି ଅନୁମାନ କରାଯାଏ। ଏଥିରେ ମସ୍ତିଷ୍କ ଗଠନ, ବିକାଶ ତଥା ସ୍ନାୟବିକ ଏକୀକରଣ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ। ଜନ୍ମ ପୂର୍ବରୁ ବା ପରେ କିମ୍ବା ଜନ୍ମ ସମୟରେ ଘଟିଥିବା କିଛି ଘଟଣା, ଯେପରିକି ମା’ବାପାଙ୍କ ଉଦ୍‌ବିଗ୍ନତା, ମାତାପିତାଙ୍କ ବୟସ ଅଧିକ ହେବା, ଜନ୍ମ ବେଳେ ପିଲା ନ କାନ୍ଦିବା ବା କମ୍‌ ଓଜନ ହେବା, ଗର୍ଭଧାରଣ ସମୟରେ ଶାରୀରିକ ଅସୁସ୍ଥତା, ଜନ୍ମ ପରେ କୌଣସି ରୋଗ ସଂକ୍ରମଣ ବା ବିଷାକ୍ତ ପଦାର୍ଥ ଦ୍ବାରା ପ୍ରଭାବିତ ହେବା ଆଦି କାରଣ ହୋଇପାରେ। ଏତଦ୍‌ ବ୍ୟତୀତ ପିଲାଟିଏ ଏକୁଟିଆ ରହିଲେ, ମୋବାଇଲ୍‌, ଟିଭି ଆଦି ଦେଖିଲେ, କିଛି ଡିଜ୍‌ଅର୍ଡର୍‌ ଯେମିତିକି ଅଟିଜିମ୍‌, ଏଡିଏଚ୍‌ଡି, ଲର୍ଣ୍ଣିଂଡିଜ୍‌ଅର୍ଡର୍‌, ସେରିବ୍ରାଲ୍‌ ପାଲସି ଆଦି ଥିଲେ, ଅସନ୍ତୁଳିତ ଜୀବନଚର୍ଯ୍ୟା ତଥା ଖାଦ୍ୟାଭାସ ମଧ୍ୟ ଅନ୍ୟ କେତେକ କାରଣ ହୋଇପାରେ।

ନିରୂପଣ ପ୍ରକ୍ରିୟା ଏବଂ ଚିକିତ୍ସା ପଦ୍ଧତି
ପିଲାଙ୍କ ପ୍ରାରମ୍ଭିକ ବିକାଶଧାରା ତଥା ବ୍ୟବହାରକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ତାଲିମପ୍ରାପ୍ତ ଚିକିତ୍ସକ, ଯଥା ଅକ୍ୟୁପେସନାଲ୍‌ ଥେରାପିଷ୍ଟ, ସ୍ପିଚ୍‌ ପାଥୋଲୋଜିଷ୍ଟ, ସାଇକୋଲୋଜିଷ୍ଟ, ତଥା ସ୍ପେସିଆଲ୍‌ ଏଜୁକେଟର୍‌ମାନଙ୍କ ଦ୍ବାରା ମୂଲ୍ୟାୟନ କରି ଏହା ନିରୂପଣ କରାଯାଏ। ବିଭିନ୍ନ ଶାରୀରିକ ପରୀକ୍ଷା ମାଧ୍ୟମରେ ଶିଶୁର ସମ୍ବେଦନଶୀଳତା (Semsory integration ability), ଶୁଣିବା ଅସୁବିଧା ଅଛି କି ନାହିଁ, ପିଲାଟି କେତେ ଦିନ କଥା କହିବାରେ ବିଳମ୍ବ କରୁଛି, ସେ ବାବଦରେ ଜାଣିହେବ। ଓରାଲ୍‌ ଆପ୍ରାସ୍ପିଆ, ଏକ୍ସପେସିଭ୍ ଆଫାଜିଆ ଆଦି ବିଶେଷଜ୍ଞଙ୍କ ଦ୍ବାରା ରୁଲ୍‌ଆଉଟ୍‌ କରାଯାଇପାରେ।

କଥା କହିବା ପାଇଁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇଥାଏ। ବିଭିନ୍ନ ଡେଭଲପ୍‌ମେଣ୍ଟାଲ୍‌ ସ୍କ୍ରିନିଂ ମାଧ୍ୟମରେ ଶିଶୁର କଥା କହିବାର ଶୈଳୀ ଓ ଆଖିର ସ୍ଥିତି ଆଦି ପରୀକ୍ଷା କରାଯାଏ। ଶିଶୁଟି ଭାଷାକୁ କେତେ ମାତ୍ରାରେ ବୁଝିପାରୁଛି, ସେସବୁ ମଧ୍ୟ ବିଭିନ୍ନ ଟେଷ୍ଟ ଦ୍ବାରା ଜାଣିହୁଏ। ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣକୁ ଚିହ୍ନଟ କରି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଷ୍ଟିମୁଲେସନ୍‌ ମାଧ୍ୟମରେ ଚିକିତ୍ସା କରାଇଲେ, ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହୋଇଥାଏ।

ପରିବାରର ଦାୟିତ୍ବ
-ଖାଇବା ସମୟରେ କିମ୍ବା ଫାଙ୍କା ସମୟରେ ଶିଶୁମାନଙ୍କୁ ଗଳ୍ପ ବା କାହାଣୀ ଶୁଣାନ୍ତୁ।

-ପ୍ରତ୍ୟେକ କାମ କରିବା ସମୟରେ, ସେହି କାମ ବାବଦରେ ପିଲାଙ୍କୁ କୁହନ୍ତୁ।

-କାମ କରିବା ସହ କଥା କହିବା ଫଳରେ ଶିଶୁଟି ଉକ୍ତ ବିଷୟରେ ଜାଣିପାରେ। ଏହା ଛଡ଼ା ତା’ର ଶବ୍ଦ ଜାଣିବା ଓ ଉପଯୋଗ କରିବା କ୍ଷମତା ବଢ଼ିଥାଏ।

-ପିଲାଙ୍କୁ ମୋବାଇଲ୍‌ ଏବଂ ଟିଭିରୁ ଦୂରେଇ ରଖନ୍ତୁ।

-ମା’ବାପା ମିଳିତ ଭାବେ ପିଲାଙ୍କ ସହ ବିଭିନ୍ନ ନୂଆ ଖେଳ ଖେଳିବା ଦରକାର।

-ଅନ୍ୟ ପିଲାଙ୍କ ସହ ମିଶିବାର ସୁଯୋଗ ସୃଷ୍ଟି କରନ୍ତୁ।

-ଦେଢ଼ରୁ ଦୁଇବର୍ଷ ମଧ୍ୟରେ କୌଣସି ସୁଫଳ ନ ମିଳିଲେ, ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

–  (ଅଧ୍ୟକ୍ଷ, ଡ୍ରିମ୍ସ କଲେଜ୍‌ ଅଫ୍ ଅକୁପେସନାଲ୍‌ ଏବଂ ଫିଜିଓଥେରାପି )

09 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର