ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ ମକା ସିଲ୍କ ଚା’
ମକା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। କିନ୍ତୁ ମକାରେ ଥିବା ପତ୍ର ଓ ସିଲ୍କ ସୂତା ଭଳି ଥିବା ଅଂଶକୁ ସମସ୍ତେ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ମକାରେ ଥିବା ସିଲ୍କ ସୂତା ଭଳି ଅଂଶ ସ୍ବାସ୍ଥ୍ୟକର ହୋଇଥାଏ। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଅଂଶର ବ୍ୟବହାର କରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଉଥିଲା। ନ୍ୟାଚୁରୋପାଥି ବିଶେଷଜ୍ଞମାନେ କହିଛନ୍ତି ଯେ, ମକାରେ ଥିବା ଏହି ସିଲ୍କ ସୂତାଭଳି ଅଂଶରେ ପୋଟାସିୟମ୍, କ୍ୟାଲ୍ସିୟମ୍, ଭିଟାମିନ୍ ବି୨ […]
ମକା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। କିନ୍ତୁ ମକାରେ ଥିବା ପତ୍ର ଓ ସିଲ୍କ ସୂତା ଭଳି ଥିବା ଅଂଶକୁ ସମସ୍ତେ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ମକାରେ ଥିବା ସିଲ୍କ ସୂତା ଭଳି ଅଂଶ ସ୍ବାସ୍ଥ୍ୟକର ହୋଇଥାଏ। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଅଂଶର ବ୍ୟବହାର କରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଉଥିଲା।
ନ୍ୟାଚୁରୋପାଥି ବିଶେଷଜ୍ଞମାନେ କହିଛନ୍ତି ଯେ, ମକାରେ ଥିବା ଏହି ସିଲ୍କ ସୂତାଭଳି ଅଂଶରେ ପୋଟାସିୟମ୍, କ୍ୟାଲ୍ସିୟମ୍, ଭିଟାମିନ୍ ବି୨ ଓ ଭିଟାମିନ୍ ସି ଓ ଭିଟାମିନ୍ କେ ଭଳି ପୋଷକତତ୍ତ୍ବ ଭରପୂର ମାତ୍ରାରେ ରହିଛି। ତେବେ ଏଥିରୁ ପ୍ରସ୍ତୁତ ଚା’ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଜଣେ ଅଭିଜ୍ଞ ଖାଦ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହି ଅଂଶକୁ ପାଣିରେ ଫୁଟାଇ, ଉକ୍ତ ପାଣିକୁ ଚା’ ଭଳି ପିଇବା ଉଚିତ। ଏହାଦ୍ବାରା କିଡ୍ନୀରେ ଥିବା ବିଷାକ୍ତ ତତ୍ତ୍ବ ଏବଂ ନାଇଟ୍ରେଟ୍ ବାହାରି ଯାଇଥାଏ ଏବଂ କିଡ୍ନୀ ସୁସ୍ଥ ରହେ। ପଥୁରୀ ରୋଗ ଦୂର ହୁଏ।
-ମକା ସିଲ୍କରୁ ପ୍ରସ୍ତୁତ ଚା’ ଦ୍ବାରା ପରିସ୍ରା ଦ୍ବାର ଜ୍ବଳନ, ଲାଲ୍ ରଙ୍ଗର ପରିସ୍ରା ସମସ୍ୟା ଏବଂ ପରିସ୍ରା ଦ୍ବାର ସଂକ୍ରମଣ ମଧ୍ୟ ଦୂର ହୋଇପାରିବ।
-ମକା ସିଲ୍କରେ ଥିବା ଅନେକ ପ୍ରକାର ଭିଟାମିନ୍ ଓ ମିନେରାଲ୍ସ ଇନ୍ସୁଲିନ୍କୁ ନିୟନ୍ତ୍ରଣରେ ରଖିଥାଏ, ଯାହାଦ୍ବାରା ମଧୁମେହ ହେବାର ଆଶଙ୍କା ନଥାଏ।
-ମକା ସିଲ୍କର ଚା’ ପିଇଲେ ହଜମ ଶକ୍ତି ବୃଦ୍ଧି ହେବା ସହ ମେଦବହୁଳତା ହ୍ରାସ ପାଇଥାଏ।