ସ୍ବାସ୍ଥ୍ଯ ପକ୍ଷେ ହାନିକାରକ ଆଲୁମିନିୟମ୍ ଫଏଲ

The Sakala Picture
Published On

ଆଲୁମିନିୟମ୍ ଫଏଲ୍‌ରେ ଖାଦ୍ୟ ରଖିବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଗରମ ହୋଇ ରହିଥାଏ ଏବଂ ଏହା ଜୀବାଣୁମୁକ୍ତ ବୋଲି କୁହାଯାଉଥବାରୁ ଆଲୁମିନିୟମ୍ ଫଏଲ୍‌ର ଚାହିଦା ବଢ଼ିବାରେ ଲାଗିଛି। ବଜାରରେ ମିଳୁଥିବା ରେଡିମେଡ୍ ଖାଦ୍ୟ ମଧ୍ୟ ଫଏଲ୍ ପ୍ୟାକ୍ ହୋଇ ଆସୁଛି । କିନ୍ତୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଆଲୁମିନିୟମ୍ ଫଏଲ୍ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏଥ୍‌ରେ ପ୍ୟାକ୍ ହୋଇଥିବା କିମ୍ବା ଫଏଲ୍ ଉପରେ ରଖି ଗରମ କରାଯାଉଥିବା […]

ଆଲୁମିନିୟମ୍ ଫଏଲ୍‌ରେ ଖାଦ୍ୟ ରଖିବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଗରମ ହୋଇ ରହିଥାଏ ଏବଂ ଏହା ଜୀବାଣୁମୁକ୍ତ ବୋଲି କୁହାଯାଉଥବାରୁ ଆଲୁମିନିୟମ୍ ଫଏଲ୍‌ର ଚାହିଦା ବଢ଼ିବାରେ ଲାଗିଛି। ବଜାରରେ ମିଳୁଥିବା ରେଡିମେଡ୍ ଖାଦ୍ୟ ମଧ୍ୟ ଫଏଲ୍ ପ୍ୟାକ୍ ହୋଇ ଆସୁଛି । କିନ୍ତୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଆଲୁମିନିୟମ୍ ଫଏଲ୍ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏଥ୍‌ରେ ପ୍ୟାକ୍ ହୋଇଥିବା କିମ୍ବା ଫଏଲ୍ ଉପରେ ରଖି ଗରମ କରାଯାଉଥିବା ଖାଦ୍ୟ ଏକ ଧିମା ବିଷ ଭଳି ଆମ ଶରୀର ଭିତରକୁ ଯାଉଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

– ଆଲୁମିନିୟମ୍ ଫଏଲ୍‌ରେ ପ୍ୟାକ୍ ହୋଇଥିବା ଖାଦ୍ୟ ଅଧିକ ଆଲୁମିନିୟମ୍ ଶୋଷକରେ। ମସଲାଯୁକ୍ତ ଖାଦ୍ୟ ପାଇଁ ଏହା ଆହୁରି ହାନିକାରକ। ଏହି ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଆଲୁମିନିୟମ୍‌ର ମାତ୍ରା ଅଧିକ ହୋଇଥାଏ । ଯାହାଦ୍ୱାରା କ୍ୟାନସର୍ ଓ ଆଲଜାଇମର୍ ହେବାର ଆଶଙ୍କା ବଢ଼ିଯାଏ। ଏହା ମସ୍ତିଷ୍କର କୋଷ ବୃଦ୍ଧିରେ ବାଧା ସୃଷ୍ଟି କରେ, ଯାହାଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ।

-ଶରୀରରେ ଆଲୁମିନିୟମ୍‌ର ମାତ୍ରା ଅଧିକ ହେଲେ ହାଡ଼ ଦୁର୍ବଳ ହୋଇଯାଏ । ଏହା ଦ୍ବାରା ଗଣ୍ଠି  ଯନ୍ତ୍ରଣା ଓ ଅଷ୍ଟିଓପୋରୋସିସ୍ ଭଳି ହାଡ଼ରୋଗ ହୋଇଥାଏ।

-ରକ୍ତରେ ଆଲୁମିନିୟମ୍ ମିଶିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି କମିଯାଏ ।

– କିଡ୍‌ନୀ ସମସ୍ୟା ଓ ଡିମେସିଆ ଭଳି ରୋଗ ଦେଖାଯାଏ ।

-ବିଭିନ୍ନ ପ୍ରକାର ଫଳକୁ କାଟି ଆଲୁମିନିୟମ୍ ଫଏଲ୍‌ରେ ରଖିବା ଯୋଗୁଁ ଫଳରେ ଥିବା ପୋଷକତତ୍ତ୍ବରେ ଅସନ୍ତୁଳନ ଦେଖାଯାଏ, ଯାହାଦ୍ବାରା ଫୁଡ୍‌ ପଏଜନ୍ ହେବାର ଆଶଙ୍କା ଥାଏ।

24 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp