ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ…

The Sakala Picture
Published On

ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି… ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ। ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ। ଅଟାରେ […]

ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

  • ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
  • ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
  • ଅଟାରେ ଅଳ୍ପ ଚୋକଡ଼ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
  • ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
  • ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
  • ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
  • ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
  • ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
  • ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
  • ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp