ଶିଶୁଙ୍କ କୋଲେଷ୍ଟ୍ରଲ୍‌ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ସହଜ ଓ ସରଳ ଉପାୟ…..

The Sakala Picture
Published On

ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ଜନିତ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଥାଏ। କିନ୍ତୁୂ ଏବେ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ ଯୋଗୁଁ ଶିଶୁଙ୍କଠାରେ ମଧ୍ୟ କୋଲେଷ୍ଟ୍ରଲ୍‌ ସ୍ତର ବୃଦ୍ଧି ପାଉଛି। ଏହି ସ୍ତର ବୃଦ୍ଧି ପାଇବା ଯୋଗୁଁ ଶରୀର ବିଭିନ୍ନ ଅଙ୍ଗକୁ ରକ୍ତ ଓ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚି ପାରେନାହିଁ। ଶିଶୁଙ୍କ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତର ବଢ଼ିବାର ମୁଖ୍ୟ କାରଣ ହେଉଛି –ବଂଶାନୁକ୍ରମିକ, ଜଙ୍କ୍‌ଫୁଡ୍‌ ଓ ମେଦବହୁଳତା। ତେବେ ଏହି ସମସ୍ୟା ଦୂର କରିବା ପାଇଁ କେତେକ […]

ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ଜନିତ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଥାଏ। କିନ୍ତୁୂ ଏବେ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ ଯୋଗୁଁ ଶିଶୁଙ୍କଠାରେ ମଧ୍ୟ କୋଲେଷ୍ଟ୍ରଲ୍‌ ସ୍ତର ବୃଦ୍ଧି ପାଉଛି। ଏହି ସ୍ତର ବୃଦ୍ଧି ପାଇବା ଯୋଗୁଁ ଶରୀର ବିଭିନ୍ନ ଅଙ୍ଗକୁ ରକ୍ତ ଓ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚି ପାରେନାହିଁ। ଶିଶୁଙ୍କ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତର ବଢ଼ିବାର ମୁଖ୍ୟ କାରଣ ହେଉଛି –ବଂଶାନୁକ୍ରମିକ, ଜଙ୍କ୍‌ଫୁଡ୍‌ ଓ ମେଦବହୁଳତା। ତେବେ ଏହି ସମସ୍ୟା ଦୂର କରିବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ରକ୍ତରେ କୋଲେଷ୍ଟ୍ରଲ୍‌ ସ୍ତର ଜାଣିବା ପାଇଁ ଏକ ସାଧାରଣ ରକ୍ତ ପରୀକ୍ଷା ରହିଛି। ଯଦି ପରିବାରରେ ବୟସ୍କଙ୍କର କୋଲେଷ୍ଟ୍ରଲ୍‌ ସମସ୍ୟା ଅଛି, ତା’ହେଲେ, ଶିଶୁମାନେ ମଧ୍ୟ ଏଥିରେ ପୀଡ଼ିତ ହୋଇଥାନ୍ତି। ତେଣୁ ଶିଶୁଙ୍କ ରକ୍ତ ପରୀକ୍ଷା ଓ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ବ୍ୟବଧାନରେ କରିବା ଉଚିତ।

-ବର୍ତ୍ତମାନ ଶିଶୁମାନେ କେବଳ ମୋବାଇଲ୍‌ ଓ ଲାପ୍‌ଟପ୍‌ ଧରି ବସୁଛନ୍ତି। କୌଣସି ଶାରୀରିକ ବ୍ୟାୟାମ ଓ ଖେଳକୁଦ ନ କରିବାରୁ ରକ୍ତରେ କୋଲେଷ୍ଟ୍ରଲ୍‌ ସ୍ତର ବୃଦ୍ଧି ପାଉଛି। ତେଣୁ ଶିଶୁଙ୍କୁ କୌଣସି ଶାରୀରିକ କାମ କରିବାକୁ ଦିଅନ୍ତୁ।

-ଶିଶୁଙ୍କଠାରେ କୋଲେଷ୍ଟ୍ରଲ୍‌ ସ୍ତର ହ୍ରାସ କରିବା ପାଇଁ ଲୋ-ଫ୍ୟାଟ୍‌ଯୁକ୍ତ ଡାଏରି ପ୍ରଡକ୍ଟକୁ ସାମିଲ୍‌ କରନ୍ତୁ ଏବଂ ଜଙ୍କ୍‌ଫୁଡ୍‌ ଆଦୌ ଦିଅନ୍ତୁ ନାହିଁ।

-୧ରୁ ୨ ବର୍ଷ ବୟସର ଶିଶୁ, ଯେଉଁମାନଙ୍କ ପରିବାରର ସଦସ୍ୟମାନେ ମେହବହୁଳତା, ହାଇ କୋଲେଷ୍ଟ୍ରଲ୍‌ ଓ କାର୍ଡିଓଭାସ୍କୁଲାର୍‌ ରୋଗରେ ପୀଡ଼ିତ, ସେହିଭଳି ଶିଶୁଙ୍କୁ ରିଡ୍ୟୁସ୍‌ଡ ଫ୍ୟାଟ୍‌ ମିଲ୍କ ଦେଇପାରିବେ।

-ପ୍ରତିଦିନ ଦୌଡ଼ିବା, ଚାଲିବା ଓ ସାଇକିଲିଂ କରିବା ସହିତ ବାହାରେ ଖେଳିବା ପାଇଁ ଶିଶୁଙ୍କୁ ଉତ୍ସାହିତ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp