ସାଇକଲ୍‌ ଚଲାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

The Sakala Picture
Published On

ସାଇକଲ୍‌ ଚଲାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପ୍ରତ୍ୟେକ ଦିନ ୩୦ ମିନିଟ୍‌ ସାଇକଲ୍‌ ଚଲାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ। ଯେ କୌଣସି ସମୟରେ ସାଇକଲ୍‌ ଚଲାଇପାରିବେ। କିନ୍ତୁ ଭୋରୁ ଉଠି ସାଇକଲ୍‌ ଚଲାଇବା ଦ୍ବାରା ବିଶେଷ ସ୍ବାସ୍ଥ୍ୟଲାଭ ହୁଏ। କିନ୍ତୁ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ବ୍ୟକ୍ତି, ଆସ୍ଥମା ରୋଗୀ, ହୃଦ୍‌ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ଆଦୌ ସାଇକଲ୍‌ ଚଲାନ୍ତୁ ନାହିଁ। ତେବେ ସାଇକଲ୍‌ ଚଲାଇବା ଦ୍ବାରା ନିମ୍ନଲିଖିତ ସ୍ବାସ୍ଥ୍ୟଲାଭ […]

ସାଇକଲ୍‌ ଚଲାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପ୍ରତ୍ୟେକ ଦିନ ୩୦ ମିନିଟ୍‌ ସାଇକଲ୍‌ ଚଲାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ। ଯେ କୌଣସି ସମୟରେ ସାଇକଲ୍‌ ଚଲାଇପାରିବେ। କିନ୍ତୁ ଭୋରୁ ଉଠି ସାଇକଲ୍‌ ଚଲାଇବା ଦ୍ବାରା ବିଶେଷ ସ୍ବାସ୍ଥ୍ୟଲାଭ ହୁଏ। କିନ୍ତୁ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ବ୍ୟକ୍ତି, ଆସ୍ଥମା ରୋଗୀ, ହୃଦ୍‌ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ଆଦୌ ସାଇକଲ୍‌ ଚଲାନ୍ତୁ ନାହିଁ। ତେବେ ସାଇକଲ୍‌ ଚଲାଇବା ଦ୍ବାରା ନିମ୍ନଲିଖିତ ସ୍ବାସ୍ଥ୍ୟଲାଭ ହୋଇଥାଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ପ୍ରତିଦିନ ସାଇକଲ୍‌ ଚଲାଇବା ଦ୍ବାରା ଗୋଡ଼ ଓ ପାଦର ବ୍ୟାୟାମ ହୋଇଥାଏ। ଯାହାଦ୍ବାରା ଗୋଡ଼ର ମାଂସପେଶୀ ମଜଭୁତ୍‌ ହୁଏ। ଅବସାଦ ଦୂର କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ସାଇକଲ୍‌ ଚଲାଇବା। ଏହା ସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

-ମାଂସପେଶୀକୁ ସୁଦୃଢ଼ କରିବା ସହିତ ଶରୀରର ମେଦ ବହୁଳତା କମ୍‌ କରିବା ଦିଗରେ ସାଇକଲ୍‌ ଚାଳନା ବେଶ୍‌ ଲାଭଦାୟକ। ପ୍ରତିଦିନ ୩୦ ମିନିଟ୍‌ ସାଇକେଲ୍‌ ଚଲାଇବା ଦ୍ବାରା ୨,୦୦୦ କ୍ୟାଲୋରି ହ୍ରାସ ହୋଇଥାଏ।

-ହୃଦୟ ଓ ଶ୍ବାସଜନିତ ସୁସ୍ଥତା ପାଇଁ ସାଇକଲ୍‌ ଚଲାଇବା ଉଚିତ।

-ଅଷ୍ଟିଓଆଥ୍ରାଇଟିସ୍‌ ରୋଗ ନ ହେବା ପାଇଁ ପ୍ରତିଦିନ କିଛି ସମୟ ସାଇକଲ୍‌ ଚଲାଇବା ଏକ ଭଲ ବ୍ୟାୟାମ।

-ନିୟମିତ ସାଇକଲ୍‌ ଚଲାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp