ବୟସ ବଢ଼ିବା ସହିତ ହେଉଥିବା ରୋଗର ଆଗୁଆ ସୂଚନା ଦେବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

The Sakala Picture
Published On

ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ପକ୍ଷରୁ ମେଡିକାଲ୍‌ ସାଇନ୍ସ କ୍ଷେତ୍ରରେ ଏକ ନୂଆ ଗବେଷଣା କରାଯାଇଛି। ବୈଜ୍ଞାନିକମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ନାମକ ଏକ ସଫଳ ଯାନ୍ତ୍ରିକ ଉପାୟ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ବୟସ ବଢ଼ିବ ସହିତ ହେଉଥିବା ରୋଗର ଆଗୁଆ ସୂଚନା ମିଳିପାରିବ। ଏହି ଉପାୟରେ ମେଟାବୋଲିଜମ୍‌ ଓ କାର୍ଡିଓବସ୍କୁଲାର୍‌ ଅର୍ଥାତ୍‌ ଧମନୀ ଓ ହାର୍ଟ ସମ୍ପର୍କିୟ ବାୟୋମାର୍କର୍‌ର ପ୍ରୟୋଗ କରାଯିବ। ଏହାକୁ ମାପିବା ପାଇଁ ଜୈବିକ ପ୍ରକ୍ରିୟା ମାଧ୍ୟମରେ ଶରୀରର କଲୋଷ୍ଟ୍ରଲ୍‌, ବଡି ମାସ୍କ ଇଣ୍ଡେକ୍ସ, ଗ୍ଲୁକୋଜ୍‌ ଓ […]

ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ପକ୍ଷରୁ ମେଡିକାଲ୍‌ ସାଇନ୍ସ କ୍ଷେତ୍ରରେ ଏକ ନୂଆ ଗବେଷଣା କରାଯାଇଛି। ବୈଜ୍ଞାନିକମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ନାମକ ଏକ ସଫଳ ଯାନ୍ତ୍ରିକ ଉପାୟ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ବୟସ ବଢ଼ିବ ସହିତ ହେଉଥିବା ରୋଗର ଆଗୁଆ ସୂଚନା ମିଳିପାରିବ। ଏହି ଉପାୟରେ ମେଟାବୋଲିଜମ୍‌ ଓ କାର୍ଡିଓବସ୍କୁଲାର୍‌ ଅର୍ଥାତ୍‌ ଧମନୀ ଓ ହାର୍ଟ ସମ୍ପର୍କିୟ ବାୟୋମାର୍କର୍‌ର ପ୍ରୟୋଗ କରାଯିବ। ଏହାକୁ ମାପିବା ପାଇଁ ଜୈବିକ ପ୍ରକ୍ରିୟା ମାଧ୍ୟମରେ ଶରୀରର କଲୋଷ୍ଟ୍ରଲ୍‌, ବଡି ମାସ୍କ ଇଣ୍ଡେକ୍ସ, ଗ୍ଲୁକୋଜ୍‌ ଓ ରକ୍ତଚାପର ଆକଳନ କରି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ହାସଲ କରାଯିବ। ଏହା ସହିତ ଜଣେ ବ୍ୟକ୍ତିର ଜୀବନଶୈଳୀ ଓ ତାହାର ପ୍ରଭାବରେ ହେଉଥିବା ରୋଗ ସମ୍ପର୍କିତ ତଥ୍ୟ ବୈଜ୍ଞାନିକ ପ୍ରଣାଳୀରେ ସଂଗ୍ରହ କରାଯିବ। ଏହା ଦ୍ବାରା ଜଣେ ବ୍ୟକ୍ତିର ବୟସ ବଢ଼ିବା ସହିତ ତାହାର ପାଚନ ଓ ନିଶ୍ବାସପ୍ରଶ୍ବାସ ସମ୍ପର୍କିତ ତଥ୍ୟକୁ ଆଧାର କରି ଭବିଷ୍ୟତରେ କେଉଁ ରୋଗ ହେବ, ତାହା ଜଣାପଡ଼ିବ। କାରଣ ବୟସ ବଢ଼ିଲେ କୋଷିକାରେ, ମାନସିକ ସ୍ତରରେ ଓ ବ୍ୟବହାର ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଦ୍ବାରା ସମୟ ପୂର୍ବରୁ କୌଣସି ରୋଗର ଆଗୁଆ ସୂଚନା ମିଳିଯାଇପାରିବ ଏବଂ ତା’ର ସଠିକ୍‌ ଚିକିତ୍ସା ମଧ୍ୟ ହୋଇପାରିବ। ଚିକିତ୍ସା ପୂର୍ବରୁ ସଚେତନତା ଆବଶ୍ୟକ। ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଦ୍ବାରା ଏହାକୁ ପ୍ରମାଣ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। କମ୍ପ୍ୟୁଟର୍‌ ସାଇନ୍ସର ବିକାଶ ଯୋଗୁଁ ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଭଳି ଏକ ମେସିନ୍‌ର ଉଦ୍ଭାବନ ହୋଇପାରିଛି, ଯାହା ମାନବ ଭଳି ମାନସିକ ଚିନ୍ତାଧାରା ସମ୍ପନ୍ନ ହୋଇପାରିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

14 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp