ମଧୁମେହରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର

The Sakala Picture
Published On

ଏହା ମୁଖ୍ୟତଃ ଏକ ଲାଇଫ୍ ଷ୍ଟାଇଲ୍‌ ଜନିତ ବିକାର । ଖାଇବା ପୂର୍ବରୁ ରକ୍ତରେ ଚିନି ଅଂଶ ୭୦ରୁ ୧୦୦ ମିଲିଗ୍ରାମ୍ ଓ ଭୋଜନ ପରେ ୧୮୦ ମିଲିଗ୍ରାମ୍ ହେଉଚି ସାଧାରଣ ମାତ୍ରା। ଏଥିରୁ ଅଧିକ ହେଲେ କହନ୍ତି ମଧୁମେହ। ଏହା ବିଶ୍ଵ ଜନ ସଂଖ୍ୟାର ୭ ପ୍ରତିଶତ ଲୋକ ମଧୁମେହ ସଂପର୍କିତ କାରଣରୁ ହୁଏ (ଆଇଡି.ଏଫ୍) । ମଧୁମେହରେ ଭାରତ, ଚୀନ ଓ ଆମେରିକାର ସ୍ଥାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ । ଅର୍ଥନୈତିକ […]

ଏହା ମୁଖ୍ୟତଃ ଏକ ଲାଇଫ୍ ଷ୍ଟାଇଲ୍‌ ଜନିତ ବିକାର । ଖାଇବା ପୂର୍ବରୁ ରକ୍ତରେ ଚିନି ଅଂଶ ୭୦ରୁ ୧୦୦ ମିଲିଗ୍ରାମ୍ ଓ ଭୋଜନ ପରେ ୧୮୦ ମିଲିଗ୍ରାମ୍ ହେଉଚି ସାଧାରଣ ମାତ୍ରା। ଏଥିରୁ ଅଧିକ ହେଲେ କହନ୍ତି ମଧୁମେହ। ଏହା ବିଶ୍ଵ ଜନ ସଂଖ୍ୟାର ୭ ପ୍ରତିଶତ ଲୋକ ମଧୁମେହ ସଂପର୍କିତ କାରଣରୁ ହୁଏ (ଆଇଡି.ଏଫ୍) । ମଧୁମେହରେ ଭାରତ, ଚୀନ ଓ ଆମେରିକାର ସ୍ଥାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ । ଅର୍ଥନୈତିକ ଅଭିବୃଦ୍ଧି, ପରିବର୍ତ୍ତିତ କାର୍ଯ୍ୟ ପ୍ରଣାଳୀ ଓ ଆଧୁନିକ ଜୀବନ ଶୈଳୀ ସହ ମଧୁମେହର ପ୍ରତ୍ୟକ୍ଷ ସଂପର୍କ ରହିଚି । ବିଶ୍ବରେ ସମଗ୍ର ସ୍ବାସ୍ଥ୍ୟ ସେବା ଖର୍ଚ୍ଚର ଦଶ ପ୍ରତିଶତ ମଧୁମେହ ପାଇଁ ହୁଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ମଧୁମେହ ଶରୀରର ଇନ୍‌ସୁଲିନ୍‌ ନାମକ ପାଚକ ହର୍‌ମୋନ ସଂପର୍କୀୟ ବିକାର । ଏହି ବିକାର ଫଳରେ ଶରୀର ଇନ୍‌ସୁଲିନ୍ ବ୍ୟବହାର କରିପାରେ ନାହିଁ । ଫଳରେ ଅନ୍ୟ ବିକାର ସୃଷ୍ଟି ହୁଏ, ସୃତିହ୍ରାସ ହୁଏ, ଦୃଷ୍ଟିଶକ୍ତି ହ୍ରାସ ହୁଏ, ଅଧିକ ପରିସ୍ରା ହୁଏ, ଘା’ ବା କ୍ଷତ ସହଜରେ ଶୁଖେ ନାହିଁ, ପରିସ୍ରାରେ ଶର୍କରା ପଡ଼େ, ଶରୀରର ଓଜନ ବୃଦ୍ଧି ହୁଏ, ରକ୍ତଚାପ ଓ ହୃଦ୍‌ରୋଗ ବଢ଼େ, କିଡନି ଖରାପ ହୋଇଯାଏ, ଭୋକଶୋଷ ଅଧିକ ହୁଏ। ପରିଶ୍ରମ ତୁଳନାରେ ଅଧିକ ଖାଦ୍ୟ, ଅଧିକ ଶର୍କରା, ରିଫାଇନ୍ ଖାଦ୍ୟ, ଅଧିକ ପୁଷ୍ଟିସାର ଓ ସ୍ନେହସାର ଖାଇଲେ, ବ୍ୟାୟାମ ନ କଲେ, ବେଶି ବସି କରି କାମ କଲେ, ଉଦ୍‌ବେଗ, ଉତ୍ତେଜନା ବଢ଼ିଲେ, ଓଜନ ବଢ଼ିଲେ ଓ ବେଳେ ବେଳେ ହେରିଡିଟାରି କାରଣରୁ ମଧୁମେହ ହୋଇଥାଏ ଏବଂ ଥରେ ମଧୁମେହ ହେଲେ, ଶରୀରର ଅନ୍ୟ ରୋଗ ନିୟନ୍ତ୍ରଣ କରିବା କଠିନ ହୋଇପଡ଼େ।

-ଦିନଚର୍ଯ୍ୟା ଏନିମା, ଉଷାପାନରୁ ମହୁ ହଟାଇ ଦେବ, ତା’ ବଦଳରେ ରାତିରେ ବତୁରା ମେଥ୍ପାଣି ପିଇବ ଓ ବତୁରା ମେଥିକୁ ଚୋବାଇ ଖାଇବ ।

– ଏହାର ଅଧଘଣ୍ଟା ପରେ ଖାଲି ପେଟରେ ୩ ଟି କଲରାର ରସ ଅଧା କପ୍  ପିଇବ (ରକ୍ତଚାପ ଥିଲେ ନୁହେଁ) ।

– ଚିକିତ୍ସା ଆରମ୍ଭରୁ ଦୁଇଦିନ ପର୍ଯ୍ୟନ୍ତ ମୋସାମ୍ବି, ଲେମ୍ବୁ ରସୋପବାସରେରହି ଅନ୍ତ୍ର ଶୋଧନ ଓ ରକ୍ତ ଶୋଧନ ।

-ଦୈନିକ ଆହାର ୧୫୦୦ କାଲୋରିରୁ ଅଧିକ ହେବ ନାହିଁ ଓ ଶ୍ଵେତସାର ୯୦୦ କାଲୋରିରୁ ଅଧିକ ହେବ ନାହିଁ, ସ୍ନେହସାର ୩୫୦ କ୍ୟାଲୋରି ଓ ପ୍ରୋଟିନ୍‌ ୨୫୦ କାଲୋରିରୁ ଅଧିକ ହେବ ନାହିଁ।

କେଉଁ ଖାଦ୍ଯକୁ ବହିଷ୍କାର କରିବେ : ଶର୍କରା, ମହୁ, ଜାମ୍, ଜେଲି, ଚର୍ବି, ଚକୋଲେଟ୍, ମିଠା, ଲୁଣ, ମୃଦୁ ପାନୀୟ, ଅରୁଆ ଭାତ, ମଦ୍ୟ, ଧୂମପାନ, କୃତ୍ରିମ ଖାଦ୍ୟ, ଦୁଗ୍ଧ ଜାତୀୟ, ମୂଳ ଜାତୀୟ ପରିବା ।

କେଉଁ ଖାଦ୍ଯ ଖାଇବେ : ବନ୍ଧାକୋବି, ଟମାଟୋ/ ପାତଳ ଘଣ୍ଟା, ମୂଳା, ଗାଜର, ସଜ ମଟର ମଂଜି, ବିଟ୍, ପିଆଜ, ରସୁଣ, ମେଥିଶାଗ, ଛତୁ, ପାଳଙ୍ଗ, ବିନ୍, ବରଗଡା, ଦହି, ଚହ୍ନା, ଚୋପାଲଗା ଚଣାମିଶା ଗହମ ଅଟା ରୁଟି ସିଝା ଆଳୁ (୭୫ ଗ୍ରାମରୁ ଅଧିକ ନୁହେଁ), ପୋଟଳ, ଲାଉ, କଲରା, ନିମ୍ବକଢ଼, କୁନ୍ଦୁରି, ବାଇଗଣ, ବୁଟ ଛତୁଆ ଇତ୍ୟାଦି, ଡାଲି କମ୍ ଖାଇବ, ଆମିଷ ଛାଡ଼ି ଦେବ।

– ଅତି ମିଠା ଫଳ ଛାଡ଼ି ଅନ୍ୟ ସଜ ଫଳ, (ପପିତା, ଅଂଜିର, ଡାଲିମ୍ବ, ପିଜୁଳି, ଜାମୁ ଇତ୍ୟାଦି), ଗଜା ମେଥ୍, ଗଜା ମୁଗ ଖାଇବ, ଏମାନେ ଇନ୍‌ସୁଲିନ ତିଆରିରେ ସାହାଯ୍ୟ କରନ୍ତି ।

ସକାଳେ ଖାଲି ପେଟରେ ପଞ୍ଚପତ୍ର – ତୁଳସୀ, ବେଲ, ଜାମୁ, ସଦାବିହାରୀ, ନିମ୍ବ (ପ୍ରତ୍ୟେକ ପାଞ୍ଚ ପତ୍ର) ଚୋବେଇ ବା ଚୂର୍ଣ୍ଣ କରି ୪୦ ଦିନ ଖାଇଲେ ମଧୁମେହ ନିୟନ୍ତ୍ରଣ ହୋଇଯିବ ।

– ଅଁଳା, ନିମ୍ବ ଛାଲି ଓ କଞ୍ଚା ହଳଦୀ ବାଟି ଏକ ଗ୍ଲାସରେ ୧୫ ଗ୍ରାମ୍ ମିଶାଇ ସକାଳ ସନ୍ଧ୍ୟାରେ ପିଇବ ।

– ଅଧିକ ଭୋକ ହେଲେ ଭଜା ଚଣା ବୁଟ ଖାଇବ ଓ ଭୁର୍ଷୁଙ୍ଗା ପତ୍ରକୁ ଚା’ କରି ପିଇବ ।

-ବର୍ଷକେ ମାସେ, ଦି’ ମାସ ଅନ୍ତରରେ ଜାମୁକୋଳି ଖାଇଲେ ମଧୁମେହର ପ୍ରିଭେଣ୍ଟିଭ୍ ଭାବରେ କାମକରେ ।

– ସପ୍ତରଙ୍ଗ (ସାଲାସିଆ ଓବଲୋଙ୍ଗା) ପତ୍ରର ରସ ସେବନ କଲେ ଇନ୍‌ସୁଲିନ୍ ଓ ରକ୍ତ ଶର୍କରା କମି ସାଧାରଣ ଅବସ୍ଥାକୁ ଆସେ ।

– କଅଁଳ ବେଲପତ୍ର ୩୦ଟିକୁ ଗୋଲ ମରିଚ ସହ ବାଟି ପାଣି ସହଏକମାସ ସେବନ କରିବ ।

-ପ୍ରତ୍ୟହ ରାତିରେ ବତୁରା ୪ଟି ଆଲମଣ୍ଡ ଚୋପା ଛଡ଼ାଇ ସକାଳେ ସେବନ କରିବା ଆଲ୍‌ମଣ୍ଡରେ ଥିବା ପୋଷକତତ୍ତ୍ଵ ଶରୀରରେ ଇନ୍‌ସୁଲିନ୍‌ର ଓ କଲେଷ୍ଟ୍ରଲ୍‌ର ପରିମାଣ ନିୟନ୍ତ୍ରଣ କରିବା ସହ ଉଭୟ ମଧୁମେହ ଓ ହୃଦ୍‌ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।

-ଚିନ୍ତା, ଉଦ୍‌ବେଗ, ଉତ୍ତେଜନାରୁ ଦୂରରେ ରହିବ, ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବ, ନକାରାତ୍ମକ ଭାବନା ତ୍ୟାଗ କରିବ।

– ସେଡେଣ୍ଟାରି ଲାଇଫ୍ ଷ୍ଟାଇଲ ବା ଶରୀର ଶ୍ରମ ମୁକ୍ତ ଜୀବନ ଥିଲେ ପ୍ରତ୍ୟହ ଚାରି କିଲୋମିଟର ଚାଲିବ।

– ହାଲୁକା ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଭୁଜଙ୍ଗାସନ, ହଳାସନ, ପଶ୍ଚିମୋଭାନାସନ, ଅର୍ଘ୍ୟ ମତ୍ସ୍ୟନ୍ଦ୍ରାସନ, ଜଳନୈତି, ପ୍ରାଣାୟାମ ।

-ଗ୍ରୀନ୍ ୱାଟର୍ ପ୍ରତ୍ୟହ ଦୁଇଥର ସେବନ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp