ଦାନ୍ତବିନ୍ଧା ସମସ୍ଯାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଉପଚାର

The Sakala Picture
Published On

ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଦାନ୍ତବିନ୍ଧା ସମସ୍ୟା ଅଧିକ ଦେଖାଯାଏ। ଦାନ୍ତକ୍ଷୟ ବା ଥଣ୍ଡାଜନିତ କିଛି ସମସ୍ୟା ଥିଲେ ଦାନ୍ତବିନ୍ଧା ଅଧିକ ଅନୁଭୂତ ହୁଏ। ଏହା ମାଢ଼ିକୁ ସଂକ୍ରମିତ କରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବ । ଅନେକ କ୍ଷେତ୍ରରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼ିଥାଏ, ଯାହାକି ବେଶ୍ କଷ୍ଟଦାୟକ। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହାର ଉପଚାର କରାଇନେବା ଆବଶ୍ୟକ । ତିନୋଟି ଉପାୟରେ ଦାନ୍ତବିନ୍ଧାର ଉପଚାର ସମ୍ଭବ। ଯଥା – ଏଲୋପାଥି: ମାଢ଼ି ସଂକ୍ରମଣ ହେଲେ […]

ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଦାନ୍ତବିନ୍ଧା ସମସ୍ୟା ଅଧିକ ଦେଖାଯାଏ। ଦାନ୍ତକ୍ଷୟ ବା ଥଣ୍ଡାଜନିତ କିଛି ସମସ୍ୟା ଥିଲେ ଦାନ୍ତବିନ୍ଧା ଅଧିକ ଅନୁଭୂତ ହୁଏ। ଏହା ମାଢ଼ିକୁ ସଂକ୍ରମିତ କରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବ । ଅନେକ କ୍ଷେତ୍ରରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼ିଥାଏ, ଯାହାକି ବେଶ୍ କଷ୍ଟଦାୟକ। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହାର ଉପଚାର କରାଇନେବା ଆବଶ୍ୟକ । ତିନୋଟି ଉପାୟରେ ଦାନ୍ତବିନ୍ଧାର ଉପଚାର ସମ୍ଭବ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଯଥା –

ଏଲୋପାଥି: ମାଢ଼ି ସଂକ୍ରମଣ ହେଲେ ଦାନ୍ତମୂଳ ଦୁର୍ବଳ ହୁଏ ଏବଂ ଦାନ୍ତକ୍ଷୟ ହୋଇଥାଏ । ଦାନ୍ତ ଭିତରେ ଖାଦ୍ୟ ଜମିରହେ ଏବଂ ଏହା ମାଢ଼ି ସଂକ୍ରମଣକୁ ବଢ଼ାଏ । ଏହା ଯୋଗୁଁ ଦାନ୍ତ ବିନ୍ଧିଥାଏ | ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ । ଅଧିକ ଥଣ୍ଡାପାଗ ହେଲେ ମଧ୍ୟ ଅନେକଙ୍କ କ୍ଷେତ୍ରରେ ଦାନ୍ତବିନ୍ଧା ହୁଏ । ପ୍ରଥମ ପର୍ଯ୍ୟାୟରେ ହିଁ ଏହାର ଉପଚାର କରନ୍ତୁ। ନଚେତ୍ ଅପରେସନ୍ ମଧ୍ୟ ଆବଶ୍ୟକ ହୁଏ। ଦିନକୁ ଦୁଇଥର ଭଲ ଭାବେ ବ୍ରସ୍ କରିବା ଏବଂ ପ୍ରତ୍ୟେକଥର ଖାଦ୍ୟ ଖାଇବା ପରେ ଭଲ ଭାବେ କୁଳି କରିବା ଦ୍ବାରା ମାଢ଼ି ସଂକ୍ରମଣ ହେବନାହିଁ । ତେବେ ଦାନ୍ତବିନ୍ଧା ନହେବା ପାଇଁ ଡକ୍ସି ସାଇକିଲିନ୍, କ୍ରୋସିନ୍ ଓ ପେନ୍‌କିଲର୍ ଖାଇପାରିବେ। କିନ୍ତୁ ଦନ୍ତ ଚିକିତ୍ସକଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।

ଆୟୁର୍ବେଦ: ଦାନ୍ତବିନ୍ଧା ସମସ୍ୟା ଦୂର କରିବା ପାଇଁ ଗୋଟିଏ ଲବଙ୍ଗକୁ ଦାନ୍ତ ମୂଳରେ ରଖନ୍ତୁ । ଲବଙ୍ଗ ବଦଳରେ ଳବଙ୍ଗ ତେଲକୁ ମଧ୍ୟ ବ୍ୟବହାର କରିପାରିବେ । ଗୋଟିଏ ତୁଳାକୁ ଲବଙ୍ଗ ତେଲରେ ବୁଡ଼ାଇ ଦାନ୍ତମୂଳରେ ରଖନ୍ତୁ। ଦ୍ବିତୀୟରେ ବଉଳଗଛର ଛାଲିର ଉଷୁମ କରି ଦିନକୁ ୨-୩ ଥର କୁଳି କଲେ ସମସ୍ତ ପ୍ରକାର ଦାନ୍ତ ରୋଗ ଦୂର ହୁଏ। ମାଢ଼ି ମଜବୁତ୍ ରହେ ଏବଂ ଦାନ୍ତକ୍ଷୟ ହୋଇନଥାଏ। ତୃତୀୟ ଉପାୟଟି ହେଉଛି ଅଙ୍କରାନ୍ତି ମଞ୍ଜିକୁ କାଗଜରେ ମୋଡ଼ି (ବିଡି ଭଳି) ତାହାର ଧୂଆଁକୁ ପାଟି ଭିତରେ ରଖ୍ ଛାଡ଼ିଦିଅନ୍ତୁ । ଏହା ଦାନ୍ତକ୍ଷୟ ରୋକିଥାଏ । ଉଭୟ ପିଲାମାନେ ଓ ବଡ଼ମାନେ ଏହି ଉପାୟକୁ କରିପାରିବେ ।

ହୋମିଓପାଥି: ମାଢ଼ି ସଂକ୍ରମଣ ହେଲେ ଦାନ୍ତ ବିନ୍ଧା ଅନୁଭୂତ ହୁଏ। ଏହା ବ୍ୟତୀତ ଅନେକ ଜଣଙ୍କ କ୍ଷେତ୍ରରେ ଥଣ୍ଡାଜନିତ ସମସ୍ୟା ଯୋଗୁଁ ଦାନ୍ତବିନ୍ଧା ଦେଖାଯାଏ। ଦାନ୍ତବିନ୍ଧା ଦୂର କରିବା ପାଇଁ ହୋମିଓପାଥିରେ ଆର୍ନିକା ମୋଣ୍ଟାନା ଭଳି ଅନେକ ଔଷଧ ଅଛି । ହୋମିଓପାଥିରେ ରୋଗୀର ଲକ୍ଷଣ ଅନୁଯାୟୀ ଔଷଧ ଦିଅ ଯାଏ। ଥଣ୍ଡା ପରିବେଶକୁ ଦୂରେଇବା ପାଇଁ ମଫଲର୍ ବ୍ୟବହାର କରିବା ସହ ଗରମ ପାଣି ପିଇବା ଓ ଗରମ ପାଣି ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp