ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ମାତ୍ରାଧିକ ଭାବନା

The Sakala Picture
Published On

ଅତ୍ୟଧିକ ଭାବିବା ଆମର ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ପାଇଁ ବେଶ୍‌ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତଥାପି ଆମେ ଏହାକୁ ନିୟନ୍ତ୍ରଣ କରିପାରି ନଥାଉ। ଯେକୌଣସି କଥାକୁ ଅଧିକ ଭାବିବା ଏକ ନକାରାତ୍ମକ ଅଭ୍ୟାସ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ପ୍ରତ୍ୟେକ ମଣିଷ ଜୀବନରେ କିଛି ମୁହୂର୍ତ୍ତ ପାଇଁ ଏହାର ଶିକାର ହୋଇଥାନ୍ତି। ଅନେକ ଏହାକୁ ଗୁରୁତ୍ବ ଦେଉ ନଥିବାବେଳେ ଆଉ କିଛି ଲୋକ ଏଥିରେ ବୁଡ଼ି ରୁହନ୍ତି। ଯେଉଁ ଲୋକମାନଙ୍କର ଅତ୍ୟଧିକ ଭାବିବା […]

ଅତ୍ୟଧିକ ଭାବିବା ଆମର ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ପାଇଁ ବେଶ୍‌ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତଥାପି ଆମେ ଏହାକୁ ନିୟନ୍ତ୍ରଣ କରିପାରି ନଥାଉ। ଯେକୌଣସି କଥାକୁ ଅଧିକ ଭାବିବା ଏକ ନକାରାତ୍ମକ ଅଭ୍ୟାସ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ପ୍ରତ୍ୟେକ ମଣିଷ ଜୀବନରେ କିଛି ମୁହୂର୍ତ୍ତ ପାଇଁ ଏହାର ଶିକାର ହୋଇଥାନ୍ତି। ଅନେକ ଏହାକୁ ଗୁରୁତ୍ବ ଦେଉ ନଥିବାବେଳେ ଆଉ କିଛି ଲୋକ ଏଥିରେ ବୁଡ଼ି ରୁହନ୍ତି। ଯେଉଁ ଲୋକମାନଙ୍କର ଅତ୍ୟଧିକ ଭାବିବା ଅଭ୍ୟାସରେ ପରିଣତ ହୋଇଥାଏ, ସେମାନେ ସବୁ କଥାକୁ ନକାରାତ୍ମକ ଭାବେ ଦେଖନ୍ତି। ତେବେ ଏଥିରୁ କିପରି ନିବୃତ୍ତ ରହିହେବ ସେ ସଂପର୍କିତ କିଛି ଟିପ୍ସ …

ଆହୁରି ପଢ଼ନ୍ତୁ: ଆଖି କୁଣ୍ଡାଇ ହେଲେ କିମ୍ବା ପୋଡ଼ିଲେ କ'ଣ କରିବେ? ପାଣିରେ ଧୋଇବେ ନା ଆଇ ଡ୍ରପ୍ ବ୍ୟବହାର କରିବେ?

ଏହା ରୋଗ ନୁହେଁ, ଏହା ଏକ ନକାରାତ୍ମକ ଅଭ୍ୟାସ। ନିୟମିତ ଅତ୍ୟଧିକ ଭାବିବା ଦ୍ବାରା ଉନ୍ମାଦ, ଅନିଦ୍ରା, ଉଚ୍ଚ ରକ୍ତଚାପ, ମାନସିକ ଚାପ ଆଦି ରୋଗକୁ ଡାକି ଆଣିଥାଏ। ଏହା ମେଦବୃଦ୍ଧିର ମଧ୍ୟ କାରଣ ହୋଇଥାଏ।

ଆହୁରି ପଢ଼ନ୍ତୁ: ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍: କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି କେତେ ଆବଶ୍ୟକ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଲକ୍ଷଣ

ଆହୁରି ପଢ଼ନ୍ତୁ: ସ୍ମଗ୍ ଯୋଗୁଁ ଆଖି ଉପରେ ପଡୁଛି ଖରାପ ପ୍ରଭାବ: ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କିପରି କରିବେ ଯତ୍ନ

* ଅବସାଦ
* କଥାକଥାରେ ରାଗିଯିବା
* ଏକୁଟିଆ ଅନୁଭବ କରିବା
* ସମସ୍ତଙ୍କୁ ସନ୍ଦେହ କରିବା

କିପରି ରକ୍ଷା ପାଇବେ

ଯଦି ଆପଣ କୌଣସି କଥାକୁ ନେଇ ଅଧିକ ଭାବୁଛନ୍ତି, ତେବେ ନିଜକୁ ଭଲଲାଗୁଥିବା ଯେକୌଣସି କାର୍ଯ୍ୟ(ବହି ପଢିବା,ଗୀତ ଶୁଣିବା, ଚିତ୍ର ଆଙ୍କିବା)ରେ ମନୋନିବେଶ କରନ୍ତୁ। ଏପରି କରି ଏଥିରୁ ନିବୃତ୍ତ ରହିହେବ।
ଅତ୍ୟଧିକ ଭାବନା ଜଣକୁ ଶାରୀରିକ ଓ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ କରିପକାଏ। ଏଥିପାଇଁ ଯେତେସମ୍ଭବ ଶାନ୍ତ ପରିବେଶରେ ବସି ଯୋଗ ପ୍ରାଣାୟାମ କରିପାରିବେ। ଏହା ମନରେ ସକାରାତ୍ମକ ବିଚାର ଆଣିଥାଏ।
ଅନେକଙ୍କର ସବୁ ଜିନିଷକୁ ଠିକ୍‌ ଭାବେ କରିବା ଅଭ୍ୟାସ ଥାଏ। କୌଣସି କାରଣରୁ ତାହା ହୋଇ ନ ପାରିଲେ ସେମାନେ ଏଥିପାଇଁ ନିଜକୁ ଦୋଷୀ ଭାବନ୍ତି। ଭାବନାରେ ବୁଡ଼ି ରୁହନ୍ତି। ଏଭଳି କ୍ଷେତ୍ରରେ ସବୁ ଜିନିଷ ଠିକ୍‌ କରିବା ଭାବନା ଛାଡ଼ନ୍ତୁ। କାରଣ, କାମ କଲେ ଭୁଲ୍ ହେବ ଏବଂ ସେଥିରୁ ଶିଖି ପରବର୍ତ୍ତୀ ଅବସ୍ଥାରେ ତାହାକୁ ସୁଧାରିବା ଦରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp