ଟନ୍ସିଲାଇଟିସ୍‌ କ’ଣ ଏବଂ ଏହାର ଲକ୍ଷଣ

The Sakala Picture
Published On

ପରିବର୍ତ୍ତିତ ୠତୁ ଏବଂ ଥଣ୍ଡା ଅଧିକ ହେଲେ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ତଣ୍ଟି କାଟିବା ସହ କଥା ହେବା ବେଳେ କଷ୍ଟ ଅନୁଭବ ହୋଇଥାଏ। ଏମିତିରେ କିଛି ଲୋକ ବିଭିନ୍ନ ଔଷଧ ଖାଇବା ସହ ଘରୋଇ ଉପଚାରର ବ୍ୟବହାର ଆପଣେଇ ଥାଆନ୍ତି। କିନ୍ତୁ ଗଳାରେ ଏଭଳି ସମସ୍ୟା ଦେଖାଦେବା ଟନ୍ସିଲାଇଟିସ୍‌ ରୋଗର ଲକ୍ଷଣ ହୋଇପାରେ, ଯାହାକି ପରବର୍ତ୍ତୀ ସମୟରେ ଘାତକ ସାଜିପାରେ। ତେଣୁ ଗଳାରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ […]

ପରିବର୍ତ୍ତିତ ୠତୁ ଏବଂ ଥଣ୍ଡା ଅଧିକ ହେଲେ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ତଣ୍ଟି କାଟିବା ସହ କଥା ହେବା ବେଳେ କଷ୍ଟ ଅନୁଭବ ହୋଇଥାଏ। ଏମିତିରେ କିଛି ଲୋକ ବିଭିନ୍ନ ଔଷଧ ଖାଇବା ସହ ଘରୋଇ ଉପଚାରର ବ୍ୟବହାର ଆପଣେଇ ଥାଆନ୍ତି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

କିନ୍ତୁ ଗଳାରେ ଏଭଳି ସମସ୍ୟା ଦେଖାଦେବା ଟନ୍ସିଲାଇଟିସ୍‌ ରୋଗର ଲକ୍ଷଣ ହୋଇପାରେ, ଯାହାକି ପରବର୍ତ୍ତୀ ସମୟରେ ଘାତକ ସାଜିପାରେ। ତେଣୁ ଗଳାରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଟନ୍ସିଲାଇଟିସ୍‌ କ‘ଣ?

ଗଳାରେ ଦୁଇଟି ଟନ୍‌ସିଲ୍‌ ଗ୍ରନ୍ଥି ରହିଛି। ଏହାର ରଙ୍ଗ ଜିଭ ଭଳି ଗୋଲାପି। ଗଳାରେ କୌଣସି ସଂକ୍ରମଣ ହେଲେ ଟନ୍ସିଲ୍‌ ଗ୍ରନ୍ଥିର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପିରୁ ନାଲ ପଡ଼ିଯାଏ। ତଣ୍ଟି ଭିତରେ ଧଳା ରଙ୍ଗର ଘା’ ଭଳି ଫଳିଯାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ। ତଣ୍ଟି କାଟିବା ସହ ଜର ବି ଆସେ।

କିପରି ହୁଏ ଟନ୍ସିଲାଇଟିସ୍‌

ଟନ୍ସିଲାଇଟିସ୍‌ ସଂକ୍ରମଣ ଯୋଗୁଁ ହୋଇଥାଏ। ଟନ୍‌ସିଲରେ ଜୀବାଣୁ ହୋଇ ଏହା ଟନ୍ସିଲାଇଟ୍ସର ରୂପ ନେଇଥାଏ। ବେଳେ ବେଳେ ଷ୍ଟ୍ରେପ୍‌ଟୋକୋକସ୍‌ ୟୋଜିନ୍‌, ପେରାଇନ୍‌ଫ୍ଲୁଏଞ୍ଜା, ମିଳିମିଳା, ହର୍ପିସ୍‌ ସିମ୍ପ୍‌ଲେକ୍ସ୍ ଏବଂ ଇନ୍‌ଫ୍ଲୁଏଞ୍ଜା ଆଦି ରୋଗ ବି ଟକ୍ସିଲାଇଟିସ୍‌ କାରଣ ହୋଇଥାଏ।

ଟନ୍ସିଲାଇଟିସ୍‌ର ଲକ୍ଷଣ

– ତଣ୍ଟି ଦରଜ ହେବା

– ଗଳାରୁ କାନ ଯାଏଁ ବିନ୍ଧା ହେବା

– ଖାଦ୍ୟ ପାନୀୟ ଗିଳିବାରେ କଷ୍ଟ ହେବା

– ବାରମ୍ବାର ଜ୍ୱର ଆସେ

– ଗଳା ବସିଯାଏ

– ମୁଣ୍ଡବିନ୍ଧା

– ଟନ୍ସିଲ୍‌ଗୁଡ଼ିକରେ ବ୍ୟଥା ହୁଏ ଓ ଫୁଲିଯାଏ

– ଛୋଟ ଶିଶୁଙ୍କୁ ଟନ୍ସିଲାଇଟିସ୍‌ ହେଲେ ପେଟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ

– ବେକ କାଟେ

ଟନ୍ସିଲାଇଟିସ୍‌ ଉପଚାର

ଟନ୍ସିଲାଇଟିସ୍‌ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ସହିତ ଦିନକୁ ୩-୪ ଥର ଉଷୁମ ପାଣିରେ ଲୁଣ ପକାଇ କୁଳୁକୁଚା କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp