ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ୮ଟି ସୁପରଫୁଡ୍‌, ଏଥିରେ ଅଛି ପ୍ରଚୁର ରୋଗପ୍ରତିରୋଧକ ଶକ୍ତି….

The Sakala Picture
Published On

ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ଓମିକ୍ରନ୍‌ଠାରୁ ସୁରକ୍ଷା ଦେବା ପାଇଁ ୮ଟି ସୁପରଫୁଡ୍‌ ଖାଇବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ସେହି ୮ଟି ସୁପର୍‌ଫୁଡ୍‌ ହେଉଛି – […]

ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ଓମିକ୍ରନ୍‌ଠାରୁ ସୁରକ୍ଷା ଦେବା ପାଇଁ ୮ଟି ସୁପରଫୁଡ୍‌ ଖାଇବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ସେହି ୮ଟି ସୁପର୍‌ଫୁଡ୍‌ ହେଉଛି –

-ଆୟୁର୍ବେଦ ଅନୁଯାୟୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କ୍ଷେତ୍ରରେ ଘିଅ ହେଉଛି ସବୁଠାରୁ ଉତ୍କୃଷ୍ଟ। ଏହା ଇନ୍‌ଷ୍ଟାଣ୍ଟ୍‌ ଏନର୍ଜି ଦେବା ସହ ତ୍ବଚାଜନିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସହଜରେ କରିଥାଏ।

-କନ୍ଦମୂଳରେ ଭିଟାମିନ୍‌ ଏ, ପୋଟାସିୟମ୍‌, ଭିଟାମିନ୍ ସି, ଓ ବିଟା କାରୋଟିନ୍‌ ଭରପୂର ମାତ୍ରାରେ ଥାଏ। ଏହାକୁ ସାଦା କିମ୍ବା କ୍ଷୀର ସହିତ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।

-ଅଁଳାରେ ଥିବା ଔଷଧୀୟ ଗୁଣ ଅନେକ ରୋଗପାଇଁ ରାମବାଣ ଉପଚାର ସଦୃଶ।

-ଖଜୁରାରେ ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ କ୍ୟାଲସିୟମ୍‌ ଥିବାରୁ ଏହାକୁ ଇମ୍ୟୁନ୍‌ ବୁଷ୍ଟର୍‌ ଫୁଡ୍‌ ଭାବେ ଗଣାଯାଉଛି। ତେଣୁ ଏବେ ଓମିକ୍ରନ୍‌କୁ ପ୍ରତିହତ କରିବା ପାଇଁ ଅଧିକ ମାତ୍ରାରେ ଖଜୁରା ଖାଇବା ଆବଶ୍ୟକ।

-ଥଣ୍ଡାଜନିତ ରୋଗବ୍ୟାଧି ଦୂର କରିବା କ୍ଷେତ୍ରରେ ଗୁଡ଼ ବେଶ୍‌ ଲାଭଦାୟକ। ଗୁଡ଼ରେ ଥିବା ଆଇରନ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ସେଲେନିୟମ୍‌ ଓ ପୋଟାସିୟମ୍‌, ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଦ୍ବିଗୁଣା କରିଥାଏ।

-ବାଜରାରେ ଥିବା ନ୍ୟୁଟ୍ରିଅନ୍ସ, ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ ଭିଟାମିନ୍‌ ଶରୀରର ସ୍ନାୟୁ ଓ ମାଂସପେଶୀକୁ ସୁଦୃଢ଼ କରିବା ସହିତ ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରେ। ତେଣୁ ସର୍ଦ୍ଦି ଓ ଥଣ୍ଡାକାଶ ଦୂର କରିବା କ୍ଷେତ୍ରରେ ବାଜରା ଭଳି ଅନ୍ୟ ଶସ୍ୟଜାତୀୟ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ।

-ଅକ୍ସିଡେଟିଭ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟାରି ଗୁଣ ଯୋଗୁଁ ଅଦା ଖାଇବା ଦ୍ବାରା ଗଳାଜନିତ ସବୁ ସମସ୍ୟା ଦୂର ହୋଇଥାଏ। କାର୍ଡିଓଭସ୍କୁଲାର୍‌ ଡିଜିଜ୍‌, କ୍ୟାନସର୍‌ ଓ ହଜମ ସମସ୍ୟା ଦୂର କରିବା ପାଇଁ ଅଦା ଲାଭଦାୟକ। ତେଣୁ ଏବେ ଓମିକ୍ରନ୍‌ ସମୟରେ ଅଦା ଖାଇବା ଉପରେ ଦୃଷ୍ଟି ଦିଅନ୍ତୁ।

-ଋତୁ ଅନୁଯାୟୀ ମିଳୁଥିବା ଖଟା ଫଳ ଓ ଲେମ୍ବୁରେ ଅଧିକ ପରିମାଣରେ ଭିଟାମିନ୍‌ ସି ଥିବା ଯୋଗୁଁ, ତାହାକୁ ପ୍ରତ୍ୟହ ଖାଦ୍ୟରେ ସାମିଲ କରନ୍ତୁ।

28 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର