ବାହୁବଳୀକୁ ପଛରେ ପକାଇଲା ଆର୍‌ଆର୍‌ଆର୍, ମୁକ୍ତିଲାଭ ପୂର୍ବରୁ ଆୟ କଲା ୯୦୦ କୋଟି‌

The Sakala Picture
Published On

ମୁମ୍ବଇ: ‘ବାହୁବଳୀ’ ପରେ ଏବେ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’କୁ ଚାତକ ପରି ଚାହିଁ ରହିଛନ୍ତି ସିନେପ୍ରେମୀ। ତେବେ ମୁକ୍ତିଲାଭ ପୂର୍ବରୁ ଏହା ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଜୁନିଆର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ୯୦୦ କୋଟି ଟଙ୍କାର ବ୍ୟବସାୟ କରିନେଇଛି। ରିପୋର୍ଟ ଅନୁଯାୟୀ ଏହା ମୁକ୍ତିଲାଭ ପୂର୍ବରୁ ‘ବାହୁବଳୀ(୫୦୦ କୋଟି)’ ଠାରୁ ଦୁଇ ଗୁଣ ବ୍ୟବସାୟ କରିଛି। ଏହି ୯୦୦ କୋଟିରେ ଥିଏଟ୍ରିକାଲ, ଡିଜିଟାଲ, […]

ମୁମ୍ବଇ: ‘ବାହୁବଳୀ’ ପରେ ଏବେ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’କୁ ଚାତକ ପରି ଚାହିଁ ରହିଛନ୍ତି ସିନେପ୍ରେମୀ। ତେବେ ମୁକ୍ତିଲାଭ ପୂର୍ବରୁ ଏହା ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଜୁନିଆର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ୯୦୦ କୋଟି ଟଙ୍କାର ବ୍ୟବସାୟ କରିନେଇଛି। ରିପୋର୍ଟ ଅନୁଯାୟୀ ଏହା ମୁକ୍ତିଲାଭ ପୂର୍ବରୁ ‘ବାହୁବଳୀ(୫୦୦ କୋଟି)’ ଠାରୁ ଦୁଇ ଗୁଣ ବ୍ୟବସାୟ କରିଛି। ଏହି ୯୦୦ କୋଟିରେ ଥିଏଟ୍ରିକାଲ, ଡିଜିଟାଲ, ମ୍ୟୁଜିକ ଏବଂ ସାଟେଲାଇଟ ରାଇଟ୍ସ ସାମିଲ ରହିଛି। ଥିଏଟ୍ରିକାଲ ରାଇଟ୍ସରେ ଏହା ଆନ୍ଧ୍ରପ୍ରଦେଶରେ ୧୬୫ କୋଟି, ଉତ୍ତର ଭାରତରେ ୧୪୦ କୋଟି, ହାଇଦ୍ରାବାଦରେ ୭୫ କୋଟି, ତାମିଲନାଡୁରେ ୪୮ କୋଟି,କର୍ଣ୍ଣାଟକରେ ୪୫ କୋଟି,କେରଳରେ ୧୫ କୋଟି ଏବଂ ବିଦେଶରେ ୭୦ କୋଟିରେ ରାଇଟ୍ସ ବିକ୍ରି ହୋଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp