Sameer Patra: ୭୫ରୁ ଅଧିକ ବଲିଉଡ୍ ଫିଲ୍ମରେ କାମ କରିଥିବା ଓଡ଼ିଆ ସାଉଣ୍ଡ ଡିଜାଇନର ସମୀର ପାତ୍ରଙ୍କ ପରଲୋକ

Sakala Desk Picture
Published On

ଭୁବନେଶ୍ୱର: କଳା ଓ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର। ପ୍ରଖ୍ୟାତ ଓଡ଼ିଆ ସାଉଣ୍ଡ ଡିଜାଇନର ସମୀର ପାତ୍ରଙ୍କର ଆଜି ପରଲୋକ ଘଟିଛି। ଜଣେ ଓଡ଼ିଆ ଟେକ୍ନିସିଆନ୍ ଭାବରେ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ପ୍ରାୟ ୭୫ରୁ ଊର୍ଦ୍ଧ୍ୱ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

ସମୀର ପାତ୍ର ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (BPFTIO) ରେ ଯୋଗ ଦେଇଥିଲେ। ସେଠାରେ ସେ ୧୯୯୬-୨୦୦୦ ବ୍ୟାଚର ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂ ବିଭାଗର ଛାତ୍ର ଥିଲେ।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

୨୦୦୦ ମସିହାରେ ଡିପ୍ଲୋମା ଶେଷ କରିବା ପରେ ସେ ମୁମ୍ବାଇ ଯାଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ରୁ ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ। ‘ଚକ୍ ଦେ ଇଣ୍ଡିଆ’, ‘ରକେଟ୍ ସିଂ’, ‘ତେରେ ବିନ୍ ଲାଦେନ୍’ ଏବଂ ‘ଫୁକ୍ରେ’ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଧୁରନ୍ଧର’ରେ ମଧ୍ୟ ସେ ସାଉଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। କେବଳ ବଲିଉଡ ନୁହେଁ, ବିଶିଷ୍ଟ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ରେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

27 Jan 2026 By Sakala Desk

Sameer Patra: ୭୫ରୁ ଅଧିକ ବଲିଉଡ୍ ଫିଲ୍ମରେ କାମ କରିଥିବା ଓଡ଼ିଆ ସାଉଣ୍ଡ ଡିଜାଇନର ସମୀର ପାତ୍ରଙ୍କ ପରଲୋକ

ଭୁବନେଶ୍ୱର: କଳା ଓ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର। ପ୍ରଖ୍ୟାତ ଓଡ଼ିଆ ସାଉଣ୍ଡ ଡିଜାଇନର ସମୀର ପାତ୍ରଙ୍କର ଆଜି ପରଲୋକ ଘଟିଛି। ଜଣେ ଓଡ଼ିଆ ଟେକ୍ନିସିଆନ୍ ଭାବରେ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ପ୍ରାୟ ୭୫ରୁ ଊର୍ଦ୍ଧ୍ୱ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ସମୀର ପାତ୍ର ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (BPFTIO) ରେ ଯୋଗ ଦେଇଥିଲେ। ସେଠାରେ ସେ ୧୯୯୬-୨୦୦୦ ବ୍ୟାଚର ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂ ବିଭାଗର ଛାତ୍ର ଥିଲେ।

୨୦୦୦ ମସିହାରେ ଡିପ୍ଲୋମା ଶେଷ କରିବା ପରେ ସେ ମୁମ୍ବାଇ ଯାଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ରୁ ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ। ‘ଚକ୍ ଦେ ଇଣ୍ଡିଆ’, ‘ରକେଟ୍ ସିଂ’, ‘ତେରେ ବିନ୍ ଲାଦେନ୍’ ଏବଂ ‘ଫୁକ୍ରେ’ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଧୁରନ୍ଧର’ରେ ମଧ୍ୟ ସେ ସାଉଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। କେବଳ ବଲିଉଡ ନୁହେଁ, ବିଶିଷ୍ଟ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ରେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର