ସାରେଗାମା ଓଡ଼ିଆର ଶୁଭାରମ୍ଭ : ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ “ୱାନ୍ ଷ୍ଟପ୍ ଡେଷ୍ଟିନେସନ”

The Sakala Picture
Published On

ଭୁବନେଶ୍ୱର : ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ […]

ଭୁବନେଶ୍ୱର : ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ଓଡ଼ିଶାର ସୁନ୍ଦର ଗୀତଗୁଡ଼ିକୁ ସ୍ମରଣୀୟ କରି ‘ସାରେଗାମା ଓଡ଼ିଆ’ରେ ବହୁ ମନଲୋଭା ଏବଂ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୀତ ପ୍ରଦର୍ଶିତ ହୋଇଛି। ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ତିଆରି ହୋଇଛି ମ୍ୟୁଜିକ ଭିଡିଓ ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

ସାରେଗାମା, ଭିପି ମ୍ୟୁଜିକ୍ ର କାର୍ତ୍ତିକ କଳା କହିଛନ୍ତି ଯେ, ” ‘ସାରେଗାମା ଓଡ଼ିଆ’ ର ଶୁଭାରମ୍ଭକୁ ନେଇ ଆମେ ଖୁବ ଆନନ୍ଦିତ। ଭାରତର ସଂଗୀତ ଜଗତରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିବ ସାରେଗାମା । ୟୁଟ୍ୟୁବ ଚ୍ୟାନେଲରେ ଏହି ରୋମାଣ୍ଟିକ ଗୀତ ଗୁଡିକ ଦର୍ଶକ ଉପଭୋଗ କରିବେ । ଏହି ଗୀତରେ ବହୁ ନାମୀଦାମୀ କଳାକାର ଅଭିନୟର ଯାଦୁ ଦେଖାଇଛନ୍ତି।

ଅଶ୍ବିନି ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବୈଦ୍ୟନାଥ ଦାସଙ୍କ ଦ୍ୱାରା ରଚିତ “ଧିରେ ଧିରେ” ଗୀତଟି ସ୍ୱୟମ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଗାଇଥବା ବେଳେ ରାଜ ବାରିକ୍ ଏବଂ ଭୂମିକା ଦାସ ଅଭିନୟ କରିଛନ୍ତି। ଆସାଦ ନିଜାମଙ୍କ ଦ୍ୱାରା ରଚିତ ଅନ୍ୟ ଏକ ଗୀତ, “ଏଇ ବର୍ଷାରେ”, ପ୍ରକୃତି ମିଶ୍ର ଏବଂ ଅଭିଷେକ ପଣ୍ଡା ଅଭିନୟ କରିଥିବା ବେଳେ , ନିଜେ ପ୍ରକୃତି ଗୀତଟିକୁ ଗାଇଛନ୍ତି। ତୃତୀୟ ଗୀତ ‘ମହୁଆ ପାଣି ସାତୁରି ଟଙ୍କା ଆଠେନି “ରେ ଚିନ୍ମୟ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ଗୌରବ ଆନନ୍ଦଙ୍କ ଦ୍ୱାରା ରଚିତ ସଂଗୀତରେ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ସାୟଲ ମୁଖାର୍ଜୀ ଭଳି କଳାକାରଙ୍କ ସହିତ କୁଲଦୀପ ପଟ୍ଟନାୟକ ଏବଂ ଅସୀମା ପଣ୍ଡାଙ୍କ ସୁମଧୁର ସ୍ୱର ପ୍ରଦର୍ଶିତ ହୋଇଛି । ଶେଷରେ, ଲୋକପ୍ରିୟ ଆର. ଏମ. ଏଫ୍. ଟିମ୍ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୋମେଶ ଶତପଥୀଙ୍କ ଦ୍ୱାରା ରଚିତ ଚତୁର୍ଥ ଗୀତ, “ଭଲ ତତେ ମୁ ପାଉଛି”, ମନୋଜ କୁମାର ଏବଂ କୁକିଜ୍ ସ୍ୱାଇଁଙ୍କୁ ନେଇ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା ଗୀତଟି ଗାଇଛନ୍ତି। ପ୍ରତ୍ୟେକ ଗୀତର ଅଡିଓ ଏବଂ ଭିଡିଓ ପ୍ରଡକ୍ସନ୍ ମାତ୍ର ଦୁଇ ଦିନ ମଧ୍ୟରେ ସରିଥିଲା, ଯାହା ଟିମ୍ ର ଉତ୍ସର୍ଗୀକୃତ ଏବଂ ଦକ୍ଷତାକୁ ଦର୍ଶାଉଛି।

ସାରେଗାମା ଓଡ଼ିଆ “ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସମସ୍ତ ପ୍ରମୁଖ ଡିଜିଟାଲ ଏବଂ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଛି।ସାରେଗାମା ଇଣ୍ଡିଆ ଲିମିଟେଡ୍, ଯାହା ପୂର୍ବରୁ ଦି ଗ୍ରାମୋଫୋନ୍ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଭାବରେ ଜଣାଶୁଣା, ଏକ ଆରପିଏସଜି ଗ୍ରୁପ୍ କମ୍ପାନୀ ଯାହା ଭାରତର ସର୍ବବୃହତ ମ୍ୟୁଜିକ୍ ଆର୍କାଇଭ୍ ଏବଂ ବିଶ୍ୱର ସର୍ବବୃହତ ମଧ୍ୟରୁ ଅନ୍ୟତମ। ରିଲିଜ୍‌ ହୋଇଥିବା ଏହି ମ୍ୟୁଜିକ୍‌ ଭିଡ଼ିଓକୁ ଦର୍ଶକ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରୁଛନ୍ତି ନିର୍ମାତା।

04 Aug 2024 By The Sakala

ସାରେଗାମା ଓଡ଼ିଆର ଶୁଭାରମ୍ଭ : ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ “ୱାନ୍ ଷ୍ଟପ୍ ଡେଷ୍ଟିନେସନ”

ଭୁବନେଶ୍ୱର : ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ।

ଓଡ଼ିଶାର ସୁନ୍ଦର ଗୀତଗୁଡ଼ିକୁ ସ୍ମରଣୀୟ କରି ‘ସାରେଗାମା ଓଡ଼ିଆ’ରେ ବହୁ ମନଲୋଭା ଏବଂ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୀତ ପ୍ରଦର୍ଶିତ ହୋଇଛି। ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ତିଆରି ହୋଇଛି ମ୍ୟୁଜିକ ଭିଡିଓ ।

ସାରେଗାମା, ଭିପି ମ୍ୟୁଜିକ୍ ର କାର୍ତ୍ତିକ କଳା କହିଛନ୍ତି ଯେ, ” ‘ସାରେଗାମା ଓଡ଼ିଆ’ ର ଶୁଭାରମ୍ଭକୁ ନେଇ ଆମେ ଖୁବ ଆନନ୍ଦିତ। ଭାରତର ସଂଗୀତ ଜଗତରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିବ ସାରେଗାମା । ୟୁଟ୍ୟୁବ ଚ୍ୟାନେଲରେ ଏହି ରୋମାଣ୍ଟିକ ଗୀତ ଗୁଡିକ ଦର୍ଶକ ଉପଭୋଗ କରିବେ । ଏହି ଗୀତରେ ବହୁ ନାମୀଦାମୀ କଳାକାର ଅଭିନୟର ଯାଦୁ ଦେଖାଇଛନ୍ତି।

ଅଶ୍ବିନି ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବୈଦ୍ୟନାଥ ଦାସଙ୍କ ଦ୍ୱାରା ରଚିତ “ଧିରେ ଧିରେ” ଗୀତଟି ସ୍ୱୟମ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଗାଇଥବା ବେଳେ ରାଜ ବାରିକ୍ ଏବଂ ଭୂମିକା ଦାସ ଅଭିନୟ କରିଛନ୍ତି। ଆସାଦ ନିଜାମଙ୍କ ଦ୍ୱାରା ରଚିତ ଅନ୍ୟ ଏକ ଗୀତ, “ଏଇ ବର୍ଷାରେ”, ପ୍ରକୃତି ମିଶ୍ର ଏବଂ ଅଭିଷେକ ପଣ୍ଡା ଅଭିନୟ କରିଥିବା ବେଳେ , ନିଜେ ପ୍ରକୃତି ଗୀତଟିକୁ ଗାଇଛନ୍ତି। ତୃତୀୟ ଗୀତ ‘ମହୁଆ ପାଣି ସାତୁରି ଟଙ୍କା ଆଠେନି “ରେ ଚିନ୍ମୟ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ଗୌରବ ଆନନ୍ଦଙ୍କ ଦ୍ୱାରା ରଚିତ ସଂଗୀତରେ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ସାୟଲ ମୁଖାର୍ଜୀ ଭଳି କଳାକାରଙ୍କ ସହିତ କୁଲଦୀପ ପଟ୍ଟନାୟକ ଏବଂ ଅସୀମା ପଣ୍ଡାଙ୍କ ସୁମଧୁର ସ୍ୱର ପ୍ରଦର୍ଶିତ ହୋଇଛି । ଶେଷରେ, ଲୋକପ୍ରିୟ ଆର. ଏମ. ଏଫ୍. ଟିମ୍ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୋମେଶ ଶତପଥୀଙ୍କ ଦ୍ୱାରା ରଚିତ ଚତୁର୍ଥ ଗୀତ, “ଭଲ ତତେ ମୁ ପାଉଛି”, ମନୋଜ କୁମାର ଏବଂ କୁକିଜ୍ ସ୍ୱାଇଁଙ୍କୁ ନେଇ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା ଗୀତଟି ଗାଇଛନ୍ତି। ପ୍ରତ୍ୟେକ ଗୀତର ଅଡିଓ ଏବଂ ଭିଡିଓ ପ୍ରଡକ୍ସନ୍ ମାତ୍ର ଦୁଇ ଦିନ ମଧ୍ୟରେ ସରିଥିଲା, ଯାହା ଟିମ୍ ର ଉତ୍ସର୍ଗୀକୃତ ଏବଂ ଦକ୍ଷତାକୁ ଦର୍ଶାଉଛି।

ସାରେଗାମା ଓଡ଼ିଆ “ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସମସ୍ତ ପ୍ରମୁଖ ଡିଜିଟାଲ ଏବଂ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଛି।ସାରେଗାମା ଇଣ୍ଡିଆ ଲିମିଟେଡ୍, ଯାହା ପୂର୍ବରୁ ଦି ଗ୍ରାମୋଫୋନ୍ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଭାବରେ ଜଣାଶୁଣା, ଏକ ଆରପିଏସଜି ଗ୍ରୁପ୍ କମ୍ପାନୀ ଯାହା ଭାରତର ସର୍ବବୃହତ ମ୍ୟୁଜିକ୍ ଆର୍କାଇଭ୍ ଏବଂ ବିଶ୍ୱର ସର୍ବବୃହତ ମଧ୍ୟରୁ ଅନ୍ୟତମ। ରିଲିଜ୍‌ ହୋଇଥିବା ଏହି ମ୍ୟୁଜିକ୍‌ ଭିଡ଼ିଓକୁ ଦର୍ଶକ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରୁଛନ୍ତି ନିର୍ମାତା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର