ରେକର୍ଡ ଭାଙ୍ଗୁଛି କେଜିଏଫ: ରାତି ୩ଟାରୁ ଆରମ୍ଭ ହେବ ଫାଷ୍ଟ ଡେ- ଫାଷ୍ଟ ଶୋ, ରିଲିଜ ପୂର୍ବରୁ ୧୭କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ୍ ବିକ୍ରି

The Sakala Picture
Published On

ମୁମ୍ୱାଇ: ରିଲିଜ୍ ପୂର୍ବରୁ ଧୁମ୍ ମଚାଇଛି କେଜିଏଫ୍-୨ । ଅନୁମାନ କରାଯାଇଛି ଯେ, କୋଭିଡ ପରବର୍ତ୍ତୀ ସମୟରେ ରିଲିଜ୍ ହୋଇଥିବା ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ ଏହି ଚଳଚ୍ଚିତ୍ର । ଏପ୍ରିଲ ୧୪ରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଥିବା ବେଳେ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । ତେବେ କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି । ସାଧାରଣତଃ ଫାଷ୍ଟ ଡେ,ଫାଷ୍ଟ ଶୋ’ କଥା କହିଲେ, ଆପଣଙ୍କ […]

ମୁମ୍ୱାଇ: ରିଲିଜ୍ ପୂର୍ବରୁ ଧୁମ୍ ମଚାଇଛି କେଜିଏଫ୍-୨ । ଅନୁମାନ କରାଯାଇଛି ଯେ, କୋଭିଡ ପରବର୍ତ୍ତୀ ସମୟରେ ରିଲିଜ୍ ହୋଇଥିବା ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ ଏହି ଚଳଚ୍ଚିତ୍ର । ଏପ୍ରିଲ ୧୪ରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଥିବା ବେଳେ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । ତେବେ କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ସାଧାରଣତଃ ଫାଷ୍ଟ ଡେ,ଫାଷ୍ଟ ଶୋ’ କଥା କହିଲେ, ଆପଣଙ୍କ ମନକୁ ଆସିବ ସକାଳ ୯ଟାରେ ଆରମ୍ଭ ହେଉଥିବା ଶୋ’ । କିନ୍ତୁ ଏହି ଚଳଚ୍ଚିତ୍ର ପାହାନ୍ତିଆରେ ରିଲିଜ୍ ହେବ । ଅର୍ଥାତ ସକାଳ ୩ଟାରୁ ଆରମ୍ଭ ହେବ ଏହାର ଫାଷ୍ଟ ଡେ, ଫାଷ୍ଟ ଶୋ’ । ତେବେ କର୍ଣ୍ଣାଟକରେ ଏହି ଶୋ’ର ବୁକିଂ ସରିଯାଇଛି ।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା କେଜିଏଫ୍-୨ର ବୁକିଂ ୧୨ ଘଣ୍ଟା ମଧ୍ୟରେ ୧.୭ଲକ୍ଷ ଟିକେଟ୍ ବୁକିଂ ହୋଇସାରିଛି । ଅର୍ଥାତା କନ୍ନଡ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ବାବଦକୁ ୩.୩୫କୋଟି ଟଙ୍କା ଓ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ସାଢ଼େ ୧୦ କୋଟି ଟଙ୍କା, ମାଲାୟାଲମରେ ୧.୮୦କୋଟି, ତେଲୁଗୁରେ ୪ଲକ୍ଷ, ତାମିଲରେ ୧.୯୦କୋଟି ଟଙ୍କା ଆୟ ହୋଇଛି । ମୋଟ ୧୭.୨୪ କୋଟି ଟଙ୍କା ରିଲିଜ୍ ପୂର୍ବରୁ ଆୟ କରିସାରିଛି କେ.ଜି.ଏଫ୍ -୨ ଚଳଚ୍ଚିତ୍ର ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ଖବର ଅନୁଯାୟୀ, ୟସ୍ ରାଜ୍ ଫିଲ୍ମ ବ୍ୟାନ୍‌ରେ ନିର୍ମିତ ସିନେମା ଓ୍ୱାର ନାମରେ ସର୍ବାଧିକ ପ୍ରି ବୁକିଂର ରେକର୍ଡ ରହିଥିବା ବେଳେ ଏହା ପଛକୁ ବାହୁବଳୀ ରହିଛି । ମୋଟ ୩୨.୫କୋଟି ଟଙ୍କା ଓ୍ୱାର ସିନେମା ଆୟ କରିଥିବା ବେଳେ ବହୁବଳୀ-୨ ଏବଂ ଟାଇଗର ଜିନ୍ଦା ହେ ଚଳଚ୍ଚିତ୍ର ରହିଛି । ତେବେ କେଜିଏଫ୍ ପାର୍ଟ ୧ ନାମରେ ମଧ୍ୟ ବହୁ ରେକର୍ଡ ରହିଛି । ଯେମିତିକି ଥରକେ ୫ଟି ଭାଷାରେ ରିଲିଜ୍ ହୋଇଥିଲା ଏହି ଚଳଚ୍ଚିତ୍ର ।

10 Apr 2022 By The Sakala

ରେକର୍ଡ ଭାଙ୍ଗୁଛି କେଜିଏଫ: ରାତି ୩ଟାରୁ ଆରମ୍ଭ ହେବ ଫାଷ୍ଟ ଡେ- ଫାଷ୍ଟ ଶୋ, ରିଲିଜ ପୂର୍ବରୁ ୧୭କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ୍ ବିକ୍ରି

ମୁମ୍ୱାଇ: ରିଲିଜ୍ ପୂର୍ବରୁ ଧୁମ୍ ମଚାଇଛି କେଜିଏଫ୍-୨ । ଅନୁମାନ କରାଯାଇଛି ଯେ, କୋଭିଡ ପରବର୍ତ୍ତୀ ସମୟରେ ରିଲିଜ୍ ହୋଇଥିବା ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ ଏହି ଚଳଚ୍ଚିତ୍ର । ଏପ୍ରିଲ ୧୪ରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଥିବା ବେଳେ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । ତେବେ କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି ।

ସାଧାରଣତଃ ଫାଷ୍ଟ ଡେ,ଫାଷ୍ଟ ଶୋ’ କଥା କହିଲେ, ଆପଣଙ୍କ ମନକୁ ଆସିବ ସକାଳ ୯ଟାରେ ଆରମ୍ଭ ହେଉଥିବା ଶୋ’ । କିନ୍ତୁ ଏହି ଚଳଚ୍ଚିତ୍ର ପାହାନ୍ତିଆରେ ରିଲିଜ୍ ହେବ । ଅର୍ଥାତ ସକାଳ ୩ଟାରୁ ଆରମ୍ଭ ହେବ ଏହାର ଫାଷ୍ଟ ଡେ, ଫାଷ୍ଟ ଶୋ’ । ତେବେ କର୍ଣ୍ଣାଟକରେ ଏହି ଶୋ’ର ବୁକିଂ ସରିଯାଇଛି ।

ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା କେଜିଏଫ୍-୨ର ବୁକିଂ ୧୨ ଘଣ୍ଟା ମଧ୍ୟରେ ୧.୭ଲକ୍ଷ ଟିକେଟ୍ ବୁକିଂ ହୋଇସାରିଛି । ଅର୍ଥାତା କନ୍ନଡ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ବାବଦକୁ ୩.୩୫କୋଟି ଟଙ୍କା ଓ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ସାଢ଼େ ୧୦ କୋଟି ଟଙ୍କା, ମାଲାୟାଲମରେ ୧.୮୦କୋଟି, ତେଲୁଗୁରେ ୪ଲକ୍ଷ, ତାମିଲରେ ୧.୯୦କୋଟି ଟଙ୍କା ଆୟ ହୋଇଛି । ମୋଟ ୧୭.୨୪ କୋଟି ଟଙ୍କା ରିଲିଜ୍ ପୂର୍ବରୁ ଆୟ କରିସାରିଛି କେ.ଜି.ଏଫ୍ -୨ ଚଳଚ୍ଚିତ୍ର ।

ଖବର ଅନୁଯାୟୀ, ୟସ୍ ରାଜ୍ ଫିଲ୍ମ ବ୍ୟାନ୍‌ରେ ନିର୍ମିତ ସିନେମା ଓ୍ୱାର ନାମରେ ସର୍ବାଧିକ ପ୍ରି ବୁକିଂର ରେକର୍ଡ ରହିଥିବା ବେଳେ ଏହା ପଛକୁ ବାହୁବଳୀ ରହିଛି । ମୋଟ ୩୨.୫କୋଟି ଟଙ୍କା ଓ୍ୱାର ସିନେମା ଆୟ କରିଥିବା ବେଳେ ବହୁବଳୀ-୨ ଏବଂ ଟାଇଗର ଜିନ୍ଦା ହେ ଚଳଚ୍ଚିତ୍ର ରହିଛି । ତେବେ କେଜିଏଫ୍ ପାର୍ଟ ୧ ନାମରେ ମଧ୍ୟ ବହୁ ରେକର୍ଡ ରହିଛି । ଯେମିତିକି ଥରକେ ୫ଟି ଭାଷାରେ ରିଲିଜ୍ ହୋଇଥିଲା ଏହି ଚଳଚ୍ଚିତ୍ର ।

https://www.thesakala.in/entertainment/kgf-breaks-record-more-than-rs-16-crore-worth-of-tickets-were-sold-before-its-release/article-10673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp