ଅନୁରାଗ କଶ୍ୟପଙ୍କ ଫିଲ୍ମ 'କେନେଡି'ର ଓଟିଟି ରିଲିଜ୍ ତାରିଖ ଘୋଷଣା, ଏହି ଦିନ ZEE5ରେ ହେବ ଷ୍ଟ୍ରିମିଂ

Tapas Ranjan Nanda Picture
Published On

ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'କେନେଡି' (Kennedy) ର ଓଟିଟି (OTT) ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଏହି ସସପେନ୍ସ ଥ୍ରୀଲର ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ, ଯାହାର ଅନ୍ତ ଘଟିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ZEE5ରେ ହେବ ଷ୍ଟ୍ରିମିଂ

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୨୦ ତାରିଖରୁ ଏହି ଚଳଚ୍ଚିତ୍ରଟି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ZEE5 ରେ ପ୍ରିମିୟର ହେବ। ଏନେଇ ନିର୍ମାତାଙ୍କ ପକ୍ଷରୁ ଅଫିସିଆଲ୍ ଟ୍ରେଲର ଜାରି କରାଯିବା ସହ ରିଲିଜ୍ ତାରିଖ ସ୍ପଷ୍ଟ କରାଯାଇଛି।

ମୁଖ୍ୟ ଭୂମିକାରେ ରାହୁଲ ଏବଂ ସନି

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାହୁଲ ଭଟ୍ଟ ଏବଂ ବଲିଉଡ୍ ଅଭିନେତ୍ରୀ ସନି ଲିଓନି। 'କେନେଡି'ର କାହାଣୀ ଜଣେ ଅନିଦ୍ରା ରୋଗରେ ପୀଡ଼ିତ ପୂର୍ବତନ ପୋଲିସ୍ ଅଫିସରଙ୍କ ଉପରେ ଆଧାରିତ, ଯିଏ ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଭିତରେ ନିଜର ମୁକ୍ତି ପାଇଁ ସଂଘର୍ଷ କରୁଛନ୍ତି।

କାନ୍ସରେ ହୋଇଥିଲା ପ୍ରଦର୍ଶିତ

ଉଲ୍ଲେଖଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟି ୨୦୨୩ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ (Cannes Film Festival) ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସା ସାଉଁଟିଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଏହା ଭାରତୀୟ ଦର୍ଶକଙ୍କ ପାଇଁ ଓଟିଟିରେ ମୁକ୍ତିଲାଭ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp