ବଢିଲା ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ, ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

The Sakala Picture
Published On

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ବଡ଼ ଆକ୍ସନ।ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି। […]

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ବଡ଼ ଆକ୍ସନ।ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ଇଡି ଏକ ବିବୃତ୍ତିରେ କହିଛି, ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ଶିଳ୍ପାଙ୍କ ନାମରେ ଜୁହୁ (ମୁମ୍ବାଇ)ରେ ଥିବା ଏକ ଆବାସିକ ଫ୍ଲାଟ ଏବଂ କୁନ୍ଦ୍ରାଙ୍କ ନାମରେ ପୁଣେରେ ଏକ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରହିଛି। ଏହି ମନିଲଣ୍ଡରିଂ ମାମଲା ଭେରିଏବଲ୍ ଟେକ୍ ପ୍ରାଇଭେଟ ଲିମିଟେଡ୍, ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନେକ ଏଜେଣ୍ଟଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ଏବଂ ଦିଲ୍ଲୀ ପୁଲିସ ଦ୍ବାରା ରୁଜୁ କରିଥିବା ଏତଲା ସହ ସମ୍ପୃକ୍ତ ।

ଆହୁରି ପଢ଼ନ୍ତୁ: 'ସଲମାନ ଖାନ ଡରିଗଲା!' ମଧ୍ୟରାତ୍ରିରେ ଭାଇଜାନଙ୍କ ଦମଦାର ଜିମ୍ ପୋଷ୍ଟ, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ

ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା କି ଅଭିଯୁକ୍ତମାନେ ୨୦୧୭ରେ ନିବେଶକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପାଖାପାଖି ୬,୬୦୦ କୋଟି ଟଙ୍କାର ବିଟ କଏନ ସଂଗ୍ରହ କରିଥିଲେ। ଏପରିକି ମାସକୁ ବିଟ କଏନ ଆକାରରେ ୧୦% ପ୍ରଦାନ କରାଯିବ ବୋଲି ବି କହିଥିଲେ। ମାସକୁ ୧୦ ପ୍ରତିଶତ ରିଟର୍ଣ୍ଣର ମିଥ୍ୟା ପ୍ରତିଶ୍ରୁତି ଦେଇ ନିରୀହ ଜନସାଧାରଣଙ୍କ ଠାରୁ ବିଟକଏନ୍ ଆକାରରେ (୨୦୧୭ରେ ୬,୬୦୦ କୋଟି ଟଙ୍କା) ବିପୁଳ ପରିମାଣର ଟଙ୍କା ନେଇଥିଲେ।

ଇଡି ଅଭିଯୋଗ ମୁତାବକ ଏହି ପ୍ରମୋଟରମାନେ ନିବେଶକ ମାନଙ୍କୁ ଠକିଥିଲେ। ଇଡି ଏହି ମାମଲାର ତଦନ୍ତ କରିବା ପରେ ଏହି ମାମଲାର ମାଷ୍ଟର ମାଇଣ୍ଡ ଅମିତ ଭରଦ୍ୱାଜଙ୍କ ନିକଟରୁ ରାଜ କୁନ୍ଦ୍ରା ୨୮୫ ବିଟ କଏନ ପାଇଥିବା ଅଭିଯୋଗ ହୋଇଥିଲା। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହା ବଦଳରେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟ କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଡିଲ୍‌ ହୋଇଥିଲା। ମାତ୍ର ତାହା ଫଳପ୍ରଦ ହୋଇ ପାରି ନ ଥିଲା।

18 Apr 2024 By The Sakala

ବଢିଲା ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ, ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ବଡ଼ ଆକ୍ସନ।ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି।

ଇଡି ଏକ ବିବୃତ୍ତିରେ କହିଛି, ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ଶିଳ୍ପାଙ୍କ ନାମରେ ଜୁହୁ (ମୁମ୍ବାଇ)ରେ ଥିବା ଏକ ଆବାସିକ ଫ୍ଲାଟ ଏବଂ କୁନ୍ଦ୍ରାଙ୍କ ନାମରେ ପୁଣେରେ ଏକ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରହିଛି। ଏହି ମନିଲଣ୍ଡରିଂ ମାମଲା ଭେରିଏବଲ୍ ଟେକ୍ ପ୍ରାଇଭେଟ ଲିମିଟେଡ୍, ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନେକ ଏଜେଣ୍ଟଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ଏବଂ ଦିଲ୍ଲୀ ପୁଲିସ ଦ୍ବାରା ରୁଜୁ କରିଥିବା ଏତଲା ସହ ସମ୍ପୃକ୍ତ ।

ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା କି ଅଭିଯୁକ୍ତମାନେ ୨୦୧୭ରେ ନିବେଶକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପାଖାପାଖି ୬,୬୦୦ କୋଟି ଟଙ୍କାର ବିଟ କଏନ ସଂଗ୍ରହ କରିଥିଲେ। ଏପରିକି ମାସକୁ ବିଟ କଏନ ଆକାରରେ ୧୦% ପ୍ରଦାନ କରାଯିବ ବୋଲି ବି କହିଥିଲେ। ମାସକୁ ୧୦ ପ୍ରତିଶତ ରିଟର୍ଣ୍ଣର ମିଥ୍ୟା ପ୍ରତିଶ୍ରୁତି ଦେଇ ନିରୀହ ଜନସାଧାରଣଙ୍କ ଠାରୁ ବିଟକଏନ୍ ଆକାରରେ (୨୦୧୭ରେ ୬,୬୦୦ କୋଟି ଟଙ୍କା) ବିପୁଳ ପରିମାଣର ଟଙ୍କା ନେଇଥିଲେ।

ଇଡି ଅଭିଯୋଗ ମୁତାବକ ଏହି ପ୍ରମୋଟରମାନେ ନିବେଶକ ମାନଙ୍କୁ ଠକିଥିଲେ। ଇଡି ଏହି ମାମଲାର ତଦନ୍ତ କରିବା ପରେ ଏହି ମାମଲାର ମାଷ୍ଟର ମାଇଣ୍ଡ ଅମିତ ଭରଦ୍ୱାଜଙ୍କ ନିକଟରୁ ରାଜ କୁନ୍ଦ୍ରା ୨୮୫ ବିଟ କଏନ ପାଇଥିବା ଅଭିଯୋଗ ହୋଇଥିଲା। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହା ବଦଳରେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟ କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଡିଲ୍‌ ହୋଇଥିଲା। ମାତ୍ର ତାହା ଫଳପ୍ରଦ ହୋଇ ପାରି ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର