ଆଜିଠାରୁ 'ଆଓ ନେକ୍ସଟ୍'ରେ ଷ୍ଟ୍ରିମିଂ ହେଉଛି ବ୍ଲକବଷ୍ଟର ଓଡ଼ିଆ ହରର ଫିଲ୍ମ 'ବୋଉ ବୁଟୁ ଭୂତ'

Sakala Desk Picture
Published On

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ବର୍ଷ ବଡ଼ ପରଦାରେ ଧମାଲ ମଚାଇଥିବା ବ୍ଲକବଷ୍ଟର ହରର-କମେଡି ଚଳଚ୍ଚିତ୍ର 'ବୋଉ ବୁଟୁ ଭୂତ' (Bou Buttu Bhuta) ଆଜିଠାରୁ ଓଟିଟି (OTT) ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଦର୍ଶକମାନେ ଏହି ସୁପରହିଟ୍ ସିନେମାଟିକୁ ଏକମାତ୍ର ଓଡ଼ିଆ ଓଟିଟି ପ୍ଲାଟଫର୍ମ 'ଆଓ ନେକ୍ସଟ୍' (AAO NXT) ରେ ଏକ୍ସକ୍ଲୁସିଭ୍‌ ଭାବେ ଦେଖିପାରିବେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଗତ ରଜ ଉତ୍ସବ ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିଥିଲା। ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି, ବର୍ଷୀୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହରର ଏବଂ କମେଡିର ଏକ ନିଆରା ମିଶ୍ରଣ ହୋଇଥିବାରୁ ଏହା ସବୁ ବର୍ଗର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସିନେମାଟିର କାହାଣୀ ମୁଖ୍ୟତଃ ମା', ପୁଅ ଏବଂ ଏକ ଭୂତର କାରନାମା ଉପରେ ଆଧାରିତ। ଯଦି ଆପଣ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରଟିକୁ ଦେଖିପାରି ନଥିଲେ କିମ୍ବା ପୁଣିଥରେ ଏହାର ମଜା ନେବାକୁ ଚାହୁଁଛନ୍ତି, ତେବେ ଆଜି ହିଁ 'ଆଓ ନେକ୍ସଟ୍' ଆପ୍ ଡାଉନଲୋଡ୍ କରି ଏହି ବ୍ଲକବଷ୍ଟର ସିନେମାକୁ ଉପଭୋଗ କରନ୍ତୁ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp