ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କୁ କରୋନା, ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

The Sakala Picture
Published On

ନୂଆଦିଲ୍ଲୀ : ପ୍ରଥମେ ସଞ୍ଜୟ ଲୀଳା ଭଂସାଲୀ, ରଣବୀର କପୁର ଓ ମନୋଜ ବାଜପେୟୀଙ୍କ ପରେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ବଲିଉଡ୍ ବ୍ୟାଡ୍‌ମ୍ୟାନ୍ ଆଶିଷ ବିଦ୍ୟାର୍ଥୀ। ସେ ନିଜର ଏକ ଭିଡ଼ିଓ ସେୟାର କରି ଏ ବାବଦରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରାଇବାକୁ କହିଛନ୍ତି। ଏବେ ତାଙ୍କର ଦିଲ୍ଲୀ ମ୍ୟାକ୍ସ ହସପିଟାଲରେ ଚିକିତ୍ସା ଚାଲିଛି। ସେ ତାଙ୍କ ଭିଡ଼ିଓରେ କହିଛନ୍ତି ‘‘କାଲି ଟିକେ ଦୁର୍ବଳ […]

ନୂଆଦିଲ୍ଲୀ : ପ୍ରଥମେ ସଞ୍ଜୟ ଲୀଳା ଭଂସାଲୀ, ରଣବୀର କପୁର ଓ ମନୋଜ ବାଜପେୟୀଙ୍କ ପରେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ବଲିଉଡ୍ ବ୍ୟାଡ୍‌ମ୍ୟାନ୍ ଆଶିଷ ବିଦ୍ୟାର୍ଥୀ। ସେ ନିଜର ଏକ ଭିଡ଼ିଓ ସେୟାର କରି ଏ ବାବଦରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରାଇବାକୁ କହିଛନ୍ତି। ଏବେ ତାଙ୍କର ଦିଲ୍ଲୀ ମ୍ୟାକ୍ସ ହସପିଟାଲରେ ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: ପୁଣି ଘୁଞ୍ଚିଲା ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ୍'ର ରିଲିଜ୍ ଡେଟ୍, ସାମ୍ନାକୁ ଆସିଲା ବଡ଼ କାରଣ

ସେ ତାଙ୍କ ଭିଡ଼ିଓରେ କହିଛନ୍ତି ‘‘କାଲି ଟିକେ ଦୁର୍ବଳ ଅନୁଭବ କରୁଥିଲି। କରୋନା ପରୀକ୍ଷା କରାଇଲି ଓ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ଦିଲ୍ଲୀ ହସପିଟାଲରେ ଭର୍ତ୍ତି ହୋଇଛି। ଏମିତି ତ ସବୁକିଛି ଠିକ୍ ଅଛି। କିନ୍ତୁ ଯେଉଁମାନେ ବି ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେ ବନାରସ ହେଉ କି ଦିଲ୍ଲୀ ବା ମୁମ୍ବାଇ ସମସ୍ତେ ନିଜ ନିଜର କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ। ମୁଁ ଠିକ୍ ଅଛି।’’

ଆହୁରି ପଢ଼ନ୍ତୁ: କାଷ୍ଟିଂ କାଉଚକୁ ନେଇ କୃତିକା କାମରାଙ୍କ ବଡ଼ ଖୁଲାସା: କହିଲେ- 'ମୁଁ ଅଳ୍ପକେ ବର୍ତ୍ତିଯାଇଥିଲି, ଭାଗ୍ୟ ଭଲ ଥିଲା'

ଆଶିଷ ତାଙ୍କର ଭିଡ଼ିଓକୁ ହସପିଟାଲରୁ ସେୟାର୍ କରିଛନ୍ତି। ଏ କଥା ମଧ୍ୟ କହିଛନ୍ତି ସେ ଜାଣି ନାହାନ୍ତି ସଂକ୍ରମଣ କେମିତି ହେଲା। ବନାରସରେ ସୁଟିଂ କରୁଥିଲେ। ମୁମ୍ବାଇ ଓ ଦିଲ୍ଲୀରେ ସତର୍କ ରହିଥିଲେ। ଏତେ ସାବଧାନତା ଅବଲମ୍ବନ କରିବା ସତ୍ତ୍ବେ କରୋନାରେ ସଂକ୍ରମିତ ହୋଇଛନ୍ତି ଆଶିଷ। ସେଥିପାଇଁ ସେ ସମସ୍ତଙ୍କୁ ସାବଧାନ ରହିବାକୁ ଅନୁରୋଧ କରିଛନ୍ତି।
ଖଳନାୟକ ଚରିତ୍ର ପାଇଁ ଲୋକପ୍ରିୟ ଆଶିଷ। ହିନ୍ଦୀ ବ୍ୟତୀତ ସେ ଏକଧିକ କନ୍ନଡ଼, ମଲୟାଲମ, ତେଲୁଗୁ, ବଙ୍ଗାଳୀ, ଇଂରାଜି, ତାମିଲ ଓ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।

13 Mar 2021 By The Sakala

ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କୁ କରୋନା, ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପ୍ରଥମେ ସଞ୍ଜୟ ଲୀଳା ଭଂସାଲୀ, ରଣବୀର କପୁର ଓ ମନୋଜ ବାଜପେୟୀଙ୍କ ପରେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ବଲିଉଡ୍ ବ୍ୟାଡ୍‌ମ୍ୟାନ୍ ଆଶିଷ ବିଦ୍ୟାର୍ଥୀ। ସେ ନିଜର ଏକ ଭିଡ଼ିଓ ସେୟାର କରି ଏ ବାବଦରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରାଇବାକୁ କହିଛନ୍ତି। ଏବେ ତାଙ୍କର ଦିଲ୍ଲୀ ମ୍ୟାକ୍ସ ହସପିଟାଲରେ ଚିକିତ୍ସା ଚାଲିଛି।

ସେ ତାଙ୍କ ଭିଡ଼ିଓରେ କହିଛନ୍ତି ‘‘କାଲି ଟିକେ ଦୁର୍ବଳ ଅନୁଭବ କରୁଥିଲି। କରୋନା ପରୀକ୍ଷା କରାଇଲି ଓ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ଦିଲ୍ଲୀ ହସପିଟାଲରେ ଭର୍ତ୍ତି ହୋଇଛି। ଏମିତି ତ ସବୁକିଛି ଠିକ୍ ଅଛି। କିନ୍ତୁ ଯେଉଁମାନେ ବି ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେ ବନାରସ ହେଉ କି ଦିଲ୍ଲୀ ବା ମୁମ୍ବାଇ ସମସ୍ତେ ନିଜ ନିଜର କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ। ମୁଁ ଠିକ୍ ଅଛି।’’

ଆଶିଷ ତାଙ୍କର ଭିଡ଼ିଓକୁ ହସପିଟାଲରୁ ସେୟାର୍ କରିଛନ୍ତି। ଏ କଥା ମଧ୍ୟ କହିଛନ୍ତି ସେ ଜାଣି ନାହାନ୍ତି ସଂକ୍ରମଣ କେମିତି ହେଲା। ବନାରସରେ ସୁଟିଂ କରୁଥିଲେ। ମୁମ୍ବାଇ ଓ ଦିଲ୍ଲୀରେ ସତର୍କ ରହିଥିଲେ। ଏତେ ସାବଧାନତା ଅବଲମ୍ବନ କରିବା ସତ୍ତ୍ବେ କରୋନାରେ ସଂକ୍ରମିତ ହୋଇଛନ୍ତି ଆଶିଷ। ସେଥିପାଇଁ ସେ ସମସ୍ତଙ୍କୁ ସାବଧାନ ରହିବାକୁ ଅନୁରୋଧ କରିଛନ୍ତି।
ଖଳନାୟକ ଚରିତ୍ର ପାଇଁ ଲୋକପ୍ରିୟ ଆଶିଷ। ହିନ୍ଦୀ ବ୍ୟତୀତ ସେ ଏକଧିକ କନ୍ନଡ଼, ମଲୟାଲମ, ତେଲୁଗୁ, ବଙ୍ଗାଳୀ, ଇଂରାଜି, ତାମିଲ ଓ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର