ଚଳିତବର୍ଷ ଗୁଗଲରେ ଅଧିକ ସର୍ଚ୍ଚ ହୋଇଛନ୍ତି ଆର୍ୟନ୍ ଖାନ୍ ଏବଂ ସେହନାଜ୍ ଗିଲ୍‌

The Sakala Picture
Published On

୨୦୨୧ ବର୍ଷ ମେଲାଣି ନେବାକୁ ବସିଲାଣି । ଲୋକେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଲେଣି । ନିକଟରେ ଗୁଗଲ୍ ପକ୍ଷରୁ ‘ଇୟର୍ ଇନ୍ ସର୍ଚ୍ଚ’ ତାଲିକା ଜାରି କରାଯାଇଛି । ଚଳିତବର୍ଷ ଭାରତୀୟମାନେ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍ ଓ ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ୍ ଗିଲ୍‌ଙ୍କୁ ଅଧିକ ସର୍ଚ୍ଚ କରିଥିବା ଗୁଗଲ୍ ପକ୍ଷରୁ ପ୍ରକାଶ ପାଇଛି । ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବିଜିନେସ୍‌ମ୍ୟାନ୍ ସ୍ଵାମୀ ରାଜକୁନ୍ଦ୍ରାଙ୍କ ସହିତ ଅନ୍ୟ ସେଲିବ୍ରିଟିମାନଙ୍କୁ […]

୨୦୨୧ ବର୍ଷ ମେଲାଣି ନେବାକୁ ବସିଲାଣି । ଲୋକେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଲେଣି । ନିକଟରେ ଗୁଗଲ୍ ପକ୍ଷରୁ ‘ଇୟର୍ ଇନ୍ ସର୍ଚ୍ଚ’ ତାଲିକା ଜାରି କରାଯାଇଛି । ଚଳିତବର୍ଷ ଭାରତୀୟମାନେ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍ ଓ ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ୍ ଗିଲ୍‌ଙ୍କୁ ଅଧିକ ସର୍ଚ୍ଚ କରିଥିବା ଗୁଗଲ୍ ପକ୍ଷରୁ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବିଜିନେସ୍‌ମ୍ୟାନ୍ ସ୍ଵାମୀ ରାଜକୁନ୍ଦ୍ରାଙ୍କ ସହିତ ଅନ୍ୟ ସେଲିବ୍ରିଟିମାନଙ୍କୁ ମଧ୍ୟ ଅଧିକ ସର୍ଜ କରାଯାଇଛି। ଗୁଗଲ୍ ସର୍ଚ୍ଚର ପ୍ରଥମ ସ୍ଥାନରେ ନୀରଜ ଚୋପ୍ରା ରହିଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଶାହାରୁଖ୍ ଖାନ୍‌ଙ୍କ ପୁତ୍ର ଆର୍ୟନ୍ ଖାନ୍, ତୃତୀୟ ସ୍ଥାନରେ ଶେହନାଜ ଗିଲ୍, ଚତୁର୍ଥ ସ୍ଥାନରେ ରାଜ କୁନ୍ଦ୍ରା, ପଞ୍ଚମ ସ୍ଥାନରେ ଏଲନ୍ ମସ୍କ, ଷଷ୍ଠ ସ୍ଥାନରେ ଭିକି କୌଶଲ, ସପ୍ତମ ସ୍ଥାନରେ ପି.ଭି. ସିନ୍ଧୁ, ଅଷ୍ଟମ ସ୍ଥାନରେ ବଜରଙ୍ଗ ପୁନିଆ, ନବମ ସ୍ଥାନରେ ସୁଶୀଲ କୁମାର ଓ ଦଶମ ସ୍ଥାନରେ ନତାଶା ଦଲାଲଙ୍କ ନାମ ରହିଛି। ଗତ ଅକ୍ଟୋବର ମାସରେ ଏକ ଜାହାଜରେ ଚାଲିଥିବା ଡ୍ରଗ୍ମ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯନ୍ ଖାନ୍‌ଙ୍କୁ ଗିରଫ କରିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ଆର୍ଯନ୍ ଜାମିନ୍‌ରେ ମୁକୁଳିଥିଲେ। ଏହି ପୂରା ଘଟଣାରେ ଚର୍ଚ୍ଚିତ ଚେହେରା ପାଟି ଯାଇଥିଲେ ଅନ୍। ସେହିଭଳି ଗୁଗଲ୍‌ରେ ଅଧିକ ସଚ୍ଚ କରାଯାଇଥିଲା ବିଗ୍‌ବସ୍‌ ୧୩ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ | ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜଙ୍କ ବିଷୟରେ ଜାଣିବା ପାଇଁ ଲୋକେ ଅଧିକ ତାଙ୍କୁ ସର୍ଚ୍ଚ କରିଥିଲେ ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp