୫୦୦ କୋଟି ଟଙ୍କାରେ ନିର୍ମିତ ହେବ ‘ପ୍ରୋଜେକ୍ଟ କେ’; ଏକାଠି ନଜର ଆସିବେ ବିଗ୍ ବି ଅମିତାଭ, ଦୀପିକା ଓ ପ୍ରଭାସ

The Sakala Picture
Published On

ବଲିଉଡ୍ ଓ ଦକ୍ଷିଣ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏବେ ଏକ ସୁସମ୍ପର୍କ ଗଢି ଉଠିଛି। ଉଭୟ ଇଣ୍ଡଷ୍ଟ୍ରୀର କଳାକାର ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଥିବାର ନଜର ଆସିଛନ୍ତି। ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଜରିଆରେ ଦକ୍ଷିଣର ବଡ଼ ବଡ଼ ଫିଲ୍ମ ହିନ୍ଦୀ ଭର୍ସନରେ ରିଲିଜ୍ ହେଉଛି। ଏଥିରେ ସର୍ବାଗ୍ରେ ରହିଛି ନାଗ ଅଶ୍ବିନ୍‌ଙ୍କ ଫିଲ୍ମ ‘ପ୍ରୋଜେକ୍ଟ-କେ’। ଏହି ଫିଲ୍ମରେ ଲିଡ୍ ରୋଲରେ ବିଗ୍ ବି ଅମିତାଭ, ଦୀପିକା ପାଦ୍ଯୁକୋନ୍ ଓ ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସ ଏକାସାଙ୍ଗେ ପରଦା ଉପରେ […]

ବଲିଉଡ୍ ଓ ଦକ୍ଷିଣ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏବେ ଏକ ସୁସମ୍ପର୍କ ଗଢି ଉଠିଛି। ଉଭୟ ଇଣ୍ଡଷ୍ଟ୍ରୀର କଳାକାର ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଥିବାର ନଜର ଆସିଛନ୍ତି। ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଜରିଆରେ ଦକ୍ଷିଣର ବଡ଼ ବଡ଼ ଫିଲ୍ମ ହିନ୍ଦୀ ଭର୍ସନରେ ରିଲିଜ୍ ହେଉଛି।
ଏଥିରେ ସର୍ବାଗ୍ରେ ରହିଛି ନାଗ ଅଶ୍ବିନ୍‌ଙ୍କ ଫିଲ୍ମ ‘ପ୍ରୋଜେକ୍ଟ-କେ’। ଏହି ଫିଲ୍ମରେ ଲିଡ୍ ରୋଲରେ ବିଗ୍ ବି ଅମିତାଭ, ଦୀପିକା ପାଦ୍ଯୁକୋନ୍ ଓ ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସ ଏକାସାଙ୍ଗେ ପରଦା ଉପରେ ନଜର ଆସିବେ।

ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଶ୍ବିନୀ ଦତ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ‘ପ୍ରୋଜେକ୍ଟ କେ’ର ୧୨ ଦିନର ସୁଟିଂ ସରିଯାଇଛି। ଏହାର ସୁଟିଂ ଆସନ୍ତା ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ‘ପ୍ରୋଜେକ୍ଟ କେ’ ପୂର୍ବରୁ ଅମିତାଭ ଓ ଦୀପିକା ‘ପିକୁ’ରେ ଏକାସଙ୍ଗେ ଅଭିନୟ କରିଥିଲେ। ବିଗ୍ ବି ଗତ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ କରି ଦେଇଛନ୍ତି। ପ୍ରଭାସ ଓ ଦୀପିକା ବହୁତ ଜଲ୍‌ଦି ସୁଟିଂରେ ଯୋଗଦେବେ । ଫିଲ୍ମର ସୁଟିଂ ପାଇଁ ୧୨ରୁ ୧୪ ମାସ ସମୟ ଲାଗିବ। ‘ପ୍ରୋଜେକ୍ଟ କେ’ ତେଲୁଗୁ, ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ । ଏହା ୨୦୨୩ରେ ପରଦାକୁ ଆସିବ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

19 Oct 2021 By The Sakala

୫୦୦ କୋଟି ଟଙ୍କାରେ ନିର୍ମିତ ହେବ ‘ପ୍ରୋଜେକ୍ଟ କେ’; ଏକାଠି ନଜର ଆସିବେ ବିଗ୍ ବି ଅମିତାଭ, ଦୀପିକା ଓ ପ୍ରଭାସ

ବଲିଉଡ୍ ଓ ଦକ୍ଷିଣ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏବେ ଏକ ସୁସମ୍ପର୍କ ଗଢି ଉଠିଛି। ଉଭୟ ଇଣ୍ଡଷ୍ଟ୍ରୀର କଳାକାର ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଥିବାର ନଜର ଆସିଛନ୍ତି। ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଜରିଆରେ ଦକ୍ଷିଣର ବଡ଼ ବଡ଼ ଫିଲ୍ମ ହିନ୍ଦୀ ଭର୍ସନରେ ରିଲିଜ୍ ହେଉଛି।
ଏଥିରେ ସର୍ବାଗ୍ରେ ରହିଛି ନାଗ ଅଶ୍ବିନ୍‌ଙ୍କ ଫିଲ୍ମ ‘ପ୍ରୋଜେକ୍ଟ-କେ’। ଏହି ଫିଲ୍ମରେ ଲିଡ୍ ରୋଲରେ ବିଗ୍ ବି ଅମିତାଭ, ଦୀପିକା ପାଦ୍ଯୁକୋନ୍ ଓ ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସ ଏକାସାଙ୍ଗେ ପରଦା ଉପରେ ନଜର ଆସିବେ।

ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଶ୍ବିନୀ ଦତ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ‘ପ୍ରୋଜେକ୍ଟ କେ’ର ୧୨ ଦିନର ସୁଟିଂ ସରିଯାଇଛି। ଏହାର ସୁଟିଂ ଆସନ୍ତା ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ‘ପ୍ରୋଜେକ୍ଟ କେ’ ପୂର୍ବରୁ ଅମିତାଭ ଓ ଦୀପିକା ‘ପିକୁ’ରେ ଏକାସଙ୍ଗେ ଅଭିନୟ କରିଥିଲେ। ବିଗ୍ ବି ଗତ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ କରି ଦେଇଛନ୍ତି। ପ୍ରଭାସ ଓ ଦୀପିକା ବହୁତ ଜଲ୍‌ଦି ସୁଟିଂରେ ଯୋଗଦେବେ । ଫିଲ୍ମର ସୁଟିଂ ପାଇଁ ୧୨ରୁ ୧୪ ମାସ ସମୟ ଲାଗିବ। ‘ପ୍ରୋଜେକ୍ଟ କେ’ ତେଲୁଗୁ, ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ । ଏହା ୨୦୨୩ରେ ପରଦାକୁ ଆସିବ।

https://www.thesakala.in/entertainment/project-k-will-be-built-at-a-cost-of-rs-500-crore/article-6206
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp