'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'

Suryakanta Picture
Published On

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା '୩୭୦ ଟଙ୍କାର ବିରିୟାନୀ' ('Rs 370 Biryani') ବିବାଦ ପରେ ଶେଷରେ ମୁହଁ ଖୋଲିଛନ୍ତି ଷ୍ଟାଣ୍ଡ-ଅପ୍ କମେଡିଆନ୍ ପ୍ରଣୀତ ମୋରେ (Pranit More)। ନିକଟରେ ତାଙ୍କର ଏକ କମେଡି ସୋ'ରୁ ଆରମ୍ଭ ହୋଇଥିବା ଏହି ବିବାଦ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, "ମୁଁ ଏହି ଘୃଣାର ଯୋଗ୍ୟ (Ye hate main deserve karta hun) ଏବଂ ଆଗାମୀ ଦିନରେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବି।"

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ'ଣ ଥିଲା ପୂରା ଘଟଣା?

ଗତ କିଛି ଦିନ ତଳେ ପ୍ରଣୀତ ମୋରେଙ୍କ ଏକ ଷ୍ଟାଣ୍ଡ-ଅପ୍ କମେଡି ସୋ'ର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଏହି ସୋ'ରେ ଦର୍ଶକଙ୍କ ସାରିରେ ବସିଥିବା ହିମାଂଶୁ ଜାଙ୍ଗଡା ନାମକ ଜଣେ ୨୨ ବର୍ଷୀୟ ଯୁବକ ନିଜ ଡେଟିଂ ବିଷୟରେ କହିଥିଲେ। ସେ କହିଥିଲେ ଯେ, ସେ ଜଣେ ଯୁବତୀଙ୍କୁ ଡେଟ୍‌ରେ ନେଇ ୩୭୦ ଟଙ୍କାର ବିରିୟାନୀ ଖୁଆଇଥିଲେ। ଏହି ଟଙ୍କା ଖର୍ଚ୍ଚ କରିଥିବାରୁ ସେ ଯୁବତୀଙ୍କ ଠାରୁ ଶାରୀରିକ ସମ୍ପର୍କ ରଖିବାକୁ ଆଶା ରଖିଥିଲେ ଏବଂ ଏଥିପାଇଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଏକ ଅନ୍ଧାର ପାର୍କକୁ ନେଇଯାଇଥିଲେ। ଏହି ସମ୍ବେଦନହୀନ କଥା ଶୁଣି କମେଡିଆନ୍ ଏବଂ ସେଠାରେ ଉପସ୍ଥିତ ଦର୍ଶକ ହସୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଚାକିରି ହରାଇଲେ ଦର୍ଶକ, ରୁଜୁ ହେଲା ମାମଲା

ଏହି ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ପ୍ରତି ଏପରି ଅସମ୍ମାନଜନକ ଏବଂ ଆପତ୍ତିଜନକ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିବା ହିମାଂଶୁ ଜାଙ୍ଗଡାଙ୍କୁ ତାଙ୍କ ବସ୍ ତୁରନ୍ତ ଚାକିରିରୁ ବାହାର କରିଦେଇଥିଲେ। କେବଳ ସେତିକି ନୁହେଁ, ମହାରାଷ୍ଟ୍ର ପୋଲିସ ଏବଂ ଜାତୀୟ ମହିଳା ଆୟୋଗ (NCW) ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କମେଡିଆନ୍ ପ୍ରଣୀତ ମୋରେ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ପ୍ରଣୀତ ମୋରେଙ୍କ କ୍ଷମା ପ୍ରାର୍ଥନା

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ପ୍ରଣୀତ ମୋରେ ନିଜର ଭୁଲ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ସେହି ସମୟରେ ସେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିପାରି ନଥିଲେ ଏବଂ ଏହା ତାଙ୍କର ଏକ ବଡ଼ ଭୁଲ ଥିଲା। ଏହି ଭିଡିଓକୁ ନିଜ ଆକାଉଣ୍ଟରେ ଅପଲୋଡ୍ କରି ସେ ନିଜର ବୋକାମୀର ପରିଚୟ ଦେଇଛନ୍ତି ବୋଲି ସ୍ୱୀକାର କରିବା ସହ ସେ ପୋଲିସ ଏବଂ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି। ସେ ନିଜ ପ୍ରଶଂସକଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି, "ମୋତେ ମିଳୁଥିବା ସମସ୍ତ ଘୃଣା ଏବଂ ଗାଳିଗୁଲଜ ପାଇଁ ମୁଁ ନିଜେ ଦାୟୀ। ମୁଁ ନିଜକୁ ସୁଧାରିବାକୁ ଏବଂ ଆଗକୁ ଜଣେ ଭଲ ମଣିଷ ହେବାକୁ ପ୍ରତିଜ୍ଞା କରୁଛି।"

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Pranit More (@rj_pranit)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp