ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

Suryakanta Picture
Published On

ବର୍ତ୍ତମାନ ସମୟରେ ଜାହ୍ନବୀ କପୁର ଏବଂ ରାମ ଚରଣଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର 'ପେଡ୍ଡି' କୁ ନେଇ ବିବାଦ ଦେଖାଦେଇଛି। ଏହି ଫିଲ୍ମରେ ନିର୍ଦ୍ଦେଶକ ବୁଚି ବାବୁ ସାନା ଜାହ୍ନବୀଙ୍କ ଚରିତ୍ର ଅଚିୟମ୍ମାକୁ ଅତିମାତ୍ରାରେ ଯୌନୀକରଣ କରିଥିବା ଅଭିଯୋଗ ହୋଇଛି। ଚଳଚ୍ଚିତ୍ର ନିର୍ମାତାଙ୍କ ଏଭଳି ଦୃଷ୍ଟିକୋଣକୁ ଦର୍ଶକମାନେ କଡ଼ା ସମାଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିଜେ ଜାହ୍ନବୀ ପୂର୍ବରୁ ଓଭର-ସେକ୍ସୁଆଲାଇଜେସନକୁ ନେଇ ଦେଇଥିବା ଏକ ପୁରୁଣା ବୟାନ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସମ୍ମତି ଉପରେ ଜାହ୍ନବୀଙ୍କ ଗୁରୁତ୍ୱ

ଗତ ଏପ୍ରିଲ୍ ମାସରେ ରାଜ ଶମାନୀଙ୍କ ଏକ ପୋଡକାଷ୍ଟରେ ଭାଗ ନେଇଥିବା ବେଳେ ଜାହ୍ନବୀ କପୁର ଏହି ପ୍ରସଙ୍ଗରେ ଖୋଲାଖୋଲି ମତ ରଖିଥିଲେ। ଚଳଚ୍ଚିତ୍ରରେ ଅଭିନେତ୍ରୀମାନଙ୍କୁ କିପରି ଉପସ୍ଥାପନ କରାଯିବ, ତାହା ସମ୍ପୂର୍ଣ୍ଣ ଭାବରେ 'ସମ୍ମତି' ଉପରେ ନିର୍ଭର କରେ ବୋଲି ସେ କହିଥିଲେ। ଏକ ଉଦାହରଣ ଦେଇ ସେ କହିଥିଲେ ଯେ, "ମୁଁ ପରମ ସୁନ୍ଦରୀରେ ଏକ ଗୀତ ଭିଗି ଶାଢୀ କରିଥିଲି, ଯେଉଁଥିରେ ମୁଁ ଓଦା ଶାଢ଼ୀ ପିନ୍ଧି ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ନାଚିଥିଲି। ସେହି ଗୀତର ଉଦ୍ଦେଶ୍ୟ ଥିଲା ଦର୍ଶକଙ୍କୁ ଆକର୍ଷିତ କରିବା ଏବଂ ସେଥିପାଇଁ ମୋର ପୂର୍ଣ୍ଣ ସମ୍ମତି ଥିଲା।"

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଅସୁବିଧାଜନକ ଦୃଶ୍ୟ ପାଇଁ 'ନା' କହିବା ଶିଖୁଛନ୍ତି ଅଭିନେତ୍ରୀ

ଏହା ସହିତ ସେ ସ୍ପଷ୍ଟ କରିଥିଲେ ଯେ ବିନା ସମ୍ମତିରେ କୌଣସି ମହିଳାଙ୍କୁ ଅତ୍ୟଧିକ ଯୌନୀକରଣ କରିବା କିମ୍ବା ବସ୍ତୁ ଭଳି ଉପସ୍ଥାପନ କରିବା ଆଦୌ ଗ୍ରହଣୀୟ ନୁହେଁ। "ବିନା ଅନୁମତିରେ ମୋତେ କେହି ଯୌନୀକରଣ କଲେ, ତାହା ମୋତେ ବିଚଳିତ କରେ। ମୁଁ ଏହାକୁ ଆଦୌ ବରଦାସ୍ତ କରିପାରେ ନାହିଁ।" ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବର୍ତ୍ତମାନ ସେ ଚଳଚ୍ଚିତ୍ର ନିର୍ମାତା ଏବଂ କ୍ୟାମେରାମ୍ୟାନମାନଙ୍କୁ ଅସହଜ ଆଙ୍ଗେଲରୁ ସୁଟିଂ କରିବାକୁ ମନା କରିବା ଶିଖୁଛନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp