'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

Suryakanta Picture
Published On

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ପାଇଁ ଏକ ବଡ଼ ଝଟକା। ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କାର ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କୁ ଦିଲ୍ଲୀ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିପାରିନାହିଁ। ଶନିବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମହାଠକ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ମାରିଆ ପଲ୍ ଏବଂ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ସମେତ ୧୫ ଜଣଙ୍କ ନାମରେ ଚାର୍ଜଫ୍ରେମ୍ (ଦୋଷାରୋପ) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜ୍ୟାକଲିନ୍ ଏହି ମାମଲାରେ ଜଣେ 'ପୀଡ଼ିତା' ନୁହଁନ୍ତି, ବରଂ ସେ ସୁକେଶଙ୍କ ସହ ଅପରାଧରେ ସମ୍ପୃକ୍ତ ଥିଲେ।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

ସୁକେଶଙ୍କ ସହ ସାମିଲ ଥିଲେ ଅଭିନେତ୍ରୀ

ଏହି ମାମଲା ସାମ୍ନାକୁ ଆସିବା ଦିନଠାରୁ ଜ୍ୟାକଲିନ୍ ନିଜକୁ ଜଣେ ପୀଡ଼ିତା ବୋଲି ଦାବି କରିଆସୁଥିଲେ। ସେ କହିଥିଲେ ଯେ ସୁକେଶ ତାଙ୍କୁ ମିଛ କହି ଫସାଇଛନ୍ତି ଏବଂ ଉପହାରଗୁଡ଼ିକ କେଉଁଠାରୁ ଆସିଥିଲା ସେ ବିଷୟରେ ସେ ଅବଗତ ନଥିଲେ। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଥିଲା ଯେ ସୁକେଶଙ୍କ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଜ୍ୟାକଲିନ୍‌ଙ୍କୁ ଆଗରୁ ଜଣାଥିଲା। କୋର୍ଟ ଏହି ଦଲିଲ୍‌କୁ ଗ୍ରହଣ କରି ପ୍ରାଇମା ଫେସି (ପ୍ରଥମ ଦୃଷ୍ଟିରେ) ଆଧାରରେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ବିଚାରକୁ ନେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ ସେ ମହାଠକ ସୁକେଶଙ୍କ ସହ ମିଳିମିଶି ଏହି କାରବାରରେ ସାମିଲ ଥିଲେ। ଆସନ୍ତା ଜୁନ୍ ୩ ତାରିଖରେ ଏହି ଚାର୍ଜସିଟ୍‌ରେ ବିଧିବଦ୍ଧ ଭାବେ ସ୍ୱାକ୍ଷର କରାଯିବ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ତିହାର ଜେଲରୁ ଚାଲିଥିଲା ୨୦୦ କୋଟିର ଖେଳ

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀର ତିହାର ଜେଲ ଭିତରେ ରହି ମହାଠକ ସୁକେଶ ଚନ୍ଦ୍ରଶେଖର ଏହି ବଡ଼ ଧରଣର ଠକେଇର ଷଡ଼ଯନ୍ତ୍ର ରଚିଥିଲେ। ସେ ନକଲି ଫୋନ୍ କଲ୍ ମାଧ୍ୟମରେ କେନ୍ଦ୍ର ଗୃହ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଇ ଫୋନ୍ କରୁଥିଲେ। ଏଭଳି ଢଙ୍ଗରେ ସେ ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କୁ ଦଳୀୟ ପାଣ୍ଠି ନାମରେ ପ୍ରାୟ ୨୦୦ କୋଟି ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଠକେଇ ଟଙ୍କାରୁ ସେ ଜ୍ୟାକଲିନ୍‌ଙ୍କୁ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

01 Jun 2026 By Suryakanta

'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ପାଇଁ ଏକ ବଡ଼ ଝଟକା। ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କାର ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କୁ ଦିଲ୍ଲୀ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିପାରିନାହିଁ। ଶନିବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମହାଠକ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ମାରିଆ ପଲ୍ ଏବଂ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ସମେତ ୧୫ ଜଣଙ୍କ ନାମରେ ଚାର୍ଜଫ୍ରେମ୍ (ଦୋଷାରୋପ) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜ୍ୟାକଲିନ୍ ଏହି ମାମଲାରେ ଜଣେ 'ପୀଡ଼ିତା' ନୁହଁନ୍ତି, ବରଂ ସେ ସୁକେଶଙ୍କ ସହ ଅପରାଧରେ ସମ୍ପୃକ୍ତ ଥିଲେ।

ସୁକେଶଙ୍କ ସହ ସାମିଲ ଥିଲେ ଅଭିନେତ୍ରୀ

ଏହି ମାମଲା ସାମ୍ନାକୁ ଆସିବା ଦିନଠାରୁ ଜ୍ୟାକଲିନ୍ ନିଜକୁ ଜଣେ ପୀଡ଼ିତା ବୋଲି ଦାବି କରିଆସୁଥିଲେ। ସେ କହିଥିଲେ ଯେ ସୁକେଶ ତାଙ୍କୁ ମିଛ କହି ଫସାଇଛନ୍ତି ଏବଂ ଉପହାରଗୁଡ଼ିକ କେଉଁଠାରୁ ଆସିଥିଲା ସେ ବିଷୟରେ ସେ ଅବଗତ ନଥିଲେ। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଥିଲା ଯେ ସୁକେଶଙ୍କ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଜ୍ୟାକଲିନ୍‌ଙ୍କୁ ଆଗରୁ ଜଣାଥିଲା। କୋର୍ଟ ଏହି ଦଲିଲ୍‌କୁ ଗ୍ରହଣ କରି ପ୍ରାଇମା ଫେସି (ପ୍ରଥମ ଦୃଷ୍ଟିରେ) ଆଧାରରେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ବିଚାରକୁ ନେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ ସେ ମହାଠକ ସୁକେଶଙ୍କ ସହ ମିଳିମିଶି ଏହି କାରବାରରେ ସାମିଲ ଥିଲେ। ଆସନ୍ତା ଜୁନ୍ ୩ ତାରିଖରେ ଏହି ଚାର୍ଜସିଟ୍‌ରେ ବିଧିବଦ୍ଧ ଭାବେ ସ୍ୱାକ୍ଷର କରାଯିବ।

ତିହାର ଜେଲରୁ ଚାଲିଥିଲା ୨୦୦ କୋଟିର ଖେଳ

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀର ତିହାର ଜେଲ ଭିତରେ ରହି ମହାଠକ ସୁକେଶ ଚନ୍ଦ୍ରଶେଖର ଏହି ବଡ଼ ଧରଣର ଠକେଇର ଷଡ଼ଯନ୍ତ୍ର ରଚିଥିଲେ। ସେ ନକଲି ଫୋନ୍ କଲ୍ ମାଧ୍ୟମରେ କେନ୍ଦ୍ର ଗୃହ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଇ ଫୋନ୍ କରୁଥିଲେ। ଏଭଳି ଢଙ୍ଗରେ ସେ ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କୁ ଦଳୀୟ ପାଣ୍ଠି ନାମରେ ପ୍ରାୟ ୨୦୦ କୋଟି ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଠକେଇ ଟଙ୍କାରୁ ସେ ଜ୍ୟାକଲିନ୍‌ଙ୍କୁ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର