ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମୁମ୍ବାଇରେ କୃତିକା କାମରା ଏବଂ ଗୌରବ କପୁରଙ୍କ ଗ୍ରାଣ୍ଡ ରିସେପ୍ସନ, ଯୋଗଦେଲେ ଫିଲ୍ମ ଓ କ୍ରିକେଟ୍ ଜଗତର ତାରକା

Suryakanta Picture
Published On

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କୃତିକା କାମରା ଏବଂ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ମାର୍ଚ୍ଚ ୧୨ ତାରିଖରେ ନବଦମ୍ପତି ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ (ପ୍ରୀତିଭୋଜନ) ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ନାମୀଦାମୀ ତାରକା ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

ରିସେପ୍ସନରେ ଯୋଗଦେଲେ ବହୁ ନାମୀଦାମୀ ତାରକା

କୃତିକା ଏବଂ ଗୌରବଙ୍କ ଏହି ରିସେପ୍ସନ ପାର୍ଟିରେ କ୍ରିକେଟ ଜଗତର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଯୁବରାଜ ସିଂହ ଏବଂ ବିରେନ୍ଦ୍ର ସେହୱାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନୋରଞ୍ଜନ ଜଗତରୁ ମଲାଇକା ଆରୋରା, ନେହା ଧୂପିଆ, ଅଙ୍ଗଦ ବେଦୀ, ବିଦ୍ୟା ବାଲାନ, ସିଦ୍ଧାର୍ଥ ରୟ କପୁର, ଫରହାନ ଅଖତର ଏବଂ ଭେଟେରାନ ଅଭିନେତା ନସିରୁଦ୍ଦିନ ଶାହା ଓ ରତ୍ନା ପାଠକ ଶାହା ସାମିଲ ହୋଇଥିଲେ। ନବଦମ୍ପତିଙ୍କ ସହ ତାରକାମାନେ ଖୁବ୍ ମଜାମସ୍ତି ଏବଂ ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

ନବଦମ୍ପତ୍ତିଙ୍କ ଆକର୍ଷଣୀୟ ଲୁକ୍

ରିସେପ୍ସନ ପାର୍ଟିରେ କୃତିକା ଏକ ଧଳା ରଙ୍ଗର ବଡି-ହଗିଙ୍ଗ୍ ଗାଉନ୍ ପିନ୍ଧିଥିଲେ, ଯାହା ସହ ହୀରାର ନେକଲେସ୍ ତାଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେଇଥିଲା। ଅନ୍ୟପଟେ ଗୌରବ ଏକ ବ୍ଲୁ ଫର୍ମାଲ ସୁଟ୍ ସହ ବ୍ଲାକ୍ ଟାଇରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ। କ୍ୟାମେରା ସାମ୍ନାରେ ଉଭୟ ପରସ୍ପରର ହାତ ଧରି ବେଶ ଖୁସିଥିବା ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ, ବିବାହ ସମୟରେ କୃତିକା ତାଙ୍କ ମାଆଙ୍କ ଦ୍ୱାରା ଉପହାରରେ ମିଳିଥିବା ଏକ ନାଲି ରଙ୍ଗର ଚନ୍ଦେରୀ ଶାଢ଼ି ପିନ୍ଧିଥିବା ବେଳେ ଗୌରବ ଏକ ବେଜ୍ (beige) ରଙ୍ଗର ଶେରୱାନୀ ପିନ୍ଧିଥିଲେ।

ଆହୁରି ପଢ଼ନ୍ତୁ: ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା

ଗୁପ୍ତ ରହିଥିଲା ପ୍ରେମ କାହାଣୀ

ଉଭୟ ନିଜ ସମ୍ପର୍କକୁ ଦୀର୍ଘ ଦିନ ଧରି ଗୁପ୍ତ ରଖିଥିଲେ। ଗତ ୨୦୨୫ ମସିହା ଡିସେମ୍ବର ମାସରେ ସେମାନେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରେମ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଥିଲେ। ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନର ଛାତ ଉପରେ ଏକାନ୍ତରେ କେବଳ ପରିବାର ଓ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ କୃତିକା ଓ ଗୌରବ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଥିଲେ, "ଗତକାଲି ଆମେ ସବୁଦିନ ପାଇଁ ଏକାଠି ହେଲୁ"।

13 Mar 2026 By Suryakanta

ମୁମ୍ବାଇରେ କୃତିକା କାମରା ଏବଂ ଗୌରବ କପୁରଙ୍କ ଗ୍ରାଣ୍ଡ ରିସେପ୍ସନ, ଯୋଗଦେଲେ ଫିଲ୍ମ ଓ କ୍ରିକେଟ୍ ଜଗତର ତାରକା

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କୃତିକା କାମରା ଏବଂ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ମାର୍ଚ୍ଚ ୧୨ ତାରିଖରେ ନବଦମ୍ପତି ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ (ପ୍ରୀତିଭୋଜନ) ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ନାମୀଦାମୀ ତାରକା ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ରିସେପ୍ସନରେ ଯୋଗଦେଲେ ବହୁ ନାମୀଦାମୀ ତାରକା

କୃତିକା ଏବଂ ଗୌରବଙ୍କ ଏହି ରିସେପ୍ସନ ପାର୍ଟିରେ କ୍ରିକେଟ ଜଗତର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଯୁବରାଜ ସିଂହ ଏବଂ ବିରେନ୍ଦ୍ର ସେହୱାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନୋରଞ୍ଜନ ଜଗତରୁ ମଲାଇକା ଆରୋରା, ନେହା ଧୂପିଆ, ଅଙ୍ଗଦ ବେଦୀ, ବିଦ୍ୟା ବାଲାନ, ସିଦ୍ଧାର୍ଥ ରୟ କପୁର, ଫରହାନ ଅଖତର ଏବଂ ଭେଟେରାନ ଅଭିନେତା ନସିରୁଦ୍ଦିନ ଶାହା ଓ ରତ୍ନା ପାଠକ ଶାହା ସାମିଲ ହୋଇଥିଲେ। ନବଦମ୍ପତିଙ୍କ ସହ ତାରକାମାନେ ଖୁବ୍ ମଜାମସ୍ତି ଏବଂ ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ନବଦମ୍ପତ୍ତିଙ୍କ ଆକର୍ଷଣୀୟ ଲୁକ୍

ରିସେପ୍ସନ ପାର୍ଟିରେ କୃତିକା ଏକ ଧଳା ରଙ୍ଗର ବଡି-ହଗିଙ୍ଗ୍ ଗାଉନ୍ ପିନ୍ଧିଥିଲେ, ଯାହା ସହ ହୀରାର ନେକଲେସ୍ ତାଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେଇଥିଲା। ଅନ୍ୟପଟେ ଗୌରବ ଏକ ବ୍ଲୁ ଫର୍ମାଲ ସୁଟ୍ ସହ ବ୍ଲାକ୍ ଟାଇରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ। କ୍ୟାମେରା ସାମ୍ନାରେ ଉଭୟ ପରସ୍ପରର ହାତ ଧରି ବେଶ ଖୁସିଥିବା ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ, ବିବାହ ସମୟରେ କୃତିକା ତାଙ୍କ ମାଆଙ୍କ ଦ୍ୱାରା ଉପହାରରେ ମିଳିଥିବା ଏକ ନାଲି ରଙ୍ଗର ଚନ୍ଦେରୀ ଶାଢ଼ି ପିନ୍ଧିଥିବା ବେଳେ ଗୌରବ ଏକ ବେଜ୍ (beige) ରଙ୍ଗର ଶେରୱାନୀ ପିନ୍ଧିଥିଲେ।

ଗୁପ୍ତ ରହିଥିଲା ପ୍ରେମ କାହାଣୀ

ଉଭୟ ନିଜ ସମ୍ପର୍କକୁ ଦୀର୍ଘ ଦିନ ଧରି ଗୁପ୍ତ ରଖିଥିଲେ। ଗତ ୨୦୨୫ ମସିହା ଡିସେମ୍ବର ମାସରେ ସେମାନେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରେମ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଥିଲେ। ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନର ଛାତ ଉପରେ ଏକାନ୍ତରେ କେବଳ ପରିବାର ଓ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ କୃତିକା ଓ ଗୌରବ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଥିଲେ, "ଗତକାଲି ଆମେ ସବୁଦିନ ପାଇଁ ଏକାଠି ହେଲୁ"।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର