ଅଭିନେତ୍ରୀରୁ ବନିଲେ ଡାକ୍ତର: ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କଲେ ଶ୍ରୀଲୀଲା, ଫ୍ୟାନ୍ସ କହିଲେ ‘ବ୍ୟୁଟି ୱିଥ୍ ବ୍ରେନ୍’

Suryakanta Picture
Published On

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଲୀଲା ନିଜ କ୍ୟାରିୟରରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ କେବଳ ଜଣେ ଦକ୍ଷ ଅଭିନେତ୍ରୀ ନୁହଁନ୍ତି, ବର୍ତ୍ତମାନ ଜଣେ ଯୋଗ୍ୟ ଡାକ୍ତର ମଧ୍ୟ ହୋଇପାରିଛନ୍ତି। ମଙ୍ଗଳବାର ଦିନ ମୁମ୍ବାଇର ଡି.ୱାଇ ପାଟିଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଶ୍ରୀଲୀଲାଙ୍କୁ ଏମ୍‌ବିବିଏସ୍‌ (MBBS) ଡିଗ୍ରୀ ପ୍ରଦାନ କରାଯାଇଛି। ମାତ୍ର ୨୪ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଭାଇରାଲ ହେଉଛି କନଭୋକେସନ ଭିଡିଓ

ସୋସିଆଲ ମିଡିଆରେ ଶ୍ରୀଲୀଲାଙ୍କ ସମାବର୍ତ୍ତନ ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଏକ ମରୁନ୍ ରଙ୍ଗର ଗାଉନ୍ ପିନ୍ଧି ଡିଗ୍ରୀ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଡିଗ୍ରୀ ହାସଲ କରିବା ପରେ ସେ ଖୁସିରେ ଆତ୍ମହରା ହୋଇ ନିଜ ପରିବାର ଲୋକଙ୍କୁ ଆଲିଙ୍ଗନ କରୁଥିବା ଦୃଶ୍ୟ ପ୍ରଶଂସକଙ୍କ ମନ ଜିଣିନେଇଛି। ତାଙ୍କ ମା’ ସ୍ୱର୍ଣ୍ଣଲତା ମଧ୍ୟ ଜଣେ ଡାକ୍ତର, ତେଣୁ ଶ୍ରୀଲୀଲା ତାଙ୍କ ପାଦାନୁସରଣ କରି ଏହି ସଫଳତା ପାଇଛନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଅଭିନୟ ସହ ପାଠପଢ଼ାର ତାଳମେଳ

ଗତ ୬ ବର୍ଷ ଧରି ଶ୍ରୀଲୀଲା ଏକାସାଙ୍ଗରେ ନିଜର ଅଭିନୟ ଏବଂ ଡାକ୍ତରୀ ପାଠପଢ଼ା ଜାରି ରଖିଥିଲେ। ‘ଧମାକା’, ‘ଗୁଣ୍ଟୁର କାରମ’ ଏବଂ ବହୁ ପ୍ରତୀକ୍ଷିତ ‘ପୁଷ୍ପା-୨’ ଭଳି ବଡ଼ ବଡ଼ ଫିଲ୍ମରେ କାମ କରିବା ସହିତ ସେ କଠିନ ପରିଶ୍ରମ କରି ପାଠପଢ଼ାରେ ମଧ୍ୟ ସଫଳ ହୋଇଛନ୍ତି। ତାଙ୍କର ଏହି ନିଷ୍ଠା ଓ ଶୃଙ୍ଖଳାକୁ ଦେଖି ପ୍ରଶଂସକମାନେ ତାଙ୍କୁ ‘ବ୍ୟୁଟି ୱିଥ୍ ବ୍ରେନ୍’ (Beauty with Brain) ବୋଲି ସମ୍ବୋଧନ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କୁ ‘ଡାକ୍ତର ଶ୍ରୀଲୀଲା’ ନାମରେ ଶୁଭେଚ୍ଛାର ସୁଅ ଛୁଟୁଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp