ପ୍ରଭାସଙ୍କ କେଶ ଲାଗି ଖର୍ଚ୍ଚ ହେବ ଚାରି ଲକ୍ଷ

The Sakala Picture
Published On

କେଜିଏଫ୍‌ ଫେମ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଆଗାମୀ ଫିଲ୍ମ ‘ସାଲାର’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆକ୍ସନ ଭିତ୍ତିକ ଏହି ଫିଲ୍ମରେ ପ୍ରଶାନ୍ତ ସୁପରଷ୍ଟାର୍‌ ପ୍ରଭାସଙ୍କୁ ନେଇ ଏକ ଧମାକା କରିବାକୁ ଯାଉଛନ୍ତି। ଏଥିରେ ପ୍ରଭାସଙ୍କ ନାୟିକା ସାଜିବେ ତାମିଲ ସୁନ୍ଦରୀ ଶ୍ରୁତି ହାସନ। ଏହାପୂର୍ବରୁ ଏହି ଫିଲ୍ମର ଦମ୍‌ଦାର ପୋଷ୍ଟର୍‌ଗୁୂଡିକ ପ୍ରଶଂସକଙ୍କ ମନ ଜିଣିଥିଲା। ତେବେ ଫିଲ୍ମର ଆଉ ଏକ ଖବର ଏବେ ଦର୍ଶକଙ୍କୁ ଚକିତ କରିଦେବ। ଏହି ଫିଲ୍ମ ଲାଗି ପ୍ରଭାସଙ୍କ ଲୁକ୍‌କୁ […]

କେଜିଏଫ୍‌ ଫେମ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଆଗାମୀ ଫିଲ୍ମ ‘ସାଲାର’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆକ୍ସନ ଭିତ୍ତିକ ଏହି ଫିଲ୍ମରେ ପ୍ରଶାନ୍ତ ସୁପରଷ୍ଟାର୍‌ ପ୍ରଭାସଙ୍କୁ ନେଇ ଏକ ଧମାକା କରିବାକୁ ଯାଉଛନ୍ତି। ଏଥିରେ ପ୍ରଭାସଙ୍କ ନାୟିକା ସାଜିବେ ତାମିଲ ସୁନ୍ଦରୀ ଶ୍ରୁତି ହାସନ। ଏହାପୂର୍ବରୁ ଏହି ଫିଲ୍ମର ଦମ୍‌ଦାର ପୋଷ୍ଟର୍‌ଗୁୂଡିକ ପ୍ରଶଂସକଙ୍କ ମନ ଜିଣିଥିଲା। ତେବେ ଫିଲ୍ମର ଆଉ ଏକ ଖବର ଏବେ ଦର୍ଶକଙ୍କୁ ଚକିତ କରିଦେବ। ଏହି ଫିଲ୍ମ ଲାଗି ପ୍ରଭାସଙ୍କ ଲୁକ୍‌କୁ ନେଇ ଫିଲ୍ମନିର୍ମାତା ଖୁବ୍‌ ପରିଶ୍ରମ କରୁଛନ୍ତି। ଫିଲ୍ମରେ ପ୍ରଭାସଙ୍କ ହେୟାର ଷ୍ଟାଇଲରେ କିଛି ସ୍ବତନ୍ତ୍ରତା ରହିବ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଫିଲ୍ମରେ ପ୍ରଭାସଙ୍କ କେଶ ଲାଗି ଫିଲ୍ମ ନିର୍ମାତା ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫିଲ୍ମ ନିର୍ମାତା ପ୍ରଭାସଙ୍କ ହେୟାର ଷ୍ଟାଇଲ୍‌ର ଦାୟିତ୍ବ ବଲିଉଡ୍‌ର ଜଣେ ଆଗଧାଡିର ହେୟାର ଷ୍ଟାଇଲିଷ୍ଟ ଆଲିମ ହକୀମଙ୍କୁ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହି ବ୍ୟକ୍ତି ଜଣକ ଅତୀତରେ ସାଉଥ ସୁପରଷ୍ଟାର୍‌ ରାମ ଚରଣଙ୍କ ହେୟାର ଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଯାହାର ଫଟୋଗୁଡିକ ସେତେବେଳେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହୋଇଥିଲା। ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’କୁ ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଏଥÒରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିବେ ପୂଜା ହେଗ୍‌ଡେ। ଏହାବାଦ୍‌ ପ୍ରଭାସ ଏବେ ‘ଆଦିପୁରୁଷ’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp