ରଣବୀରଙ୍କ ସହିତ ରୋମାନ୍ସ କରିବେ କ୍ୟାଟ୍ରିନା

The Sakala Picture
Published On

ବଲିଉଡ୍ ଅଭିନେତା ରଣବୀର ସିଂ ତାଙ୍କର ଦମଦାର୍ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ସେହିପରି ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ସବୁବେଳେ ତାଙ୍କର ଗ୍ଲାମରସ ଅନ୍ଦାଜ ଓ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ହେଲେ ଏହି ଯୋଡ଼ିଙ୍କୁ କୌଣସି ଫିଲ୍ମରେ ଏଯାବତ୍ ଏକାଠି ଦେଖାଯାଇ ନାହିଁ । ଯଦିଓ ‘ବ୍ୟାଣ୍ଡ ବାଜା ବାରାତ୍’ ଫିଲ୍ମ ତାଙ୍କୁ ଜଣେ ସଫଳ ନବାଗତ ଭାବେ ଇଣ୍ଡଷ୍ଟ୍ରୀରେ ପରିଚୟ […]

ବଲିଉଡ୍ ଅଭିନେତା ରଣବୀର ସିଂ ତାଙ୍କର ଦମଦାର୍ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ସେହିପରି ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ସବୁବେଳେ ତାଙ୍କର ଗ୍ଲାମରସ ଅନ୍ଦାଜ ଓ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ହେଲେ ଏହି ଯୋଡ଼ିଙ୍କୁ କୌଣସି ଫିଲ୍ମରେ ଏଯାବତ୍ ଏକାଠି ଦେଖାଯାଇ ନାହିଁ । ଯଦିଓ ‘ବ୍ୟାଣ୍ଡ ବାଜା ବାରାତ୍’ ଫିଲ୍ମ ତାଙ୍କୁ ଜଣେ ସଫଳ ନବାଗତ ଭାବେ ଇଣ୍ଡଷ୍ଟ୍ରୀରେ ପରିଚୟ ଆଣି ଦେଇଥିଲା ‘ରାମଲୀଲା’ ପରେ ସେ ଯୁବପିଢିଙ୍କ ପାଇଁ ସୁପରଷ୍ଟାର୍ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସେହିଭଳି କ୍ୟାଟ୍ରିନା କୈଫ୍ ମଧ୍ୟ ତାଙ୍କର ଆଇଟମ୍ ନମ୍ବରଗୁଡ଼ିକ ପାଇଁ ବଲିଉଡ୍‌ରେ ବେଶ୍ ସଫଳତା ହାସଲ କରିଛନ୍ତି। ତେଣୁ ଏହି ଦୁଇ ସୁପରଷ୍ଟାର୍ ଯୋଡ଼ିଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକେ ଅନେକ ଦିନରୁ ଅପେକ୍ଷା କରିଛନ୍ତି । ଦର୍ଶକଙ୍କ ଏହି ଇଚ୍ଛାକୁ ବହୁତ ଜଲ୍‌ଦି ପୂରଣ କରିବେ ନିର୍ଦ୍ଦେଶକ ଜୋୟା ଅଖତର । ଇତିମଧ୍ଯରେ ଜୋୟାଙ୍କ କାହାଣୀ କ୍ୟାଟ୍ରିନାଙ୍କୁ ପସନ୍ଦ ଆସିଛି ଓ ସେ ଫିଲ୍ମରେ କାମ କରିବା ପାଇଁ ରାଜି ହୋଇ ଯାଇଥିବା କଥା କହିଛନ୍ତି । ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ଚରିତ୍ରର ଗୁରୁତ୍ବ ଅଧିକ ରହିବ। ସେହିପରି ରଣବୀର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ରଣବୀର ମଧ୍ୟ ଜୋୟାଙ୍କ ଫିଲ୍ମରେ କାମ ପାଇଁ ସବୁଜ ସଙ୍କେତ ଦେଇଥିବା ଜଣାପଡିଛି | ରଣବୀର ଅନେକ ଦିନରୁ କ୍ୟାଟ୍ରିନାଙ୍କ ସହ କାମ କରିବାକୁ ଇଚ୍ଛା ରଖିଥିଲେ । ତାଙ୍କର ଏହି ଇଚ୍ଛା ବହୁତ ଜଳଦି ପୂରଣ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp