ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ ଶୋ’କୁ ବନ୍ଦ କଲା ପୁଣେ ପୋଲିସ

The Sakala Picture
Published On

ପୁଣେ: ଓସ୍କାର ବିଜେତା ଗାୟକ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ସଂଗୀତର ଯାଦୁରେ ମତୁଆଲା ହେବାକୁ କିଏ ଅବା ନ ଚାହିଁବ । ମାତ୍ର ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିବା ସମୟରେ ପୁଲିସ ଆସି ଏହି ଏହାକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା ଶେଷ ହେବା ପରେ ପୁଲିସ କଣ୍ଠଶିଳ୍ପୀଙ୍କୁ ମଞ୍ଚ ଉପରକୁ ଚଢ଼ି ଗୀତ ଗାଇବାରୁ ଅଟକାଇଥିଲା । ରାତି […]

ପୁଣେ: ଓସ୍କାର ବିଜେତା ଗାୟକ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ସଂଗୀତର ଯାଦୁରେ ମତୁଆଲା ହେବାକୁ କିଏ ଅବା ନ ଚାହିଁବ । ମାତ୍ର ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିବା ସମୟରେ ପୁଲିସ ଆସି ଏହି ଏହାକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା ଶେଷ ହେବା ପରେ ପୁଲିସ କଣ୍ଠଶିଳ୍ପୀଙ୍କୁ ମଞ୍ଚ ଉପରକୁ ଚଢ଼ି ଗୀତ ଗାଇବାରୁ ଅଟକାଇଥିଲା । ରାତି ୧୦ଟା ପରେ ଏଆର୍ ରହମାନଙ୍କ ଏହି ମ୍ୟୁଜିକ୍ କନସର୍ଟ ପରିବେଷଣ ପାଇଁ ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇନଥିବା ସୂଚନା ମିଳିଛି । ଯେଉଁଥିପାଇଁ ପୁଲିସ ଅଧିକାରୀ ଏହାକୁ ବନ୍ଦ କରିଦେଇଥିଲେ ।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ମିଳିଥିବା ସୂଚନା ଅନୁଯାୟୀ, ରବିବାର (ଏପ୍ରିଲ୍ ୩୦) ଏଆର୍ ରହମାନ ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ କରିଥିଲେ। ଏଆର୍ ରହମାନଙ୍କ ଏହି ଶୋ’ରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ | ରହମାନ ତାଙ୍କର ଯାଦୁକରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ । କିନ୍ତୁ ପରେ ପୁଣେ ପୋଲିସ ସେଠାରେ ପହଞ୍ଚି ରହମାନଙ୍କ ଶୋ’ ବନ୍ଦ କରିଦେଇଥିଲା । ଏହି ଶୋ’କୁ କେବଳ ରାତି ୧୦ଟା ଯାଏଁ ଅନୁମତି ମିଳିଥିଲା । ତେବେ ଶୋ’ ଧାର୍ଯ୍ୟ ସମୟସୀମା ଠାରୁ ଅଧିକ ସମୟ ଧରି ଚାଲିଥିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

ଏହି ଘଟଣା ନେଇ ପୁଣେ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଏଆର୍ ରହମାନ ତାଙ୍କର ଶେଷ ଗୀତ ଗାଉଥିଲେ । ତେବେ ସେ ଜାଣି ନଥିଲେ ଯେ ରାତି ୧୦ଟା ଉପରେ ହେଲାଣି | ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଦାୟିତ୍ବରେ ଥିବା ଆମ ପୋଲିସ୍ ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରହମାନଙ୍କୁ ସମୟସୀମା ସମ୍ପର୍କରେ ଜଣାଇଥିଲେ । ଏହା ପରେ ରହମାନ ଗୀତ ବନ୍ଦ କରିଥିଲେ।

ଆହୁରି ପଢ଼ନ୍ତୁ: 'ସଲମାନ ଖାନ ଡରିଗଲା!' ମଧ୍ୟରାତ୍ରିରେ ଭାଇଜାନଙ୍କ ଦମଦାର ଜିମ୍ ପୋଷ୍ଟ, ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଗଲା ଚାଞ୍ଚଲ୍ୟ

01 May 2023 By The Sakala

ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ ଶୋ’କୁ ବନ୍ଦ କଲା ପୁଣେ ପୋଲିସ

ପୁଣେ: ଓସ୍କାର ବିଜେତା ଗାୟକ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ସଂଗୀତର ଯାଦୁରେ ମତୁଆଲା ହେବାକୁ କିଏ ଅବା ନ ଚାହିଁବ । ମାତ୍ର ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିବା ସମୟରେ ପୁଲିସ ଆସି ଏହି ଏହାକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା ଶେଷ ହେବା ପରେ ପୁଲିସ କଣ୍ଠଶିଳ୍ପୀଙ୍କୁ ମଞ୍ଚ ଉପରକୁ ଚଢ଼ି ଗୀତ ଗାଇବାରୁ ଅଟକାଇଥିଲା । ରାତି ୧୦ଟା ପରେ ଏଆର୍ ରହମାନଙ୍କ ଏହି ମ୍ୟୁଜିକ୍ କନସର୍ଟ ପରିବେଷଣ ପାଇଁ ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇନଥିବା ସୂଚନା ମିଳିଛି । ଯେଉଁଥିପାଇଁ ପୁଲିସ ଅଧିକାରୀ ଏହାକୁ ବନ୍ଦ କରିଦେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର (ଏପ୍ରିଲ୍ ୩୦) ଏଆର୍ ରହମାନ ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ କରିଥିଲେ। ଏଆର୍ ରହମାନଙ୍କ ଏହି ଶୋ’ରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ | ରହମାନ ତାଙ୍କର ଯାଦୁକରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ । କିନ୍ତୁ ପରେ ପୁଣେ ପୋଲିସ ସେଠାରେ ପହଞ୍ଚି ରହମାନଙ୍କ ଶୋ’ ବନ୍ଦ କରିଦେଇଥିଲା । ଏହି ଶୋ’କୁ କେବଳ ରାତି ୧୦ଟା ଯାଏଁ ଅନୁମତି ମିଳିଥିଲା । ତେବେ ଶୋ’ ଧାର୍ଯ୍ୟ ସମୟସୀମା ଠାରୁ ଅଧିକ ସମୟ ଧରି ଚାଲିଥିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଏହି ଘଟଣା ନେଇ ପୁଣେ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଏଆର୍ ରହମାନ ତାଙ୍କର ଶେଷ ଗୀତ ଗାଉଥିଲେ । ତେବେ ସେ ଜାଣି ନଥିଲେ ଯେ ରାତି ୧୦ଟା ଉପରେ ହେଲାଣି | ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଦାୟିତ୍ବରେ ଥିବା ଆମ ପୋଲିସ୍ ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରହମାନଙ୍କୁ ସମୟସୀମା ସମ୍ପର୍କରେ ଜଣାଇଥିଲେ । ଏହା ପରେ ରହମାନ ଗୀତ ବନ୍ଦ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର