ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ କୋର୍ଟରେ ପିଟିସନ

The Sakala Picture
Published On

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏବେ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରି ଦିଲ୍ଲୀ କୋର୍ଟରେ ପିଟିସନ ଦାୟର କରାଯାଇଛି । ଏହି ଫିଲ୍ମରେ ଭଗବାନ ରାମ ଏବଂ ରାବଣଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାହା ଦର୍ଶକଙ୍କ ହଜମ ହୋଇନାହିଁ । ପିଟିସନରେ ଅଭିଯୋଗ ହୋଇଛି ଯେ ଫିଲ୍ମରେ ଭଗବାନ ରାମ ଏବଂ ହନୁମାନଙ୍କୁ ଚମଡ଼ାର ପୋଷାକ ପରିଧାନ କରିଥିବା ଦେଖିବାକୁ […]

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏବେ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରି ଦିଲ୍ଲୀ କୋର୍ଟରେ ପିଟିସନ ଦାୟର କରାଯାଇଛି । ଏହି ଫିଲ୍ମରେ ଭଗବାନ ରାମ ଏବଂ ରାବଣଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାହା ଦର୍ଶକଙ୍କ ହଜମ ହୋଇନାହିଁ । ପିଟିସନରେ ଅଭିଯୋଗ ହୋଇଛି ଯେ ଫିଲ୍ମରେ ଭଗବାନ ରାମ ଏବଂ ହନୁମାନଙ୍କୁ ଚମଡ଼ାର ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳୁଛି, ଯାହାକି ହିନ୍ଦୁ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି । ରାବଣକୁ ମଧ୍ୟ ଭୁଲ ରୂପରେ ପ୍ରଦର୍ଶିତ କରାଯାଇଛି ।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

ସୂଚନା ଅନୁଯାୟୀ, ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାତା ଓମ ରାଉତଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି। ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ କରି ଅନେକ ହିନ୍ଦୁ ସଂଗଠନ ଏହି ଚଳଚ୍ଚିତ୍ର ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ଗତ ସପ୍ତାହରେ ‘ଆଦିପୁରୁଷ’ର ଟିଜର ରିଲିଜ୍ ହୋଇଥିଲା।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ଏହି ଫିଲ୍ମରେ ରାକ୍ଷସ ରାଜା ୧୦ ମୁଣ୍ଡ ବିଶିଷ୍ଟ ଲଙ୍କେଶଙ୍କ ଭୂମିକାକୁ ନେଇ ମଧ୍ୟ ଫ୍ୟାନ୍ ମାନେ ଆପତ୍ତି ଉଠାଇଛନ୍ତି । ଲଙ୍କେଶଙ୍କ ଭୂମିକାରେ ସୈଫ୍ ଅଲି ଖାନ ଅଭିନୟ କରିଛନ୍ତି। ଏହାକୁ ‘ରାମାୟଣ’ର ଇସଲାମୀକରଣ ବୋଲି କହି ଅନେକ ଲୋକ ଫିଲ୍ମର ନିର୍ମାତାଙ୍କୁ ସମାଲୋଚନା କରିଛନ୍ତି। ଫିଲ୍ମରେ ହନୁମାନଙ୍କୁ ବିନା ନିଶରେ କେବଳ ଦାଢ଼ି ସହିତ ଚିତ୍ରଣ କରାଯାଇଥିବା ବେଳେ ତାଙ୍କ ଚମଡ଼ା ପୋଷାକ ନେଇ ବିବାଦ ସୃଷ୍ଟି ହୋଇଛି । ସେହିପରି ଭଗବାନ ରାମଙ୍କୁ ନିଶ ସହିତ ପ୍ରଦର୍ଶିତ କରାଯାଇଥିବାରୁ ଏହା ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ହୋଇଛି। ଏହି ସବୁ କାରଣରୁ କିଛି ରାଜନୈତିକ ଦଳ ଏବଂ ଦକ୍ଷିଣପନ୍ଥୀ ଗୋଷ୍ଠୀ ଫିଲ୍ମର ଟିଜରକୁ ସମାଲୋଚନା କରୁଛନ୍ତି । ଫିଲ୍ମ ‘ଆଦିପୁରୁଷ’ରୁ ଯଦି ହିନ୍ଦୁ ଦେବଦେବୀଙ୍କ ବିବାଦୀୟ ଦୃଶ୍ୟ ନ ହଟାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ମାତାମାନଙ୍କୁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

08 Oct 2022 By The Sakala

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ କୋର୍ଟରେ ପିଟିସନ

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏବେ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରି ଦିଲ୍ଲୀ କୋର୍ଟରେ ପିଟିସନ ଦାୟର କରାଯାଇଛି । ଏହି ଫିଲ୍ମରେ ଭଗବାନ ରାମ ଏବଂ ରାବଣଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାହା ଦର୍ଶକଙ୍କ ହଜମ ହୋଇନାହିଁ । ପିଟିସନରେ ଅଭିଯୋଗ ହୋଇଛି ଯେ ଫିଲ୍ମରେ ଭଗବାନ ରାମ ଏବଂ ହନୁମାନଙ୍କୁ ଚମଡ଼ାର ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳୁଛି, ଯାହାକି ହିନ୍ଦୁ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି । ରାବଣକୁ ମଧ୍ୟ ଭୁଲ ରୂପରେ ପ୍ରଦର୍ଶିତ କରାଯାଇଛି ।

ସୂଚନା ଅନୁଯାୟୀ, ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାତା ଓମ ରାଉତଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି। ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ କରି ଅନେକ ହିନ୍ଦୁ ସଂଗଠନ ଏହି ଚଳଚ୍ଚିତ୍ର ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ଗତ ସପ୍ତାହରେ ‘ଆଦିପୁରୁଷ’ର ଟିଜର ରିଲିଜ୍ ହୋଇଥିଲା।

ଏହି ଫିଲ୍ମରେ ରାକ୍ଷସ ରାଜା ୧୦ ମୁଣ୍ଡ ବିଶିଷ୍ଟ ଲଙ୍କେଶଙ୍କ ଭୂମିକାକୁ ନେଇ ମଧ୍ୟ ଫ୍ୟାନ୍ ମାନେ ଆପତ୍ତି ଉଠାଇଛନ୍ତି । ଲଙ୍କେଶଙ୍କ ଭୂମିକାରେ ସୈଫ୍ ଅଲି ଖାନ ଅଭିନୟ କରିଛନ୍ତି। ଏହାକୁ ‘ରାମାୟଣ’ର ଇସଲାମୀକରଣ ବୋଲି କହି ଅନେକ ଲୋକ ଫିଲ୍ମର ନିର୍ମାତାଙ୍କୁ ସମାଲୋଚନା କରିଛନ୍ତି। ଫିଲ୍ମରେ ହନୁମାନଙ୍କୁ ବିନା ନିଶରେ କେବଳ ଦାଢ଼ି ସହିତ ଚିତ୍ରଣ କରାଯାଇଥିବା ବେଳେ ତାଙ୍କ ଚମଡ଼ା ପୋଷାକ ନେଇ ବିବାଦ ସୃଷ୍ଟି ହୋଇଛି । ସେହିପରି ଭଗବାନ ରାମଙ୍କୁ ନିଶ ସହିତ ପ୍ରଦର୍ଶିତ କରାଯାଇଥିବାରୁ ଏହା ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ହୋଇଛି। ଏହି ସବୁ କାରଣରୁ କିଛି ରାଜନୈତିକ ଦଳ ଏବଂ ଦକ୍ଷିଣପନ୍ଥୀ ଗୋଷ୍ଠୀ ଫିଲ୍ମର ଟିଜରକୁ ସମାଲୋଚନା କରୁଛନ୍ତି । ଫିଲ୍ମ ‘ଆଦିପୁରୁଷ’ରୁ ଯଦି ହିନ୍ଦୁ ଦେବଦେବୀଙ୍କ ବିବାଦୀୟ ଦୃଶ୍ୟ ନ ହଟାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ମାତାମାନଙ୍କୁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

https://www.thesakala.in/entertainment/adipurush-movie-in-trouble-plea-filed-in-delhi-court-seeking-stay-on-release/article-15560
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp