୨୦୦ କୋଟି ମନି ଲଣ୍ଡରିଂ ମାମଲା, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ

The Sakala Picture
Published On

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି ମିଳିଛି। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ଜାମିନକୁ ନେଇ ନିଷ୍ପତ୍ତି ଶୁଣାଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଏହାପରେ କୋର୍ଟ ଜ୍ୟାକଲିନଙ୍କ ସାମ୍ନାରେ କିଛି ସର୍ତ୍ତି ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ […]

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି ମିଳିଛି। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ଜାମିନକୁ ନେଇ ନିଷ୍ପତ୍ତି ଶୁଣାଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଏହାପରେ କୋର୍ଟ ଜ୍ୟାକଲିନଙ୍କ ସାମ୍ନାରେ କିଛି ସର୍ତ୍ତି ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ ସବୁଦିନ ପାଇଁ ଦେଶ ଛାଡ଼ି ପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ବଡ଼ ପରଦା ବଦଳରେ OTT ରେ ରିଲିଜ୍ ହେବ କି ସଲମାନଙ୍କ ‘ମାତୃଭୂମି’? ଗୁଜବକୁ ନେଇ ଆସିଲା ବଡ଼ ଅପଡେଟ୍

ଗତ ନଭେମ୍ବର ୧୧ରେ ଶୁଣାଣି ସମୟରେ ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅଭିନେତ୍ରୀଙ୍କ ଜାମିନକୁ ବିରୋଧ କରିଥିଲେ। ଜାମିନ ମଞ୍ଜୁର ହେବା ପରେ ଅଭିନେତ୍ରୀ ପ୍ରମାଣ ସହିତ କିଛି ବି କରି ପାରନ୍ତି, ଆଉ ଦେଶ ଛାଡ଼ି ଚାଲି ଯାଇପାରନ୍ତି ବୋଲି କୁହାଯାଇଥିଲା। ଏହି କ୍ରମରେ ଜ୍ୟାକଲିନଙ୍କ ଓକିଲ କହିଥିଲେ ଯେ, ‘ଦେଶ ଛାଡି ସେ ଯିବେ ନାହିଁ, ସେ ଭରସା ମୁଁ ଦେଉଛି। କାରଣ ଏହି ଘଟଣାରେ ଜ୍ୟାକଲିନ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।’

ଆହୁରି ପଢ଼ନ୍ତୁ: ଗୁପ୍ତରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ୍ ଗାୟକ ଜୁବିନ୍ ନୌଟିୟାଲ, ପିଲାଦିନର ବାନ୍ଧବୀଙ୍କୁ କଲେ ଜୀବନସାଥୀ

ତେବେ ଏହି ଜାମିନ ଆବେଦନର ଶୁଣାଣି ପାଇଁ ପ୍ରଥମେ ନଭେମ୍ବର ୧୧ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ନଭେମ୍ବର ୧୧ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତାଙ୍କର ଅନ୍ତରୀଣ ଜାମିନ ୧୦ ନଭେମ୍ବରରେ ଶେଷ ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

15 Nov 2022 By The Sakala

୨୦୦ କୋଟି ମନି ଲଣ୍ଡରିଂ ମାମଲା, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି ମିଳିଛି। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ଜାମିନକୁ ନେଇ ନିଷ୍ପତ୍ତି ଶୁଣାଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଏହାପରେ କୋର୍ଟ ଜ୍ୟାକଲିନଙ୍କ ସାମ୍ନାରେ କିଛି ସର୍ତ୍ତି ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ ସବୁଦିନ ପାଇଁ ଦେଶ ଛାଡ଼ି ପାରିବେ ନାହିଁ।

ଗତ ନଭେମ୍ବର ୧୧ରେ ଶୁଣାଣି ସମୟରେ ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅଭିନେତ୍ରୀଙ୍କ ଜାମିନକୁ ବିରୋଧ କରିଥିଲେ। ଜାମିନ ମଞ୍ଜୁର ହେବା ପରେ ଅଭିନେତ୍ରୀ ପ୍ରମାଣ ସହିତ କିଛି ବି କରି ପାରନ୍ତି, ଆଉ ଦେଶ ଛାଡ଼ି ଚାଲି ଯାଇପାରନ୍ତି ବୋଲି କୁହାଯାଇଥିଲା। ଏହି କ୍ରମରେ ଜ୍ୟାକଲିନଙ୍କ ଓକିଲ କହିଥିଲେ ଯେ, ‘ଦେଶ ଛାଡି ସେ ଯିବେ ନାହିଁ, ସେ ଭରସା ମୁଁ ଦେଉଛି। କାରଣ ଏହି ଘଟଣାରେ ଜ୍ୟାକଲିନ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।’

ତେବେ ଏହି ଜାମିନ ଆବେଦନର ଶୁଣାଣି ପାଇଁ ପ୍ରଥମେ ନଭେମ୍ବର ୧୧ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ନଭେମ୍ବର ୧୧ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତାଙ୍କର ଅନ୍ତରୀଣ ଜାମିନ ୧୦ ନଭେମ୍ବରରେ ଶେଷ ହୋଇ ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର