ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

The Sakala Picture
Published On

ହାଇଦ୍ରାବାଦ : ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ହାଇଦ୍ରାବାଦ ସ୍ଥିତ ଫିଲ୍ମନଗର ବାସଭବନରେ ତାଙ୍କର ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ କେବଳ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକଙ୍କୁ ନୁହେଁ ବରଂ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ଅପୂରଣୀୟ କ୍ଷତି ଦେଇଛି। ୧୯୪୨ ମସିହା ଜୁଲାଇ ୧୦ ତାରିଖରେ […]

ହାଇଦ୍ରାବାଦ : ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ହାଇଦ୍ରାବାଦ ସ୍ଥିତ ଫିଲ୍ମନଗର ବାସଭବନରେ ତାଙ୍କର ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ କେବଳ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକଙ୍କୁ ନୁହେଁ ବରଂ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ଅପୂରଣୀୟ କ୍ଷତି ଦେଇଛି।

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଆମେରିକାର ଆକ୍ରମଣ: ତୈଳ ଟ୍ୟାଙ୍କର ଏମଟି ସେଟ୍ଟେବେଲୋର ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ, ଆମେରିକୀୟ କୂଟନୀତିଜ୍ଞଙ୍କୁ ଡାକିଲା ଭାରତ

୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କାଙ୍କିପାଡୁଠାରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ୧୯୭୮ ମସିହାରେ ‘ପ୍ରାଣମ୍ ଖାରିଦୁ’ ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ କେବଳ ତେଲୁଗୁ ସିନେମାରେ ସୀମିତ ନରହି ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।କୋଟା ଶ୍ରୀନିବାସ ରାଓ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପରିଚିତ ଥିଲେ । ଖଳନାୟକ, ହାସ୍ୟ ଅଭିନେତା ଏବଂ ଚରିତ୍ର ଅଭିନେତା ଭାବରେ ସେ ପ୍ରତ୍ୟେକ ଭୂମିକାକୁ ଅତି ନିଖୁଣ ଭାବରେ ପରିବେଷଣ କରୁଥିଲେ । ତାଙ୍କର ଶକ୍ତିଶାଳୀ ସଂଳାପ ଏବଂ ଅଭିବ୍ୟକ୍ତି ତାଙ୍କୁ ସିନେମା ଜଗତରେ ଏକ ଭିନ୍ନ ପରିଚୟ ଦେଇଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ଏବେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟ୍ କରି କହିଛନ୍ତି, ନିଜର ବହୁମୁଖୀ ଭୂମିକାରେ ସିନେମା ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ପ୍ରାୟ ୪ ଦଶନ୍ଧି ଧରି ସିନେମା ଏବଂ ଥିଏଟର କ୍ଷେତ୍ରରେ ତାଙ୍କର କଳାତ୍ମକ ଅବଦାନ ଏବଂ ସେ ଯେଉଁ ଭୂମିକା ନିର୍ବାହ କରିଥିଲେ ତାହା ଅବିସ୍ମରଣୀୟ ରହିବ। ସେ ଖଳନାୟକ ଏବଂ ଚରିତ୍ର କଳାକାର ଭାବରେ ଯେଉଁ ଅଗଣିତ ସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ ତାହା ସବୁଦିନ ପାଇଁ ତେଲୁଗୁ ଦର୍ଶକଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି। ୧୯୯୯ ମସିହାରେ, ସେ ବିଜୟୱାଡାରୁ ବିଧାୟକ ଭାବରେ ଜିତି ଜନସାଧାରଣଙ୍କ ସେବା କରିଥିଲେ। ମୁଁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

13 Jul 2025 By The Sakala

ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ହାଇଦ୍ରାବାଦ : ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ହାଇଦ୍ରାବାଦ ସ୍ଥିତ ଫିଲ୍ମନଗର ବାସଭବନରେ ତାଙ୍କର ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ କେବଳ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକଙ୍କୁ ନୁହେଁ ବରଂ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ଅପୂରଣୀୟ କ୍ଷତି ଦେଇଛି।

୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କାଙ୍କିପାଡୁଠାରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ୧୯୭୮ ମସିହାରେ ‘ପ୍ରାଣମ୍ ଖାରିଦୁ’ ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ କେବଳ ତେଲୁଗୁ ସିନେମାରେ ସୀମିତ ନରହି ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।କୋଟା ଶ୍ରୀନିବାସ ରାଓ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପରିଚିତ ଥିଲେ । ଖଳନାୟକ, ହାସ୍ୟ ଅଭିନେତା ଏବଂ ଚରିତ୍ର ଅଭିନେତା ଭାବରେ ସେ ପ୍ରତ୍ୟେକ ଭୂମିକାକୁ ଅତି ନିଖୁଣ ଭାବରେ ପରିବେଷଣ କରୁଥିଲେ । ତାଙ୍କର ଶକ୍ତିଶାଳୀ ସଂଳାପ ଏବଂ ଅଭିବ୍ୟକ୍ତି ତାଙ୍କୁ ସିନେମା ଜଗତରେ ଏକ ଭିନ୍ନ ପରିଚୟ ଦେଇଥିଲା।

କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ଏବେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟ୍ କରି କହିଛନ୍ତି, ନିଜର ବହୁମୁଖୀ ଭୂମିକାରେ ସିନେମା ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ପ୍ରାୟ ୪ ଦଶନ୍ଧି ଧରି ସିନେମା ଏବଂ ଥିଏଟର କ୍ଷେତ୍ରରେ ତାଙ୍କର କଳାତ୍ମକ ଅବଦାନ ଏବଂ ସେ ଯେଉଁ ଭୂମିକା ନିର୍ବାହ କରିଥିଲେ ତାହା ଅବିସ୍ମରଣୀୟ ରହିବ। ସେ ଖଳନାୟକ ଏବଂ ଚରିତ୍ର କଳାକାର ଭାବରେ ଯେଉଁ ଅଗଣିତ ସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ ତାହା ସବୁଦିନ ପାଇଁ ତେଲୁଗୁ ଦର୍ଶକଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି। ୧୯୯୯ ମସିହାରେ, ସେ ବିଜୟୱାଡାରୁ ବିଧାୟକ ଭାବରେ ଜିତି ଜନସାଧାରଣଙ୍କ ସେବା କରିଥିଲେ। ମୁଁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର