ଗୋବିନ୍ଦା-ସୁନିତାଙ୍କ ଛାଡ଼ପତ୍ର !

The Sakala Picture
Published On

ମୁମ୍ବାଇ: ଦୀର୍ଘ ଦିନ ଧରି ବି-ଟାଉନରେ ଚାଲିଥିବା ଚର୍ଚ୍ଚା ସତ ହୋଇଛି। ଶେଷରେ ସୁପରଷ୍ଟାର ଗୋବିନ୍ଦାଙ୍କ ଛାଡ଼ପତ୍ର ହେବାକୁ ଯାଉଛି। ପତ୍ନୀ ସୁନିତା ଏହି ଅଭିନେତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ବାନ୍ଦ୍ରା ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଆଉ ସ୍ବାମୀ ଗୋବିନ୍ଦାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଗୋବିନ୍ଦା ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା ଏବଂ ନିଷ୍ଠୁରତାର ଅଭିଯୋଗ ଲଗାଇ ସୁନିତା ଏହି ଆବେଦନ କରିଥିବା […]

ମୁମ୍ବାଇ: ଦୀର୍ଘ ଦିନ ଧରି ବି-ଟାଉନରେ ଚାଲିଥିବା ଚର୍ଚ୍ଚା ସତ ହୋଇଛି। ଶେଷରେ ସୁପରଷ୍ଟାର ଗୋବିନ୍ଦାଙ୍କ ଛାଡ଼ପତ୍ର ହେବାକୁ ଯାଉଛି। ପତ୍ନୀ ସୁନିତା ଏହି ଅଭିନେତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ବାନ୍ଦ୍ରା ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଆଉ ସ୍ବାମୀ ଗୋବିନ୍ଦାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଗୋବିନ୍ଦା ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା ଏବଂ ନିଷ୍ଠୁରତାର ଅଭିଯୋଗ ଲଗାଇ ସୁନିତା ଏହି ଆବେଦନ କରିଥିବା ସୂଚନା ମିଳିଛି। ତେବେ ଗୋବିନ୍ଦାଙ୍କ କିଛି ଘନିଷ୍ଠ ଏହି ଖବରକୁ ଭ୍ରମାତ୍ମକ କହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Ram Sutar Passes Away: ପରଲୋକରେ 'ଷ୍ଟାଚ୍ୟୁ ଅଫ ୟୁନିଟି'ର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ସୁତାର...

ସୂଚନା ଅନୁଯାୟୀ ପରିବାର କୋର୍ଟ ଏ ନେଇ ଗତ ମେ’ ୨୫ ତାରିଖରେ ଗୋବିନ୍ଦାଙ୍କୁ ସମନ ଜାରି କରିଥିଲେ। ପରେ ଜୁନ୍‌ରୁ ଉଭୟେ ମାମଲାର ସମାଧାନ ଲାଗି ପ୍ରୟାସ କରୁଛନ୍ତି। ସୁନିତା ଶୁଣାଣି ସମୟରେ କୋର୍ଟରେ ହାଜର ହେଉଥିବାବେଳେ ଗୋବିନ୍ଦା ଉପସ୍ଥିତ ହୋଇନାହାନ୍ତି। ପୂର୍ବରୁ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ନାମ ଯୋଡ଼ା ଯାଉଥିଲା।

ଆହୁରି ପଢ଼ନ୍ତୁ: ପ୍ରଦୂଷଣ ଏବଂ ଘନ କୁହୁଡ଼ିର ଆସ୍ତରଣ ତଳେ ରାଜଧାନୀ ଦିଲ୍ଲୀ; ଦିଶିଲାନି ରାସ୍ତାଘାଟ, ଅସ୍ତବ୍ୟସ୍ତ ଜନଜୀବନ

Join Us @ WhatsApp

About The Author

Google News
Join Us @ WhatsApp