ବୁଲୁଛି କିଏ, କାହା ନାଁରେ ଚାଲାଣ

The Sakala Picture
Published On

ଭୁବନେଶ୍ୱର : ଲକ୍‌ଡାଉନ ଏବଂ ସଟ୍‌ଡାଉନ୍ ପାଇଁ ଅପରାଧୀମାନେ ନାକେଦମ ହେଲେଣି। ନା ସେମାନଙ୍କ ନିଶା ଖାଇବାକୁ ଟଙ୍କା ଅଛି ନା ମୋବାଇଲ୍ ରିଚାର୍ଜ କରିବାକୁ ଟଙ୍କା ଅଛି। ତେଣୁ ସେମାନେ ପୁଲିସକୁ ଚକ୍‌ମା ଦେଇ ଲୁଟ୍‌ପାଟ କରିବା ପାଇଁ ରାଜ ରାସ୍ତାକୁ ବାହାରିଲେଣି। ସେମାନେ ବିଭିନ୍ନ ଚୋରା ବାଇକରେ ଜାଲ ନମ୍ବର ଲଗାଇ ସହର ବୁଲୁଛନ୍ତି । ଯେଉଁଠି ସୁଯୋଗ ପାଇଛନ୍ତି ସେମାନେ ଚୋରି ଲୁଟପାଟ କରୁଛନ୍ତି । ବିଶେଷକରି ସେମାନେ ରାଜଧାନୀରୁ ବିଭିନ୍ନ ଲୋକଙ୍କ […]

ଭୁବନେଶ୍ୱର : ଲକ୍‌ଡାଉନ ଏବଂ ସଟ୍‌ଡାଉନ୍ ପାଇଁ ଅପରାଧୀମାନେ ନାକେଦମ ହେଲେଣି। ନା ସେମାନଙ୍କ ନିଶା ଖାଇବାକୁ ଟଙ୍କା ଅଛି ନା ମୋବାଇଲ୍ ରିଚାର୍ଜ କରିବାକୁ ଟଙ୍କା ଅଛି। ତେଣୁ ସେମାନେ ପୁଲିସକୁ ଚକ୍‌ମା ଦେଇ ଲୁଟ୍‌ପାଟ କରିବା ପାଇଁ ରାଜ ରାସ୍ତାକୁ ବାହାରିଲେଣି। ସେମାନେ ବିଭିନ୍ନ ଚୋରା ବାଇକରେ ଜାଲ ନମ୍ବର ଲଗାଇ ସହର ବୁଲୁଛନ୍ତି । ଯେଉଁଠି ସୁଯୋଗ ପାଇଛନ୍ତି ସେମାନେ ଚୋରି ଲୁଟପାଟ କରୁଛନ୍ତି । ବିଶେଷକରି ସେମାନେ ରାଜଧାନୀରୁ ବିଭିନ୍ନ ଲୋକଙ୍କ ଘରେ ପଶି ଚୋରି କରୁଥିବା ଜଣାପଡ଼ିଛି। ଏହି ଲୁଟେରା ଗ୍ୟାଙ୍ଗ୍ ଜଗିଥିବା ନାକା ଦେଇ ଯାଉନାହାନ୍ତି। ସହରର ବିଭିନ୍ନ ଗଳିକନ୍ଦି ଏବଂ ରାସ୍ତାର ରଙ୍ଗ ସାଇଡ଼ରେ ଯାତାୟାତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସେମାନେ ନାକାରେ ଜଗିଥିବା ପୁଲିସକୁ ଚକ୍‌ମା ଦେଇ ସିନା ଚମ୍ପଟ ମାରୁଛନ୍ତି କିନ୍ତୁ ସିସିଟିଭି ଫୁଟେଜକୁ ଭୁଆଁ ବୁଲେଇ ପାରୁନାହଁନ୍ତି ଟ୍ର।ଫିକ ନିୟମ ଉଲଂଘନ କରିଥିବାରୁ ସିସିଟିଭି ଫୁଟେଜ ଗୁଡିକ ଆଧାରରେ ଘରକୁ ଚାଲାଣ ପଠାଉଛି। କିନ୍ତୁ ଗାଡ଼ି ନମ୍ବର ଜାଲ୍ ଥିବାରୁ ଅନ୍ୟ ବ୍ୟକ୍ତିକ ନିକଟକୁ ଚାଲାଣ ପଳାଉଛି । ଉକ୍ତ ବ୍ୟକ୍ତି ଜଣକ ଏଭଳି ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଫାଇନାନ୍ସ ସଂସ୍ଥାକୁ ଠକିବା ପାଇଁ ଅନେକ ନିରୀହ ଲୋକେ ବିନା କାରଣରେ ଜରିମାନା ଗଣୁଛନ୍ତି। ନିକଟରେ ମଧ୍ୟ ନାକା ଅପରାଧୀଙ୍କ ପାଇଁ କାଳ ହୋଇଛି। ସେମାନେ ନାକା ଚେକିଂ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଉଛନ୍ତି। ଯେଉଁଥ୍ ପାଇଁ ପୁଲିସ ଏକାଧୂକ ଗାଡ଼ି ଜବତ କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଏଭଳି ଏକ ଘଟଣା ସହିଦନଗରରେ ରହୁଥିବା ଅଲେଖ ବେହେରାଙ୍କ କ୍ଷେତ୍ରରେ ଘଟିଛି। ସେ ଲକ୍‌ଡାଉନ୍ ପରଠୁ ଘର ଭିତରେ ଅଛନ୍ତି । ଗାଡ଼ି ତାଙ୍କର ଗ୍ୟାରେଜରେ ରହିଛି। କିନ୍ତୁ ତାଙ୍କ ଗାଡ଼ି ରୁପାଲି ଛକ ନିକଟରେ ବୁଲୁଥିବା ନେଇ ଚାଲାଣ ଆସିଛି। ତେଣୁ କିଭଳି ଚାଲାଣ ଆସିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଲକ୍‌ଡାଉନରେ ବାହାରକୁ ଯିବା ପାଇଁ ତାଙ୍କ ନିକଟରେ ପାସ୍‌ ନାହିଁ | ତେଣୁ କେଉଁ କାରଣ ନେଇ ତାଙ୍କ ନିକଟକୁ ଚାଲାଣ ଆସିଲା ବୁଝିବା ପରେ ଅପରାଧୀଙ୍କ ଏଭଳି କାରନାମା ବିଷୟରେ ପଦାକୁ ଆସିଛି । କେବଳ ଅଲେଖ ନୁହେଁ ତାଙ୍କ ଭଳି ଅନେକଙ୍କ ନିକଟକୁ । ଏଭଳି ଚାଲାଣ ଯାଇଥିବା ସୂଚନା ମିଳୁଛି। କେବଳ ରାଜଧାନୀରେ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଚାଲାଣ ଆସୁଛି ।

ଆହୁରି ପଢ଼ନ୍ତୁ: ଆସାନସୋଲର ଶୀତଲପୁରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ସିଆଇଏସଏଫ୍ (CISF) ଯବାନଙ୍କ ନାମରେ ଅଭିଯୋଗ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

ମଙ୍ଗଳବାର ରାତିରେ ନୂଆପଲ୍ଲୀ ବିଜୁପଟ୍ଟନାୟକ କଲେଜ ନିକଟରେ ୩ ଅଭିଯୁକ୍ତଙ୍କୁ ପୁଲିସକୁ ଗିରଫ କରିଛି । ସେମାନେ ବ୍ୟବହାର କରୁଥିବା ଗାଡି ଟୋରି ଗାଡ଼ି ହୋଇଥିବା କୁହାଯାଉଛି। ଏନେଇ ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି ଯେ, ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗି ଯାଉଛନ୍ତି ସେମାନଙ୍କୁ ସିସିଟିଭି ଫୁଟେଜ ଆଧାରରେ ଚାଲାଣ କରାଯାଇଛି। ବିଶେଷକରି ଅପରାଧୀ ଏବଂ ଫାଇନାନ୍ସ ସଂସ୍ଥାକୁ ଠକୁଥିବା ଲୋକେମାନେ ଏଭଳି ଜାଲ ନମ୍ବର ବ୍ୟବହାର କରୁଥିବାରୁ ଚାଲାଣ ଅନ୍ୟ ନିକଟକୁ ଯାଉଛି । ଯେଉଁଠି ଏଭଳି ଘଟଣା ପଦାକୁ ଆସୁଛି ଆମେ ନିକଟ ଥାନାକୁ ଜଣାଇଛୁ ।

21 May 2021 By The Sakala

ବୁଲୁଛି କିଏ, କାହା ନାଁରେ ଚାଲାଣ

ଭୁବନେଶ୍ୱର : ଲକ୍‌ଡାଉନ ଏବଂ ସଟ୍‌ଡାଉନ୍ ପାଇଁ ଅପରାଧୀମାନେ ନାକେଦମ ହେଲେଣି। ନା ସେମାନଙ୍କ ନିଶା ଖାଇବାକୁ ଟଙ୍କା ଅଛି ନା ମୋବାଇଲ୍ ରିଚାର୍ଜ କରିବାକୁ ଟଙ୍କା ଅଛି। ତେଣୁ ସେମାନେ ପୁଲିସକୁ ଚକ୍‌ମା ଦେଇ ଲୁଟ୍‌ପାଟ କରିବା ପାଇଁ ରାଜ ରାସ୍ତାକୁ ବାହାରିଲେଣି। ସେମାନେ ବିଭିନ୍ନ ଚୋରା ବାଇକରେ ଜାଲ ନମ୍ବର ଲଗାଇ ସହର ବୁଲୁଛନ୍ତି । ଯେଉଁଠି ସୁଯୋଗ ପାଇଛନ୍ତି ସେମାନେ ଚୋରି ଲୁଟପାଟ କରୁଛନ୍ତି । ବିଶେଷକରି ସେମାନେ ରାଜଧାନୀରୁ ବିଭିନ୍ନ ଲୋକଙ୍କ ଘରେ ପଶି ଚୋରି କରୁଥିବା ଜଣାପଡ଼ିଛି। ଏହି ଲୁଟେରା ଗ୍ୟାଙ୍ଗ୍ ଜଗିଥିବା ନାକା ଦେଇ ଯାଉନାହାନ୍ତି। ସହରର ବିଭିନ୍ନ ଗଳିକନ୍ଦି ଏବଂ ରାସ୍ତାର ରଙ୍ଗ ସାଇଡ଼ରେ ଯାତାୟାତ କରୁଛନ୍ତି ।

ସେମାନେ ନାକାରେ ଜଗିଥିବା ପୁଲିସକୁ ଚକ୍‌ମା ଦେଇ ସିନା ଚମ୍ପଟ ମାରୁଛନ୍ତି କିନ୍ତୁ ସିସିଟିଭି ଫୁଟେଜକୁ ଭୁଆଁ ବୁଲେଇ ପାରୁନାହଁନ୍ତି ଟ୍ର।ଫିକ ନିୟମ ଉଲଂଘନ କରିଥିବାରୁ ସିସିଟିଭି ଫୁଟେଜ ଗୁଡିକ ଆଧାରରେ ଘରକୁ ଚାଲାଣ ପଠାଉଛି। କିନ୍ତୁ ଗାଡ଼ି ନମ୍ବର ଜାଲ୍ ଥିବାରୁ ଅନ୍ୟ ବ୍ୟକ୍ତିକ ନିକଟକୁ ଚାଲାଣ ପଳାଉଛି । ଉକ୍ତ ବ୍ୟକ୍ତି ଜଣକ ଏଭଳି ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଫାଇନାନ୍ସ ସଂସ୍ଥାକୁ ଠକିବା ପାଇଁ ଅନେକ ନିରୀହ ଲୋକେ ବିନା କାରଣରେ ଜରିମାନା ଗଣୁଛନ୍ତି। ନିକଟରେ ମଧ୍ୟ ନାକା ଅପରାଧୀଙ୍କ ପାଇଁ କାଳ ହୋଇଛି। ସେମାନେ ନାକା ଚେକିଂ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଉଛନ୍ତି। ଯେଉଁଥ୍ ପାଇଁ ପୁଲିସ ଏକାଧୂକ ଗାଡ଼ି ଜବତ କରିଥିବା ଜଣାପଡ଼ିଛି ।

ଏଭଳି ଏକ ଘଟଣା ସହିଦନଗରରେ ରହୁଥିବା ଅଲେଖ ବେହେରାଙ୍କ କ୍ଷେତ୍ରରେ ଘଟିଛି। ସେ ଲକ୍‌ଡାଉନ୍ ପରଠୁ ଘର ଭିତରେ ଅଛନ୍ତି । ଗାଡ଼ି ତାଙ୍କର ଗ୍ୟାରେଜରେ ରହିଛି। କିନ୍ତୁ ତାଙ୍କ ଗାଡ଼ି ରୁପାଲି ଛକ ନିକଟରେ ବୁଲୁଥିବା ନେଇ ଚାଲାଣ ଆସିଛି। ତେଣୁ କିଭଳି ଚାଲାଣ ଆସିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଲକ୍‌ଡାଉନରେ ବାହାରକୁ ଯିବା ପାଇଁ ତାଙ୍କ ନିକଟରେ ପାସ୍‌ ନାହିଁ | ତେଣୁ କେଉଁ କାରଣ ନେଇ ତାଙ୍କ ନିକଟକୁ ଚାଲାଣ ଆସିଲା ବୁଝିବା ପରେ ଅପରାଧୀଙ୍କ ଏଭଳି କାରନାମା ବିଷୟରେ ପଦାକୁ ଆସିଛି । କେବଳ ଅଲେଖ ନୁହେଁ ତାଙ୍କ ଭଳି ଅନେକଙ୍କ ନିକଟକୁ । ଏଭଳି ଚାଲାଣ ଯାଇଥିବା ସୂଚନା ମିଳୁଛି। କେବଳ ରାଜଧାନୀରେ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଚାଲାଣ ଆସୁଛି ।

ମଙ୍ଗଳବାର ରାତିରେ ନୂଆପଲ୍ଲୀ ବିଜୁପଟ୍ଟନାୟକ କଲେଜ ନିକଟରେ ୩ ଅଭିଯୁକ୍ତଙ୍କୁ ପୁଲିସକୁ ଗିରଫ କରିଛି । ସେମାନେ ବ୍ୟବହାର କରୁଥିବା ଗାଡି ଟୋରି ଗାଡ଼ି ହୋଇଥିବା କୁହାଯାଉଛି। ଏନେଇ ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି ଯେ, ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗି ଯାଉଛନ୍ତି ସେମାନଙ୍କୁ ସିସିଟିଭି ଫୁଟେଜ ଆଧାରରେ ଚାଲାଣ କରାଯାଇଛି। ବିଶେଷକରି ଅପରାଧୀ ଏବଂ ଫାଇନାନ୍ସ ସଂସ୍ଥାକୁ ଠକୁଥିବା ଲୋକେମାନେ ଏଭଳି ଜାଲ ନମ୍ବର ବ୍ୟବହାର କରୁଥିବାରୁ ଚାଲାଣ ଅନ୍ୟ ନିକଟକୁ ଯାଉଛି । ଯେଉଁଠି ଏଭଳି ଘଟଣା ପଦାକୁ ଆସୁଛି ଆମେ ନିକଟ ଥାନାକୁ ଜଣାଇଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର