ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ: ୨ ମାଓବାଦୀ ନିହତ, ମାଓ ନେତା ପାପା ରାଓ ଥିବା ସନ୍ଦେହ

Sakala Desk Picture
Published On

ମାଲକାନଗିରି: ମାଲକାନଗିରି ସୀମାନ୍ତ ଲାଗି ରହିଥିବା ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଜାତୀୟ ଉଦ୍ୟାନ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ସହ ଗୋଟିଏ ଏକେ-୪୭ ବନ୍ଧୁକ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି (DRG) ଯବାନଙ୍କ ପକ୍ଷରୁ ଜାତୀୟ ଉଦ୍ୟାନରେ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ଆଜି ସକାଳେ ଯବାନଙ୍କୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚାଳନା କରିଥିଲେ, ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶେଷରେ ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ନିହତ ମାଓବାଦୀଙ୍କ ମଧ୍ୟରେ ଶୀର୍ଷ ମାଓ ନେତା ପାପା ରାଓ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପୁଲିସ ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ସ୍ପଷ୍ଟିକରଣ ଦିଆଯାଇନାହିଁ। ଜଙ୍ଗଲରୁ ଯବାନ ଫେରିବା ପରେ ଏବଂ ମୃତଦେହ ଶନାକ୍ତ ହେବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଅଧିକ ଜୋରଦାର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର