ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସର କଡା କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ଏପ୍ରିଲ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୫ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ […]

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ଏପ୍ରିଲ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୫ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୭ଗ୍ରାମ ୨୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୪୦,୦୦୦ଟଙ୍କା, ୬ଟି ମୋବାଇଲ ଫୋନ ଏବଂ ୪ଟି ଦୁଇଚକିଆ ଯାନ ଜବତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫିରୋଜାବାଦ ଆରବ ହତ୍ୟାକାଣ୍ଡ: ଦେଢ଼ ବର୍ଷର ଶିଶୁକୁ କଚାଡ଼ି ମାରିଥିବା ଅଭିଯୁକ୍ତ ଜିତେନ୍ଦ୍ର ପାଠକକୁ ଫାଶୀ ଦଣ୍ଡ

ସେହିପରି ଗତ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୧୦ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୨୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୪୪କିଲୋଗ୍ରାମ ଓଜନର ଗଞ୍ଜେଇ, ୧,୩୮,୩୭୦ଟଙ୍କା, ୧୦୩.୭୪ଗ୍ରାମ ଓଜନର ସୁନା ଗହଣା, ୯ଟି ମୋବାଇଲ ଫୋନ ଏବଂ ୩ଟି ଦୁଇ/ତିନି/ଚାରି ଚକିଆ ଯାନ ଜବତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ୧୪ କୋଟିର ସମ୍ପତ୍ତି, ସରକାରୀ ଚାକିରି ଓ ଦୁଇଟି ମୃତ୍ୟୁ... ମା'ଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ଆୟୁଷୀଙ୍କ କାହାଣୀରେ ନୂଆ ଟ୍ୱିଷ୍ଟ

04 May 2023 By The Sakala

ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସର କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ଏପ୍ରିଲ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୫ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୭ଗ୍ରାମ ୨୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୪୦,୦୦୦ଟଙ୍କା, ୬ଟି ମୋବାଇଲ ଫୋନ ଏବଂ ୪ଟି ଦୁଇଚକିଆ ଯାନ ଜବତ କରାଯାଇଥିଲା ।

ସେହିପରି ଗତ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୧୦ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୨୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୪୪କିଲୋଗ୍ରାମ ଓଜନର ଗଞ୍ଜେଇ, ୧,୩୮,୩୭୦ଟଙ୍କା, ୧୦୩.୭୪ଗ୍ରାମ ଓଜନର ସୁନା ଗହଣା, ୯ଟି ମୋବାଇଲ ଫୋନ ଏବଂ ୩ଟି ଦୁଇ/ତିନି/ଚାରି ଚକିଆ ଯାନ ଜବତ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର