ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର୍‌ କରିବା ପାଇଁ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍, ଏହିମାନେ ରଚିଥିଲେ ଷଡଯନ୍ତ୍ର…‌

The Sakala Picture
Published On

କଟକ : କଟକ ବଡ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ହେବା ସମସ୍ତଙ୍କୁ ଚକିତ କରିଥିଲା। କାରଣ ଚିକିତ୍ସା ପାଇଁ ଆସିଥିବା ବେଳେ କିପରି ଫେରାର୍‌ ହେଲା ହାଇଦର। ଜଣେ ରୋଗୀ ଭାବେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିପରି ସମସ୍ତଙ୍କୁ ଚକମା ଦେଇ ଫେରାର୍‌ ହୋଇଗଲା ତାହା ଚକିତ କରିଥିଲା। ଏଥି ସହିତ ହାଇଦରକୁ ମେଡିକାଲରୁ ଫେରାର୍‌ କରିବା ପଛରେ କାହା ହାତ ରହିଛି। ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ କର୍ମଚାରୀ, ମେଡିକାଲ […]

କଟକ : କଟକ ବଡ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ହେବା ସମସ୍ତଙ୍କୁ ଚକିତ କରିଥିଲା। କାରଣ ଚିକିତ୍ସା ପାଇଁ ଆସିଥିବା ବେଳେ କିପରି ଫେରାର୍‌ ହେଲା ହାଇଦର। ଜଣେ ରୋଗୀ ଭାବେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିପରି ସମସ୍ତଙ୍କୁ ଚକମା ଦେଇ ଫେରାର୍‌ ହୋଇଗଲା ତାହା ଚକିତ କରିଥିଲା। ଏଥି ସହିତ ହାଇଦରକୁ ମେଡିକାଲରୁ ଫେରାର୍‌ କରିବା ପଛରେ କାହା ହାତ ରହିଛି। ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ କର୍ମଚାରୀ, ମେଡିକାଲ କର୍ମଚାରୀଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଗତକାଲି ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ କମିଶନରେଟ୍‌ ପୁଲିସ ଗିରଫ କରିବା ପରେ ଆଜି ତାକୁ ଭୁବନେଶ୍ବର ଅଣାଯାଇଥିଲା। ଏହାପରେ ବିମାନବନ୍ଦରରୁ କଡା ସୁରକ୍ଷା ମଧ୍ୟରେ କଟକ ନିଆଯାଇଛି। କଟକରେ ତାକୁ ପ୍ରଥମେ କୋର୍ଟରେ ହାଜର କରାଯିବ। ତେବେ ଏହାରି ମଧ୍ୟରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର କଟକ ବଡମେଡିକାଲରୁ ଫେରାର୍‌ କରିବା ପାଇଁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍। ହାଇଦର ଧରମ ପୁଅ ବୋଲାଉଥିବା କଟକ ଯୋବ୍ରାର ଇସ୍ତିଆଜ ଖାନ ଓ ତା ସହଯୋଗୀ ଚିକୁ ଏବଂ ହାଇଦର ପରିବାର ସଦସ୍ୟ ଫେରାର୍‌ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଯୋବ୍ରାରୁ ହିଁ ବିରିୟାନି ଯାଉଥିଲା କଟକ ବଡ଼ ମେଡିକାଲ। ଯୋଜନା ମୁତାବକ ଏପ୍ରିଲ ୧୦ ତାରିଖରେ ହାଇଦରକୁ ଫେରାର୍‌ ହୋଇଥିଲା। କମିଶନରେଟ୍‌ ପୁଲିସ ଯୋବ୍ରାର ଇସ୍ତିଆଜ ଖାନ ଓ ତା ସହଯୋଗୀ ଚିକୁ ମଧ୍ୟ ଗିରଫ କରିଥିବା ବିଶେଷ ସୂତ୍ର ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

ଆହୁରି ପଢ଼ନ୍ତୁ: ସିୟା ଲୋହାଗଡ଼ ଟ୍ରେକିଂରେ ଯିବାକୁ ଚାହୁଁନଥିଲେ, କେତନ ଓ ତାଙ୍କ ମାଆ ତାଙ୍କୁ ରାଜି କରାଇଥିଲେ: ସିୟାଙ୍କ ମାଆ ପୂଜା ଗୋୟଲ

16 Apr 2021 By The Sakala

ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର୍‌ କରିବା ପାଇଁ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍, ଏହିମାନେ ରଚିଥିଲେ ଷଡଯନ୍ତ୍ର…‌

କଟକ : କଟକ ବଡ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ହେବା ସମସ୍ତଙ୍କୁ ଚକିତ କରିଥିଲା। କାରଣ ଚିକିତ୍ସା ପାଇଁ ଆସିଥିବା ବେଳେ କିପରି ଫେରାର୍‌ ହେଲା ହାଇଦର। ଜଣେ ରୋଗୀ ଭାବେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିପରି ସମସ୍ତଙ୍କୁ ଚକମା ଦେଇ ଫେରାର୍‌ ହୋଇଗଲା ତାହା ଚକିତ କରିଥିଲା। ଏଥି ସହିତ ହାଇଦରକୁ ମେଡିକାଲରୁ ଫେରାର୍‌ କରିବା ପଛରେ କାହା ହାତ ରହିଛି। ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ କର୍ମଚାରୀ, ମେଡିକାଲ କର୍ମଚାରୀଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଗତକାଲି ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ କମିଶନରେଟ୍‌ ପୁଲିସ ଗିରଫ କରିବା ପରେ ଆଜି ତାକୁ ଭୁବନେଶ୍ବର ଅଣାଯାଇଥିଲା। ଏହାପରେ ବିମାନବନ୍ଦରରୁ କଡା ସୁରକ୍ଷା ମଧ୍ୟରେ କଟକ ନିଆଯାଇଛି। କଟକରେ ତାକୁ ପ୍ରଥମେ କୋର୍ଟରେ ହାଜର କରାଯିବ। ତେବେ ଏହାରି ମଧ୍ୟରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର କଟକ ବଡମେଡିକାଲରୁ ଫେରାର୍‌ କରିବା ପାଇଁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍। ହାଇଦର ଧରମ ପୁଅ ବୋଲାଉଥିବା କଟକ ଯୋବ୍ରାର ଇସ୍ତିଆଜ ଖାନ ଓ ତା ସହଯୋଗୀ ଚିକୁ ଏବଂ ହାଇଦର ପରିବାର ସଦସ୍ୟ ଫେରାର୍‌ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଯୋବ୍ରାରୁ ହିଁ ବିରିୟାନି ଯାଉଥିଲା କଟକ ବଡ଼ ମେଡିକାଲ। ଯୋଜନା ମୁତାବକ ଏପ୍ରିଲ ୧୦ ତାରିଖରେ ହାଇଦରକୁ ଫେରାର୍‌ ହୋଇଥିଲା। କମିଶନରେଟ୍‌ ପୁଲିସ ଯୋବ୍ରାର ଇସ୍ତିଆଜ ଖାନ ଓ ତା ସହଯୋଗୀ ଚିକୁ ମଧ୍ୟ ଗିରଫ କରିଥିବା ବିଶେଷ ସୂତ୍ର ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର