IRS ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଓ ଫଟୋ ଭାଇରାଲ ଅଭିଯୋଗ

Tapas Ranjan Nanda Picture
Published On

ଭୁବନେଶ୍ୱରରେ ଜଣେ ବରିଷ୍ଠ ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀଙ୍କ ବିରୋଧରେ ଜଣେ ୩୮ ବର୍ଷୀୟା ବିବାହିତ ମହିଳାଙ୍କୁ ନିଜ ସରକାରୀ ବାସଭବନରେ ଦୁଷ୍କର୍ମ କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଘଟଣାରେ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଅଧିକାରୀ ଜଣକ ବର୍ତ୍ତମାନ ଫେରାର ଅଛନ୍ତି। ଅଭିଯୁକ୍ତ ଅଧିକାରୀ ପୀଡ଼ିତାଙ୍କ କିଛି ଆପତ୍ତିଜନକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୧୫ ତାରିଖରେ ଅଧିକାରୀଙ୍କ ଜଣେ ସମ୍ପର୍କୀୟ ଭଉଣୀ ତାଙ୍କୁ ସହିଦ ନଗରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ନେଇଥିଲେ। ସେଠାରେ ଅଧିକାରୀଙ୍କ ପତ୍ନୀ ଓ ଭଉଣୀ ବଜାରକୁ ଯିବା ପରେ ଅଧିକାରୀ ଜଣକ ତାଙ୍କୁ ଏକ ଆପତ୍ତିଜନକ ଫଟୋ ଦେଖାଇ ଭୟଭୀତ କରିବା ସହ ଦୁଷ୍କର୍ମ କରିଥିବା ସେ ଏଜାହାରରେ ଦର୍ଶାଇଛନ୍ତି। ଘଟଣା ସମ୍ପର୍କରେ କାହାରିକୁ କହିଲେ ଫଟୋ ଭାଇରାଲ୍ କରିଦେବେ ବୋଲି ମଧ୍ୟ ଅଭିଯୁକ୍ତ ଧମକ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଫଟୋ ଭାଇରାଲ୍ କରିବାକୁ ଧମକ

ପୀଡ଼ିତାଙ୍କ କହିବା ଅନୁଯାୟୀ, ଉକ୍ତ ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଦେବାର ଭୟ ଦେଖାଇ ଅଧିକାରୀ ଜଣକ ତାଙ୍କୁ ବାରମ୍ବାର ନିଜ ବାସଭବନକୁ ଡାକୁଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ଅଭିଯୁକ୍ତ ଅଧିକାରୀ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ। ଏହାପରେ ପୀଡ଼ିତା ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ବିଭାଗ, ଭୁବନେଶ୍ୱର ଜୋନରେ କାର୍ଯ୍ୟରତ ଅଛନ୍ତି। ଫେବୃଆରୀ ୨୦ ତାରିଖରେ ଅଭିଯୋଗ ହେବା ପରଠାରୁ ସେ ଫେରାର ଅଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ରହିଛି। ପୋଲିସ ରବିବାର ଦିନ ବିଏନଏସଏସର ଧାରା ୧୮୦ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର