ଦ୍ୱୈତ ନଗରୀରୁ ୧୦ ବର୍ଷରେ ୬୦ ଅପରାଧୀ ଫେରାର

The Sakala Picture
Published On

ଭୁବନେଶ୍ୱର: ପୁଲିସ ଧରୁଥିବା ଅପରାଧୀଙ୍କୁ ଥାନା ହାଜତରେ ରଖିପାରୁନି। ଅପରାଧୀମାନେ ପୁଲିସକୁ ଚକ୍‍ମା ଦେଖାଇ ଥାନା ହାଜତରୁ ଚମ୍ପଟ ମାରୁଛନ୍ତି। ଗତ ୧୮ ତାରିଖରେ ତମାଣ୍ଡୋ ଥାନା ହାଜତରୁ ବିଶ୍ୱଜିତ୍‍ ନାମକ ଜଣେ କୁଖ୍ୟାତ ଅପରାଧୀ ପୁଲିସ ହେପାଜତରୁ ପଳାଇଯିବାକୁ ସକ୍ଷମ ହୋଇଛି। ପୁଲିସ ଏ ପର୍ଯ୍ୟନ୍ତ ତା’ର ପତ୍ତା ପାଉନାହିଁ। କେବଳ ଥାନା ହାଜତରୁ ନୁହେଁ କୋର୍ଟ ଚାଲାଣ ବେଳେ ମଧ୍ୟ ଅନେକ ଅଭିଯୁକ୍ତ ଚମ୍ପଟ ମାରୁଛନ୍ତି। ଅଭିଯୁକ୍ତଙ୍କୁ ପୁଲିସ କଡ଼ା ସୁରକ୍ଷାରେ କୋର୍ଟକୁ ନେଉଥିଲେ […]

ଭୁବନେଶ୍ୱର: ପୁଲିସ ଧରୁଥିବା ଅପରାଧୀଙ୍କୁ ଥାନା ହାଜତରେ ରଖିପାରୁନି। ଅପରାଧୀମାନେ ପୁଲିସକୁ ଚକ୍‍ମା ଦେଖାଇ ଥାନା ହାଜତରୁ ଚମ୍ପଟ ମାରୁଛନ୍ତି। ଗତ ୧୮ ତାରିଖରେ ତମାଣ୍ଡୋ ଥାନା ହାଜତରୁ ବିଶ୍ୱଜିତ୍‍ ନାମକ ଜଣେ କୁଖ୍ୟାତ ଅପରାଧୀ ପୁଲିସ ହେପାଜତରୁ ପଳାଇଯିବାକୁ ସକ୍ଷମ ହୋଇଛି। ପୁଲିସ ଏ ପର୍ଯ୍ୟନ୍ତ ତା’ର ପତ୍ତା ପାଉନାହିଁ। କେବଳ ଥାନା ହାଜତରୁ ନୁହେଁ କୋର୍ଟ ଚାଲାଣ ବେଳେ ମଧ୍ୟ ଅନେକ ଅଭିଯୁକ୍ତ ଚମ୍ପଟ ମାରୁଛନ୍ତି। ଅଭିଯୁକ୍ତଙ୍କୁ ପୁଲିସ କଡ଼ା ସୁରକ୍ଷାରେ କୋର୍ଟକୁ ନେଉଥିଲେ ମଧ୍ୟ ପୁଲିସ କର୍ମଚାରୀଙ୍କ ଅବହେଳା ପାଇଁ ଦୁର୍ଦ୍ଦାନ୍ତ ଅପରାଧୀମାନେ ଖସିଯାଉଛନ୍ତି। ଏପରିକି ଖସି ପଳାଉଥିବା ଅଭିଯୁକ୍ତମାନେ ପୁଣି ବଡ଼ ଧରଣର ଅପରାଧ ଘଟାଉଛନ୍ତି।ପ୍ରତିଦିନ କମିସନ୍‍ରେଟ ପୁଲିସ ହାରାହାରି ୬୦(ଟ୍ୱିନ୍‍ ସିଟି)ରୁ ଊର୍ଦ୍ଧ୍ବ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ କଡ଼ା ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। କିନ୍ତୁ କେତେକ ଚତୁର ଅପରାଧୀ ପୁଲିସକୁ ଚକମା ଦେଇ ଫେରାର ହୋଇଯିବାରେ ସକ୍ଷମ ହେଉଛନ୍ତି। ଏହି ଘଟଣାରେ ତଳସ୍ତରର କର୍ମଚାରୀ ନିଲମ୍ବିତ ହେଉଛନ୍ତି। ତଥାପି ପରିସ୍ଥିତି ସୁଧୁରି ପାରୁନାହିଁ। ଏଭଳି କଡାସୁରକ୍ଷା ସତ୍ୱେ କିଭଳି ଅପରାଧୀ ପୁଲିସ ହେପାଜତରୁ ଖସି ପଳାଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ ଦ୍ୱୈତନଗରୀର ଦୁଇ ସହର କଟକ ଓ ଭୁବନେଶ୍ୱର ମଧ୍ୟରୁ ରାଜଧାନୀରେ ସର୍ବାଧିକ ଅପରାଧୀ ପୁଲିସ ହେପାଜତରୁ ଫେରାର ହୋଇଛନ୍ତି। କିଛି ଥାନା ହାଜତରୁ ଖସିପଳାଇଥିବା ବେଳେ ଆଉ କେତେକ ଅପରାଧୀ କୋର୍ଟ ଚାଲାଣ ବେଳେ ଖସି ପଳାଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଟ୍ୱିନ୍‍ ସିଟିରେ ପୁଲିସ ହେପାଜତରୁ ୧୦ ବର୍ଷରେ ୬୦ ଅପରାଧୀ ଚମ୍ପଟ ମାରିଛନ୍ତି। କଟକରେ ୨୭ ଅପରାଧୀ ପୁଲିସ ହେପାଜତରୁ ଚମ୍ପଟ ମାରିଥିବା ବେଳେ ରାଜଧାନୀରୁ ୩୩ଜଣ ଅପରାଧୀ ଫେରାର ହୋଇଛନ୍ତି। ସର୍ବାଧିକ ଅପରାଧୀ ବଡ଼ଗଡ଼ ଥାନାରୁ ଚମ୍ପଟ ମାରିଥିବା ତଥ୍ୟରୁ ଜଣାପଡ଼ିଛି। ବଡ଼ଗଡ଼ ଥାନାରୁ ୬ଜଣ ଅପରାଧ ୧୦ ବର୍ଷରେ ଫେରାର ହୋଇଯାଇଛନ୍ତି। ସେହିପରି ଖଣ୍ଡଗିରିଥାନାରେ ୪ଜଣ ଅପରାଧୀ ପୁଲିସ ହାଜତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅବହେଳା ପାଇଁ ତତ୍‍କାଳୀନ ଏସ୍‍ଆଇ ଡି.ନାୟକ,ଏଏସ୍‍ଆଇ ଜିଏଚ୍‍ ମଲ୍ଲିକ,କନଷ୍ଟେବଳ ଟି.ଖାନ୍‍ ଏବଂ କନ୍‍ଷ୍ଟେବଳ ପି.କେ ସାହୁଙ୍କୁ ନିଲମ୍ବିତ କରାଯାଇଥିଲା। ସେହିଭଳି ଲକ୍ଷ୍ମୀସାଗର ଥାନାରେ ୨ଜଣ ଅପରାଧୀ ଫେରାର ହୋଇଯାଇଥିବା ବେଳେ ଇନ୍‍ଫୋସିଟି ଥାନାରେ ୨ଜଣ ଅପରାଧୀ ଚମ୍ପଟ ମାରିଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ସେହିପରି ଏୟାରପୋର୍ଟ ଥାନାରେ ୨ଜଣ ଅପରାଧୀ ଥାନାର ହାଜତରୁ ଚମ୍ପଟ ମାରିଥିଲେ। ଡିସିଓ ଅନ୍ୟ କାମରେ ବ୍ୟସ୍ତ ରହିଥିବା ବେଳେ ଅଭିଯୁକ୍ତ ହାଜତ ଖୋଲି ଚମ୍ପଟ ମାରିଥଲା। ସେହିପରି ଚନ୍ଦ୍ରଶେଖରପୁର ଥାନାରେ ୩ଜଣ ଅପରାଧୀ ଚମ୍ପଟ ମାରିଥିବା ବେଳେ ସହିଦନଗର ଥାନାରେ ୧୦ ବର୍ଷରେ କୌଣସି ଅପରାଧୀ ଚମ୍ପଟ ମାରିନାହାନ୍ତି। ତମାଣ୍ଡୋ ଥାନାରେ ୩ଜଣ, କ୍ୟାପିଟାଲ ଥାନାରେ ୨ଜଣ ଅପରାଧୀ ପୁଲିସ ହେପାଜତରୁ ଖସି ପଳାଇଛନ୍ତି। ସେହିଭଳି ଏୟାରଫିଲ୍ଡ ଥାନାରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ନୟାପଲ୍ଲୀ ଥାନାରେ ୨ଜଣ ଅପରାଧୀ,ଜଟଣୀ ଥାନାରେ ୩ଜଣ ଅପରାଧୀ ପୁଲିସ ହେପାଜତରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ବାଲିଅନ୍ତା ଥାନାରେ ୨ଜଣ, ବାଲିପାଟଣା ଥାନାରେ ୧ ଅଭିଯୁକ୍ତ ପୁଲିସ ପଞ୍ଝାରୁ ଖସିବାରେ ସକ୍ଷମ ହୋଇଛନ୍ତି। ମଞ୍ଚେଶ୍ୱର ଥାନା ,ଚନ୍ଦକା ଏବଂ ଖାରବେଳନଗର ଥାନାରେ କୌଣସି ଅପରାଧୀ ପୁଲିସ ହେପାଜତରୁ ଖସିଯିବାରେ ସକ୍ଷମ ହୋଇନାହାଁନ୍ତି।
ସବୁଠୁ ବଡ଼ କଥା ହେଲା ଏକାଧିକ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରୁଥିଲେ ମଧ୍ୟ ହାତ ଗଣତି ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଫଳରେ ଅନେକ ପୁଲିସ କର୍ମଚାରୀ ଅଭିଯୁକ୍ତଙ୍କୁ କୋର୍ଟ ନେବା ସମୟରେ ଅବହେଳା ପ୍ରଦର୍ଶନ କରିବା ସହ ଅଭିଯୁକ୍ତଙ୍କୁ ବିଭିନ୍ନ ସହଯୋଗ କରୁଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: '୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

ରାଜଧାନୀରୁ ଚମ୍ପଟ ମାରୁଥିବା ଅଧିକାଂଶ ଅଭିଯୁକ୍ତ କୋର୍ଟ ଏବଂ କ୍ୟାପିଟାଲ ହସ୍ପିଟାଲରୁ ଚମ୍ପଟ ମାରିଥିବା ନଜିର ରହିଛି। ୨୦୧୮ଏପ୍ରିଲ ୧୩ରେ ଭୁବନେଶ୍ୱର କୋର୍ଟରୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ରଞ୍ଜନ ମାର୍ଥା ପୁଲିସକୁ ଚକ୍‍ମା ଦେଇ ଖସି ଯାଇଥିଲା। ଏନେଇ ପରେ ତାଙ୍କୁ ପୁଲିସ ଟାଙ୍ଗୀ ଅଞ୍ଚଳରୁ ଗିରଫ କରାଯାଇଥିଲା। ଗତ ବର୍ଷ ଜୁନ୍‍ ୯ତାରିଖରେ ଏୟାରଫିଲ୍ଡ ଥାନା ପୁଲିସ ପାଞ୍ଚ ଗାଁର ପୃଥ୍ୱୀରାଜ ଗୁରୁ ଓରଫ ଭିକିକୁ ଗିରଫ କରିଥିଲା ପୁଲିସ। ଭିକିକୁ ପୁଲିସ କ୍ୟାପିଟାଲ ହସ୍ପିଟାଲର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିବା ବେଳେ ପରିସ୍ରା ବାହାନାରେ ପୁଲିସ ହେପାଜତରୁ ଖସି ପଳାଇଥିଲା। ସେହି ଦୁର୍ଦ୍ଦାନ୍ତ ଅପରାଧୀ ପାଟୁ ଖାନ୍‍ ପୁଲିସ ଏନ୍‍କାଉଣ୍ଟର କରିଥିଲା। କିନ୍ତୁ ସେ ୩ଥର ପୁଲିସକୁ ଲଣ୍ଠନ ଦେଖାଇ ଖସି ପଳାଇବାରେ ସକ୍ଷମ ହୋଇଥିଲା। ସେହିପରି ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଡକାୟତି ମାମଲାରେ ଉମେଶ ପାଣ୍ଡେକୁ ଗିରଫ କରିଥିଲା। ସେ ସେ ଅନ୍ୟମାନଙ୍କ ପରି ପୁଲିସ ହେପାଜତରୁ ଖସି ପଳାଇଥିଲା। ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ପୁଲିସ ଗିରଫ କରିନଥିବା ଜଣାପଡ଼ିଛି। ଏନେଇ ପୁଲିସ କମିସନ୍‍ର ସୁଧାଂଶୁ ଷଢଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏ ପ୍ରସଙ୍ଗରେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ।

24 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର