ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର, ଗତକାଲି ତେଲେଙ୍ଗାନାରୁ ଗିରଫ କରିଥିଲା ପୁଲିସ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ଫେରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଗତ ୧୦ ତାରିଖରେ  କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଭୁବନେଶ୍ୱର ଅଣାଯାଇଛି । ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୁଲିସ । ହାଇଦର ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ ତାକୁ ପ୍ରଥମେ କୋର୍ଟରେ  ହାଜର କରାଯିବ । ଏଥିପାଇଁ […]

ଭୁବନେଶ୍ବର : ଓଡ଼ିଶା ଫେରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଗତ ୧୦ ତାରିଖରେ  କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଭୁବନେଶ୍ୱର ଅଣାଯାଇଛି । ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୁଲିସ । ହାଇଦର ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ ତାକୁ ପ୍ରଥମେ କୋର୍ଟରେ  ହାଜର କରାଯିବ । ଏଥିପାଇଁ ଭୁବନେଶ୍ବର ଏୟାରପୋର୍ଟରେ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଡା ସୁରକ୍ଷା ଭିତରେ ହାଇଦରକୁ କଟକ କୋର୍ଟକୁ ନିଆଯାଇଛି।

କୋର୍ଟରେ ହାଇଦରକୁ ହାଜର କରିବା ପରେ କମିଶନରେଟ୍‌ ପୁଲିସ ପକ୍ଷରୁ ତାକୁ ରିମାଣ୍ଡରେ ନିଆଯିବ ବୋଲି ଜଣାପଡିଛି। ହାଇଦରକୁ ପଚରାଉଚରା କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି , ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା ହେବ ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ହାଇଦର ଗିରଫ ହେବା ପରେ କମିଶନରେଟ୍ ପୁଲିସକୁ ସାବାସୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ଟୁଇଟ୍ ଜରିଆରେ ପ୍ରଶଂସା କରିଛନ୍ତି ଡିଜିପି । ସେପଟେ ହାଇଦର ଗିରଫ ନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୁଲିସ କମିଶନର ଅଞ୍ଜନୀ କୁମାର । ହାଇଦ୍ରାବାଦର ଜହିରାବାଦରୁ ଗିରଫ ହୋଇଛି ହାଇଦର । ଓଡିଶା ପୁଲିସଠୁ ସମସ୍ତ ସୂଚନା ଏବଂ ଫଟୋ ପାଇବା ପରେ ହାଇଦ୍ରାବାଦ ଏକ ଟାସ୍କଫୋର୍ସ ଗଠନ କରି ଛାନ୍‌ଭିନ୍‌ ଚଳାଇଥିଲା। ହାଇଦରକୁ ଚିହ୍ନଟ କରିବା ପରେ ଗତକାଲି ସେ ବାଇକ୍‌ରେ ଜଣେ ସହଯୋଗୀ ସହ ଯିବା ସମୟରେ ହାଇଦରକୁ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ।

ତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା ହାଇଦର । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୁଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୁଲିସ ।

16 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର