ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ପାଇଁ ଡମ୍ବଲରେ ପିଟି ଦିଲ୍ଲୀ ପୋଲିସ କମାଣ୍ଡୋଙ୍କୁ ହତ୍ୟା କଲା ସ୍ୱାମୀ

Tapas Ranjan Nanda Picture
Published On

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ ନିୟୋଜିତ ଜଣେ ମହିଳା SWAT (ସ୍ପେଶାଲ ୱେପନ୍ସ ଆଣ୍ଡ ଟ୍ୟାକ୍ଟିକ୍ସ) କମାଣ୍ଡୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି। ମୃତକ ହେଲେ ୨୭ ବର୍ଷୀୟା କାଜଲ। ଅଭିଯୋଗ ଅନୁଯାୟୀ, ଗତ ୨୨ ଜାନୁଆରୀରେ ତାଙ୍କ ସ୍ୱାମୀ ଅଙ୍କୁର ଯୌତୁକକୁ କେନ୍ଦ୍ର କରି ବିବାଦ ପରେ ଏକ ଓଜନିଆ ଡମ୍ବଲ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଦୀର୍ଘ ୫ ଦିନ ଧରି ମୃତ୍ୟୁ ସହ ସଂଗ୍ରହ କରିବା ପରେ ଶେଷରେ ସେ ଆଖି ବୁଜିଛନ୍ତି।

ଆହୁରି ପଢ଼ନ୍ତୁ: ଜୟପୁରରେ ଚାଞ୍ଚଲ୍ୟକର ଘଟଣା: ଜନ୍ମଦିନରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

ଫୋନ୍ କଲ୍‌ରେ ଶୁଭିଥିଲା ଚିତ୍କାର

କାଜଲଙ୍କ ଭାଇ ନିଖିଳ, ଯିଏ କି ନିଜେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ, ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ନିଖିଳଙ୍କ କହିବା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ସ୍ୱାମୀ ଅଙ୍କୁର ତାଙ୍କୁ ଫୋନ୍ କରି କଲ୍ ରେକର୍ଡ କରିବାକୁ କହିଥିଲେ। ଏହି ସମୟରେ ନିଖିଳ ନିଜ ଭଉଣୀଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ଅଙ୍କୁର ପୁଣି ଫୋନ୍ କରି କାଜଲଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ।

ଆହୁରି ପଢ଼ନ୍ତୁ: ଗୁଜରାଟର ଭାବନଗରରେ ଚାଞ୍ଚଲ୍ୟ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ହୃଦଘାତର ରଚିଥିଲା ମିଛ କାହାଣୀ

ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା

ରିପୋର୍ଟ ମୁତାବକ, କାଜଲ ଏବଂ ଅଙ୍କୁର ୨୦୨୩ ମସିହାରେ ପ୍ରେମ ବିବାହ କରିଥିଲେ ଏବଂ ଉଭୟଙ୍କର ଦେଢ଼ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ଅଙ୍କୁର ପ୍ରତିରକ୍ଷା ମନ୍ତ୍ରଣାଳୟରେ କ୍ଲର୍କ ଭାବରେ କାର୍ଯ୍ୟରତ ଅଛନ୍ତି। ବିବାହର କିଛି ଦିନ ପରେ ଅଙ୍କୁରଙ୍କ ପରିବାର ତରଫରୁ ଯୌତୁକ ପାଇଁ କାଜଲଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗଣତନ୍ତ୍ର ଦିବସ ଡ୍ୟୁଟି ପାଇଁ କାଜଲ ଦିଲ୍ଲୀ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

ହତ୍ୟା ମାମଲା ରୁଜୁ

ଘଟଣା ପରେ ଅଙ୍କୁର ନିଜେ କାଜଲଙ୍କୁ ହସ୍ପିଟାଲ ନେଇଯାଇଥିଲେ ଏବଂ ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ପ୍ରଥମେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଏବେ କାଜଲଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଦଫା ୩୦୨ (ହତ୍ୟା) ଯୋଡିଛି। ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

29 Jan 2026 By Tapas Ranjan Nanda

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ପାଇଁ ଡମ୍ବଲରେ ପିଟି ଦିଲ୍ଲୀ ପୋଲିସ କମାଣ୍ଡୋଙ୍କୁ ହତ୍ୟା କଲା ସ୍ୱାମୀ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ ନିୟୋଜିତ ଜଣେ ମହିଳା SWAT (ସ୍ପେଶାଲ ୱେପନ୍ସ ଆଣ୍ଡ ଟ୍ୟାକ୍ଟିକ୍ସ) କମାଣ୍ଡୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି। ମୃତକ ହେଲେ ୨୭ ବର୍ଷୀୟା କାଜଲ। ଅଭିଯୋଗ ଅନୁଯାୟୀ, ଗତ ୨୨ ଜାନୁଆରୀରେ ତାଙ୍କ ସ୍ୱାମୀ ଅଙ୍କୁର ଯୌତୁକକୁ କେନ୍ଦ୍ର କରି ବିବାଦ ପରେ ଏକ ଓଜନିଆ ଡମ୍ବଲ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଦୀର୍ଘ ୫ ଦିନ ଧରି ମୃତ୍ୟୁ ସହ ସଂଗ୍ରହ କରିବା ପରେ ଶେଷରେ ସେ ଆଖି ବୁଜିଛନ୍ତି।

ଫୋନ୍ କଲ୍‌ରେ ଶୁଭିଥିଲା ଚିତ୍କାର

କାଜଲଙ୍କ ଭାଇ ନିଖିଳ, ଯିଏ କି ନିଜେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ, ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ନିଖିଳଙ୍କ କହିବା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ସ୍ୱାମୀ ଅଙ୍କୁର ତାଙ୍କୁ ଫୋନ୍ କରି କଲ୍ ରେକର୍ଡ କରିବାକୁ କହିଥିଲେ। ଏହି ସମୟରେ ନିଖିଳ ନିଜ ଭଉଣୀଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ଅଙ୍କୁର ପୁଣି ଫୋନ୍ କରି କାଜଲଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ।

ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା

ରିପୋର୍ଟ ମୁତାବକ, କାଜଲ ଏବଂ ଅଙ୍କୁର ୨୦୨୩ ମସିହାରେ ପ୍ରେମ ବିବାହ କରିଥିଲେ ଏବଂ ଉଭୟଙ୍କର ଦେଢ଼ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ଅଙ୍କୁର ପ୍ରତିରକ୍ଷା ମନ୍ତ୍ରଣାଳୟରେ କ୍ଲର୍କ ଭାବରେ କାର୍ଯ୍ୟରତ ଅଛନ୍ତି। ବିବାହର କିଛି ଦିନ ପରେ ଅଙ୍କୁରଙ୍କ ପରିବାର ତରଫରୁ ଯୌତୁକ ପାଇଁ କାଜଲଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗଣତନ୍ତ୍ର ଦିବସ ଡ୍ୟୁଟି ପାଇଁ କାଜଲ ଦିଲ୍ଲୀ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

ହତ୍ୟା ମାମଲା ରୁଜୁ

ଘଟଣା ପରେ ଅଙ୍କୁର ନିଜେ କାଜଲଙ୍କୁ ହସ୍ପିଟାଲ ନେଇଯାଇଥିଲେ ଏବଂ ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ପ୍ରଥମେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଏବେ କାଜଲଙ୍କ ମୃତ୍ୟୁ ପରେ ପୋଲିସ ଏଥିରେ ଦଫା ୩୦୨ (ହତ୍ୟା) ଯୋଡିଛି। ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp