Cyber Awareness Viral Video: ସାବଧାନ! ଅଜଣା ବ୍ୟକ୍ତିଙ୍କୁ କଲ୍ କରିବାକୁ ଫୋନ୍ ଦେଉଛନ୍ତି କି? ମିନିଟକରେ ଆକାଉଣ୍ଟରୁ ଖାଲି ହୋଉଛି ଲକ୍ଷ ଲକ୍ଷ ଟଙ୍କା

ଫୋନ୍ କରିବା ବାହାନାରେ ଆକାଉଣ୍ଟରୁ ଗାଏବ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

Tapas Ranjan Nanda Picture
Published On

ବର୍ତ୍ତମାନ ସମୟରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନିତ୍ୟ ନୂତନ ପନ୍ଥା ଆପଣାଉଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସାଇବର ଠକେଇର ଏକ ନୂଆ ତରିକା ସାମ୍ନାକୁ ଆସିଛି। ସାହାଯ୍ୟ କରିବା ନାଁରେ ଜଣେ ବ୍ୟକ୍ତି କିପରି ନିମିଷକ ମଧ୍ୟରେ ଲକ୍ଷାଧିକ ଟଙ୍କା ହରାଇଲେ, ତାହା ଏହି ଘଟଣାରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ‘ହିନ୍ଦୁ ହୋଇ ରହିବ’ କହି ବିବାହ, ପରେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ଆଣିଲେ ଦ୍ୱିତୀୟ ସ୍ତ୍ରୀ

କିପରି ହେଉଛି ଏହି ନୂଆ ଧରଣର ଠକେଇ?

ଭାଇରାଲ ହୋଇଥିବା ଘଟଣା ଅନୁଯାୟୀ, ଜଣେ ଯୁବକ (ଠକ) ରାସ୍ତାରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ଆସି ନିଜ ଫୋନ୍ ଚୋରି ହୋଇଯାଇଥିବା ନାଟକ କରୁଛି। ସେ ବହୁତ ବ୍ୟସ୍ତ ବିବ୍ରତ ହୋଇ ଘରକୁ କଲ୍ କରିବା ପାଇଁ ସାମ୍ନା ବ୍ୟକ୍ତିଙ୍କଠାରୁ ଫୋନ୍ ମାଗୁଛି। ମାନବିକତା ଦୃଷ୍ଟିରୁ ବ୍ୟକ୍ତି ଜଣକ ନିଜ ଫୋନ୍ ଦେବା ମାତ୍ରେ, ଠକ ଜଣକ ନିଜ ବାପାଙ୍କ ସହ କଥା ହେବାର ଅଭିନୟ କରୁଛି।

ଆହୁରି ପଢ଼ନ୍ତୁ: ସ୍ୱାମୀ କହିଲେ 'ମାଙ୍କେଡି', ଆତ୍ମହତ୍ୟା କଲେ ମଡେଲିଂ ସ୍ୱପ୍ନ ଦେଖୁଥିବା ସ୍ତ୍ରୀ

ଆହୁରି ପଢ଼ନ୍ତୁ: ବଟିକା ଖାଇ ସ୍ୱାମୀ ସାଜୁଥିଲା ଦାନବ; ଅତିଷ୍ଠ ହୋଇ କ୍ଷୀରରେ ବିଷ ଦେଇ ଗଳା ଚିପି ମାରିଦେଲା ସ୍ତ୍ରୀ

କଥା ହେବା ସମୟରେ ଠକ ଜଣକ ଜୋରରେ ଏକ ନମ୍ବର (୬୨୪୦) ପାଟି କରି କହୁଛି ଏବଂ ଦାବି କରୁଛି ଯେ ଏହା ତା’ ଫୋନ୍ ଚୋରି କରିଥିବା ଗାଡ଼ିର ନମ୍ବର। କିନ୍ତୁ ପ୍ରକୃତରେ ସେହି ସମୟରେ ଫୋନ୍ ମାଲିକଙ୍କ ମୋବାଇଲକୁ ବ୍ୟାଙ୍କରୁ ଏକ OTP ଆସିଥାଏ, ଯାହା ହେଉଛି ୬୨୪୦। ଠକ ଜଣକ ଚତୁରତାର ସହ ଗାଡ଼ି ନମ୍ବର ବାହାନାରେ ଏହି OTP କୁ ପଢ଼ି ନିଏ କିମ୍ବା ଅପରପାର୍ଶ୍ୱରେ ଥିବା ସହଯୋଗୀକୁ ଜଣାଇଦିଏ।

ଫୋନ୍ ଫେରାଇ ଠକ ଜଣକ ସେଠାରୁ ଚାଲିଯିବା ପରେ, ଯେତେବେଳେ ପୀଡ଼ିତ ବ୍ୟକ୍ତି ନିଜ ଫୋନ୍ ଚେକ୍ କରୁଛନ୍ତି, ସେ ଦେଖିବାକୁ ପାଉଛନ୍ତି ଯେ ତାଙ୍କ ଆକାଉଣ୍ଟରୁ ୧.୫ ଲକ୍ଷ ଟଙ୍କା କଟିଯାଇଛି। ସେହି '୬୨୪୦' କୌଣସି ଗାଡ଼ି ନମ୍ବର ନୁହେଁ, ବରଂ ଟଙ୍କା ଉଠାଣ ପାଇଁ ଆସିଥିବା OTP ଥିଲା।

ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଚେତାବନୀ। ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ଜରୁରୀ କଲ୍ ପାଇଁ ଫୋନ୍ ମାଗୁଛନ୍ତି, ତେବେ ସତର୍କ ରୁହନ୍ତୁ। ନିଜ ହାତରୁ ଫୋନ୍ ନ ଦେଇ ନିଜେ ନମ୍ବର ଡାଏଲ କରି ଲାଉଡ୍ ସ୍ପିକରରେ କଥା କରାଇ ପାରିବେ। ବିଶେଷକରି ଫୋନ୍ ସ୍କ୍ରିନ୍ ଉପରେ ନଜର ରଖନ୍ତୁ ଯେପରି କୌଣସି ବ୍ୟାଙ୍କିଙ୍ଗ୍ ମେସେଜ୍ ବା OTP ସେୟାର ନ ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp