ରାଜଧାନୀର ଲକ୍ଷପତି ରଙ୍ଗମିସ୍ତ୍ରୀ : ଦିନରେ ରଙ୍ଗକାମ, ରାତିରେ ଚୋରି

The Sakala Picture
Published On

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡିଛି ଧୂରନ୍ଧର ଲକ୍ଷପତି ରଙ୍ଗମିସ୍ତ୍ରୀ। ଦିନରେ ନିଜକୁ ରଙ୍ଗମିସ୍ତ୍ରୀ କହି କାମ କରୁଥିଲା ଆଉ ରାତିରେ କରୁଥିଲା ଚୋରି। ୨୦୧୬ରୁ କମିଶନରେଟ ପୁଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିଲେ ମଧ୍ୟ ଧରାପଡୁନଥିଲା ହାଇ ପ୍ରୋଫାଇଲ ଚୋରର ଆଖ୍ୟା ପାଇଥିବା ରାଜଧାନୀର ଜଣେ ରଙ୍ଗମିସ୍ତ୍ରୀ ଦିଲୀପ। ସବୁବେଳେ ଚୋରଘର ଅନ୍ଧାର ନଥାଏ ଏହି କ୍ରମରେ ଗିରଫ ହୋଇଛି ଏହି ଧୂରନ୍ଧର ଚୋର। ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ନୟାଗଡ଼ର ଦିଲ୍ଲୀପ […]

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡିଛି ଧୂରନ୍ଧର ଲକ୍ଷପତି ରଙ୍ଗମିସ୍ତ୍ରୀ। ଦିନରେ ନିଜକୁ ରଙ୍ଗମିସ୍ତ୍ରୀ କହି କାମ କରୁଥିଲା ଆଉ ରାତିରେ କରୁଥିଲା ଚୋରି। ୨୦୧୬ରୁ କମିଶନରେଟ ପୁଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିଲେ ମଧ୍ୟ ଧରାପଡୁନଥିଲା ହାଇ ପ୍ରୋଫାଇଲ ଚୋରର ଆଖ୍ୟା ପାଇଥିବା ରାଜଧାନୀର ଜଣେ ରଙ୍ଗମିସ୍ତ୍ରୀ ଦିଲୀପ। ସବୁବେଳେ ଚୋରଘର ଅନ୍ଧାର ନଥାଏ ଏହି କ୍ରମରେ ଗିରଫ ହୋଇଛି ଏହି ଧୂରନ୍ଧର ଚୋର। ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ନୟାଗଡ଼ର ଦିଲ୍ଲୀପ ନାୟକଙ୍କୁ ୫ ବର୍ଷ ପରେ ଗିରଫ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ସୂଚନାଅନୁସାରେ କମିଶନରେଟ ପୁଲିସ ହାତରେ ଧରାପଡିଥିବା ଏହି ରଙ୍ଗମିସ୍ତ୍ରୀ ଜଣକ ଦିନରେ ରଙ୍ଗ କାମ କରିବା ଲୋକଙ୍କ ଘରେ ରାତିରେ କଳାକନା ବୁଲାଉଥିଲା । ଏମିତି ଢଙ୍ଗରେ ଚୋରି କରି ଲକ୍ଷପତି ସାଜିଥିବା ରଙ୍ଗମିସ୍ତ୍ରୀ ଦିଲ୍ଲୀପ କୁମାର ନାୟକ(୨୮)କୁ ଦୀର୍ଘ ୫ ବର୍ଷ ପରେ ଗିରଫ କରିଛି କମିଶନରେଟ ପୁଲିସ । ତେବେ ଦିଲ୍ଲୀପ କୁମାର ନୟାଗଡର ନୂଆଗାଁରୁ ଆସି ରାଜଧାନୀର ଶିଶୁପାଳଗଡରେ ରହୁଥିଲା । ପରେ ଏଠାରେ ରହି ଦିନରେ ରଙ୍ଗକାମ କରିବା ସହ ରାତିରେ ଚୋରି କରୁଥିବା ଅଭିଯୋଗ ହୋଇଛି । ଗିରଫ ପରେ ତା ନିକଟରୁ ପୁଲିସ ୪୪ ହଜାର ଟଙ୍କା ସମେତ ୮ଟି ସୁନାଚେନ, ୭ଟି କାନଫୁଲ, ୪ଟି ମୁଦି, ୯ଟି ଚୁଡି, ରୂପା ଗହଣା ଜବତ କରିଛି । ରଙ୍ଗମିସ୍ତ୍ରୀରୁ ଲକ୍ଷପତି ଚୋରକୁ ୫ ବର୍ଷ ପରେ ଗିରଫ କରିଛି ପୁଲିସ। ଚୋରି ଟଙ୍କାରେ ନିଜେ ମଉଜ କରିବା ସହ ଦୁଇ ସ୍ତ୍ରୀଙ୍କୁ ଗିଫ୍ଟ କରୁଥିଲା ଲୁଟ୍‌ ଅଳଙ୍କାର ।

ଏଥିସହ ଚୋରି ପଇସାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଦିଲ୍ଲୀପ କୁମାର ।  ଚୋରି ଟଙ୍କାରେ ସେ କିଣିଥିବା ଗୋଟିଏ ଦାମି କାର ସହ ୨ଟି ବାଇକ ଓ ସ୍କୁଟି ଜବତ କରିଛି ପୁଲିସ । ତେବେ ସବୁଠୁ ବଡକଥା ହେଉଛି କି ଦିଲ୍ଲୀପ ଚୋରି ସମୟରେ ଏକୁଟିଆ ଦେଖି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ବଡଗଡ ଅଞ୍ଚଳର ଜଣେ ବ୍ୟକ୍ତି ୨୦୨୦ ରେ ଅଭିଯୋଗ କରିଥିଲେ । ପୋଲିସ ପରେ ଖୋଜାଖୋଜି କରି ତାକୁ ଥାନାରେ ଅଟକ ରଖିଥିଲା ।

୨୦୧୬ ରୁ ଅର୍ଥାତ୍ ୨୩ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା ଦିଲ୍ଲୀପ । ପ୍ରଥମେ ଏସି ଫିଟିଂ, ଘର ସାରଞ୍ଜାମ ଚୋରି କରିବା ପରେ ଧିରେ ଧିରେ ସୁନା ଅଳଙ୍କାର ଦାମି ଜିନିଷ ଚୋରି କରିବା ଆରମ୍ଭ କରିଥିଲା । ଲକ୍ଷ୍ମୀସାଗର, ଧଉଳି, ମଞ୍ଚେଶ୍ବର, ବରଗଡ ଆଦି ଥାନା ଅଞ୍ଚଳରେ ଅନେକ କେସରେ ସମ୍ପୃକ୍ତି ରହିଛି । ଏବେ ଧରାପଡିବା ପେର ୧୧ଟି ମାମଲା ରୁଜୁ କରି ପୋଲିସ ତାକୁ କୋର୍ଟଚାଲାଣ କରିଛି । ଏହାସହ ଚୋରି ଜିନିଷ କିଣିଥିବା ଆଉ ଜେଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର