ରାଜପଥ ପାଲଟିଛି ‘ମୃତ୍ୟୁପଥ’

The Sakala Picture
Published On

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ରାଜଧାନୀରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଏନ୍‍ଏଚ୍‍ଏଆଇ, ପରିବହନ ବିଭାଗ ଓ ପୁଲିସ କେବଳ ସୂଚନାଫଳକ ଲଗାଇ ନିଜର ଦାୟିତ୍ୱ ସାରି ବସିପଡ଼ିଛି, କିନ୍ତୁ ବେପରୁଆ ଗାଡ଼ି ଚାଳକଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଫଳରେ ରାତି ତ ରାତି ଖୋଦ ଦିନ ଦ୍ୱିପହରରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଚାଲିଯାଉଛି। କୁଆଡ଼େ ଗଲା ଲେନ୍‍ ଡ୍ରାଇଭିଂ? କଟକ-ଭୁବନେଶ୍ୱର […]

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ରାଜଧାନୀରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଏନ୍‍ଏଚ୍‍ଏଆଇ, ପରିବହନ ବିଭାଗ ଓ ପୁଲିସ କେବଳ ସୂଚନାଫଳକ ଲଗାଇ ନିଜର ଦାୟିତ୍ୱ ସାରି ବସିପଡ଼ିଛି, କିନ୍ତୁ ବେପରୁଆ ଗାଡ଼ି ଚାଳକଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଫଳରେ ରାତି ତ ରାତି ଖୋଦ ଦିନ ଦ୍ୱିପହରରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଚାଲିଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

କୁଆଡ଼େ ଗଲା ଲେନ୍‍ ଡ୍ରାଇଭିଂ?

କଟକ-ଭୁବନେଶ୍ୱର ରାଜପଥରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବା ସହ ଯାନବାହନ ଚଳାଚଳକୁ ସ୍ୱଚ୍ଛନ୍ଦ କରିବା ପାଇଁ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କମିସନରେଟ ପୁଲିସ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ଦ୍ୱୈତନଗରୀର ଜାତୀୟ ରାଜପଥ ଉପରେ କେତେ ବେଗରେ ଗାଡ଼ି ଚାଲିବ ତାହା ନିର୍ଦ୍ଧାରିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଜପଥକୁ ୩ଟି ଲେନ୍‍ରେ ବିଭକ୍ତ କରାଯିବାର ବ୍ୟବସ୍ଥା ରହିଥିଲା। ବାମପଟରେ ଦୁଇଚକିଆ, ମଝିରେ ଭାରୀଯାନ ଓ ଡାହାଣପଟେ କାର୍‍ ଆଦି ହାଲକା ଚାରିଚକିଆ ଯାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ସେହିଭଳି ଦୁଇଚକିଆ ଯାନ ପାଇଁ ବେଗ ୪୦-୬୦ କିଲୋମିଟରେ ଭାରୀଯାନ ଲାଗି ୬୦ କିଲୋମିଟର ଓ କାର୍‍ ଓ ହାଲୁକା ଯାନ ପାଇଁ ଘଣ୍ଟାପ୍ରତି ବେଗ ୬୦-୮୦ କିଲୋମିଟର ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଓଭରବ୍ରିଜରେ ଗଲାଣି ୧୦ଜୀବନ

ହଂସପାଳରୁ ଖଣ୍ଡଗିରି ଯାଏଁ ଓଭରବ୍ରିଜ୍‍ ଉପରେ ଦୁର୍ଘଟଣାର ବ୍ରେକ୍‍ ଲାଗୁନି। ଗତ ୨୪ରେ ପୂର୍ବାହ୍ଣରେ ସିଆର୍‍ପି ଓଭରବ୍ରିଜ ଉପରେ ଗୋଟିଏ ଇନୋଭା ୪ଟି କାର୍‍ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ଫଳରେ ୭ଜଣ ଆହତ ହୋଇଥିବା ବେଳେ ପୁଲିସ ଗାଡ଼ି ଚାଳକକୁ ଗିରଫ କରିଥିଲା। ସେହିଦିନ ରାତିରେ ଏକ ଟ୍ରକକୁ ଆଉ ଏକ ଟ୍ରକ ପଛରୁ ଧକ୍‍କା ଦେବାରୁ ଜଣେ ଟ୍ରକଚାଳକର ମୃତ୍ୟୁ ହୋଇଥିଲା। ସେହିପରି ଗତକିଛି ଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଏକ ସ୍କୁଟିକୁ ବାଇକ ଧକ୍କା ଦେଇଥିଲା। ଏହିଭଳି ଗତ ଦେଢ଼ମାସରେ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟି ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଥିସହିତ ୨୦ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେପଟେ ରାଜଧାନୀରେ ଗତ ୩ବର୍ଷରେ ୧୭୫୫ଟି ଦୁର୍ଘଟଣା ହୋଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ରାଜପଥ ଲୁଟେରା ସକ୍ରିୟ

କମିସନରେଟ ପୁଲିସର କହିବା ଅନୁସାରେ ଏବେ ଯେତିକି ଅପରାଧୀ ଧରାପଡ଼ୁଛନ୍ତି ତନ୍ମଧ୍ୟରୁ ୫୦ପ୍ରତିଶତ ରାଜପଥରେ ଲୁଟ୍‍ପାଟ୍‍ କରୁଛନ୍ତି। ଚଳନ୍ତା ବାଇକ୍‍ରୁ ରାଜପଥ ଉପରେ ଠେଲି ଦେଇ ସୁନା ଓ ଟଙ୍କା ଆଦି ଲୁଟି ନେଉଛନ୍ତି। କେତେକ କ୍ଷେତ୍ରରେ ଲୁଟେରା ଠେଲି ଦେବା ଯୋଗୁଁ ଅନେକ ବ୍ୟକ୍ତି ତଳେ ପଡ଼ି ଗୁରୁତର ଆହତ ହେବା ସହ ଲହୁଲୁହାଣ ହେଉଛନ୍ତି। କିଛିଦିନ ହେବ ପୁଲିସ ରାଜପଥରେ ଲୁଟୁଥିବା ୫ଟି ଗ୍ୟାଙ୍ଗ୍‍ର ୨୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ଗିରଫ କରିଛି। କିନ୍ତୁ ରାଜପଥ ଉପରେ ପାଟ୍ରୋଲିଂ କରା ନ ଯିବା ସହ ସିସିଟିଭି ଲାଗି ନ ଥିବାରୁ ଲୁଟେରାଙ୍କୁ ସୁହାଉଛି। ଏଥିସହିତ ଫାଙ୍କା ରାସ୍ତାରେ ସେମାନେ ଖସି ଯାଉଛନ୍ତିି।

ସିସିଟିଭି ପାଇଁ ଦୋଷ ଠେଲାଠେଲି

ଜାତୀୟ ରାଜପଥ ଉପରେ ସିସିଟିଭି ଲାଗୁନି। କେବଳ ସଚେତନତା ଫଳକ ଲଗାଇ ଶୋଇପଡ଼ିଛି ଏନ୍‍ଏଚ୍‍ଆଇ ଓ କମିସନରେଟ ପୁଲିସ। କିଏ ସିସିଟିଭି ଲଗାଇବାକୁ ନେଇ ଠେଲାପେଲା ଲାଗୁଛନ୍ତି। ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ବିନାବାଧାରେ ଖସି ଯାଉଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଲାଗି ପୁଲିସକୁ ନାକେଦମ୍‍ ହେବାକୁ ପଡୁଛି। କେମିତି ଦୁର୍ଘଟଣା ହେଲା ତାହା ବି ଜାଣିପାରୁନି। ଏଥିସହିତ ସ୍ମାର୍ଟସିଟି ପକ୍ଷରୁ ବରମୁଣ୍ଡା, ସତସଙ୍ଗ୍‍ବିହାର ଓ କ୍ରାଉନ୍‍ ହୋଟେଲ ଆଗରେ ସିସିଟିଭି ଲଗାଯାଇଛି। କିନ୍ତୁ କ୍ରାଉନ ହୋଟେଲ ନିକଟରେ ଏକ ଦୁର୍ଘଟଣାରେ ସିସିଟିଭି କିଛି ଭାଙ୍ଗିଯାଇଥିଲା।
ଏନେଇ ଟ୍ରାଫିକର ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ କହିଛନ୍ତି, ରାତିରେ ରାଜପଥରେ ଦ୍ରୁତବେଗରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଇଣ୍ଟରସେପ୍ଟର ଦ୍ୱାରା ଚିହ୍ନଟ କରାଯାଉଛି। ସେମାନଙ୍କଠାରୁ ୨ହଜାର ଲେଖାଏ ଜରିମାନା ଆଦାୟ କରାଯାଉଛି। ଏଥିସହିତ କଟକ ଓ ଭୁବନେଶ୍ୱରରେ ଲେନ୍‍ ଡ୍ରାଇଭିଂ ଲାଗି ପ୍ରସ୍ତାବ ଦିଆଯାଇଛି। ଖୁବ୍‍ଶୀଘ୍ର କାର୍ଯ୍ୟକ୍ଷମ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

01 Mar 2021 By The Sakala

https://www.thesakala.in/crime/bhubaneswar-cuttack-nh-16-highway-has-become-a-death-point/article-345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର