ପ୍ରେମ ନେଉଛି ଯୁବପିଢ଼ିଙ୍କ ଜୀବନ, ରାଜଧାନୀରେ ଅଧା ବର୍ଷରେ ଆତ୍ମହତ୍ୟା କଲେଣି ୨୫୩ ଜଣ

The Sakala Picture
Published On

ଅନେକ ଯୁବକ ଆତ୍ମହତ୍ୟା କରିବାର କାରଣ ହେଉଛି ପ୍ରେମ। ଜଣେ ଯୁବତୀଙ୍କ ଭଲ ପାଇବା ପରେ ଯଦି ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେବେ ଯୁବକ ଜଣଙ୍କ ସହ୍ୟ କରି ନ ପାରି ଆତ୍ମହତ୍ୟା କରୁଛନ୍ତି। କାରଣ ଯୁବକ ଜଣଙ୍କ ତା’ର ପ୍ରେମିକା ସବୁ କିଛି ଭାବି ଥିବା ବେଳେ ସେ ଛାଡ଼ି ଦେବା ପରେ ଦୁନିଆରେ ତାଙ୍କର ବଞ୍ଚିବାର ଅଧିକାର ବୋଲି ଭାବୁଛନ୍ତି। ତେଣୁ ଏଭଳି ଯୁବକଙ୍କ କ୍ଷେତ୍ରରେ କାଉନ୍‌‌ସିଲିଂ ଆବଶ୍ୟକ ବୋଲି […]

ଅନେକ ଯୁବକ ଆତ୍ମହତ୍ୟା କରିବାର କାରଣ ହେଉଛି ପ୍ରେମ। ଜଣେ ଯୁବତୀଙ୍କ ଭଲ ପାଇବା ପରେ ଯଦି ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେବେ ଯୁବକ ଜଣଙ୍କ ସହ୍ୟ କରି ନ ପାରି ଆତ୍ମହତ୍ୟା କରୁଛନ୍ତି। କାରଣ ଯୁବକ ଜଣଙ୍କ ତା’ର ପ୍ରେମିକା ସବୁ କିଛି ଭାବି ଥିବା ବେଳେ ସେ ଛାଡ଼ି ଦେବା ପରେ ଦୁନିଆରେ ତାଙ୍କର ବଞ୍ଚିବାର ଅଧିକାର ବୋଲି ଭାବୁଛନ୍ତି। ତେଣୁ ଏଭଳି ଯୁବକଙ୍କ କ୍ଷେତ୍ରରେ କାଉନ୍‌‌ସିଲିଂ ଆବଶ୍ୟକ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଭୁବନେଶ୍ୱର: ରାଜଧାନୀରେ କିଛିଦିନ ହେଲା ଆତ୍ମହତ୍ୟା କାର କ୍ରମଶଃ ବଢ଼଼ିବାରେ ଲାଗିଛି। ପ୍ରେମ ପତାରଣା, ପାରିବାରିକ କଳହ ନେଉଛି ଜୀବନ। ବିଶେଷକରି ମହିଳାଙ୍କ ଅପେକ୍ଷା ସହରରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି। ପୁଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ। କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବିଷ ପିଇ ଆତ୍ମହତ୍ୟା କରିବା ଠାରୁ ବେକରେ ରଶି କିମ୍ବା କପଡ଼ା ବାନ୍ଧି ଆତ୍ମହତ୍ୟା କରିବା ସଂଖ୍ୟା ଅଧିକ ରହିଛି। ୨୦୨୪ରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୨୫୩ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୩ ଏହି ମାସ ପର୍ଯ୍ୟନ୍ତ ଆତ୍ମହତ୍ୟା ସଂଖ୍ୟା ୨୨୦ ରହିଥିଲା। ଗତ ୨ ବର୍ଷ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର୍ଯ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି। କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି। ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି। ଜଟଣୀ ଥାନା ଅଞ୍ଚଳରେ ୭ ଜଣ ଆତ୍ମହତ୍ୟା କରିଥିବା ବେଳେ ତମାଣ୍ଡେରେ ୪ଜଣ। ଭରତପୁର ଥାନ ଅଞ୍ଚଳରେ ୩୧ ଜଣ, ଇନ୍‌‌ଫୋଭ୍ୟାଲି ୪ଜଣ ଆତ୍ମହତ୍ୟା କରିଛନ୍ତି। ବଡ଼ଗଡ଼ରେ ୭ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରେ ୯ ଜଣ, ବାଲିଅନ୍ତାରେ ୭ ଜଣ, ବାଲିପାଟଣା ୨ ଜଣ, ପାହାଳରେ ୭ ଜଣ, ନୂଆପଲ୍ଲୀରେ ୧୬ ଜଣ ଆତ୍ମହତ୍ୟା କଲେଣି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୩୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସହିଦନଗରରେ କେହି ଆତ୍ମହତ୍ୟା କରିନାହାନ୍ତି। ମୈତ୍ରୀବିହାରରେ ୯ଜଣ, ଚନ୍ଦକା ୬, ନନ୍ଦନକାନନ ଜଣେ, ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୧୯ ଜଣ ଏବଂ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ ଜଣ ଆତ୍ମହତ୍ୟା କଲେଣି। ୨୦୨୩ରେ ରାଜଧାନୀରେ ୪୨୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ପୁଅଙ୍କ ସଂଖ୍ୟା ରହିଛି ୨୩୬। ସେହିଭଳି ୨୦୨୪ ଜୁଲାଇ ୨୬ ସୁଧା ୨୫୩ ଜଣ କରିଥିବା ଆତ୍ମହତ୍ୟା ମଧ୍ୟରେ ୧୮୦ ଜଣ ପୁରୁଷ ଆତ୍ମହତ୍ୟା କଲେଣି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ପରୋକ୍ଷରେ ମୋବାଇଲ୍‌‌ ଦାୟୀ
ରାଜଧାନୀରେ ବର୍ତ୍ତମାନ ସମସ୍ତଙ୍କ ହାତରେ ୫-ଜି ମୋବାଇଲ୍‌‌ ଫୋନ୍‌‌। ଯିଏ ଯେଉଁଠି ପାଇଲା ମୋବାଇଲ୍‌‌ ଧରି ବସିପଡ଼ିଲା। ଘରକୁ ଗଲେ ବାପା, ମାଆ ଏବଂ ପିଲା ମୋବାଇଲ୍‌‌ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ କେହି କାହାରିକୁ ସମୟ ଦେଇ ପାରୁନାହାନ୍ତି। ଯଦି କିଛି ଦୁଃଖ ଆସେ କେହି କାହା ପାଖରେ କହୁ ନାହାନ୍ତି। ତେଣୁ ନିଜର ଦୁଃଖ କଥା ନିଜ ଭିତରେ ଚାପି ମାନସିକ ଭାରସ୍ୟାମ ହରାଇ ଏକାଧିକ ଯୁବକ ଆତ୍ମହତ୍ୟା କରୁଛନ୍ତି। ତେଣୁ ପୂର୍ବ ପିଢୀରେ ଯେପରି ପରିବାର ଲୋକ ପରସ୍ପର ସମୟ ଦେଉଥିଲେ ସେଭଳି ବର୍ତ୍ତମାନ ସମୟ ଦେବା ଆବଶ୍ୟକ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଆତ୍ମହତ୍ୟା ରୋକିବା ପାଇଁ କେନ୍ଦ୍ର
ଜଣେ ନିଶା ପିଉଥିଲେ ଏହି ଅଭ୍ୟାସକୁ ରୋକିବା ପାଇଁ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି। ସେଠାରେ କିଛି ମାସ ନିଶାଡ଼ି ରହିବା ପରେ ସୁଧୁରି ଯାଉଛି। ପାଗଳଙ୍କ ପାଇଁ ମଧ୍ୟ ପାଗଳଖାନା ରହିଛି। ସେଠାରେ ମାନସିକ ବିକାରଗ୍ରସ୍ତଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ତେଣୁ ଯେଉଁମାନେ ମାନସିକ ଭାରସାମ୍ୟ ହରାଉଛନ୍ତି କିମ୍ବା ସେମାନଙ୍କ ଠାରେ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଦେଖା ଦେଉଛି ସେମାନଙ୍କୁ ଏଭଳି ସେଣ୍ଟରରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମାନସିକ ଚିକିତ୍ସିକ ମତ ଦେଉଛନ୍ତି।

27 Jul 2024 By The Sakala

https://www.thesakala.in/crime/love-is-taking-the-lives-of-the-youth-253-people-have-committed-suicide-in-half-a-year/article-33941
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର