ଚୋରର ମହାନତା : ଫେରାଇ ଦେଲା ଚୋରି କରିଥିବା ସମସ୍ତ ଜିନିଷ

The Sakala Picture
Published On

ହରିୟାଣା : ନିକଟରେ ହରିୟାଣାର ଜିନ୍ଦ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ହସ୍ପିଟାଲର ପିପି ସେଣ୍ଟରରୁ ଜଣେ ଚୋର ପାଖାପାଖୀ ୧୭୦୦ଟି କରୋନା ଟିକା ଚୋରି କରିନେଇଥିଲା। କିନ୍ତୁ ଯେତେବେଳେ ଏହି ଚୋରଟି ଜାଣିବାକୁ ପାଇଥିଲା ଯେ, ସେ ଚୋରି କରିଥିବା ସାମଗ୍ରୀଗୁଡ଼ିକ ହେଉଛି କରୋନା ଟିକା, ସେତେବେଳେ ସେ ଏହାକୁ ମଣିଷ ପଣିଆ ଦେଖାଇ ଫେରାଇ ଦେଇଛି। ଚୋରି ହୋଇଥିବା କରୋନା ଟିକାଗୁଡ଼ିକ ଚୋରଟି ସ୍ଥାନୀୟ ଅଞ୍ଚଳରେ ଥିବା ଥାନାର ବାହାରେ ଥିବା ଏକ ଚା’ ଦୋକାନରେ […]

ହରିୟାଣା : ନିକଟରେ ହରିୟାଣାର ଜିନ୍ଦ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ହସ୍ପିଟାଲର ପିପି ସେଣ୍ଟରରୁ ଜଣେ ଚୋର ପାଖାପାଖୀ ୧୭୦୦ଟି କରୋନା ଟିକା ଚୋରି କରିନେଇଥିଲା। କିନ୍ତୁ ଯେତେବେଳେ ଏହି ଚୋରଟି ଜାଣିବାକୁ ପାଇଥିଲା ଯେ, ସେ ଚୋରି କରିଥିବା ସାମଗ୍ରୀଗୁଡ଼ିକ ହେଉଛି କରୋନା ଟିକା, ସେତେବେଳେ ସେ ଏହାକୁ ମଣିଷ ପଣିଆ ଦେଖାଇ ଫେରାଇ ଦେଇଛି। ଚୋରି ହୋଇଥିବା କରୋନା ଟିକାଗୁଡ଼ିକ ଚୋରଟି ସ୍ଥାନୀୟ ଅଞ୍ଚଳରେ ଥିବା ଥାନାର ବାହାରେ ଥିବା ଏକ ଚା’ ଦୋକାନରେ ଛାଡ଼ି ଦେଇଥିଲା। ଏହା ସହିତ ସେ ଏକ ପତ୍ର ମଧ୍ୟ ଲେଖିଛି। ପତ୍ରରେ ଚୋରଟି ଲେଖିଛି, କ୍ଷମା କରିବେ, ମୁଁ ଜାଣି ନଥିଲି ଏହା କରୋନା ଟିକା। ଜିନ୍ଦ ଡିଏସ୍‌ପି ଜିତେନ୍ଦ୍ର ଖଟକର କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ମୁହଁକୁ ଢାଙ୍କିଥିବା ଜଣେ ବାଇକ୍ ଆରୋହୀ ଚା’ ଦୋକାନକୁ ଆସି ଜଣେ ବୃଦ୍ଧଙ୍କୁ ବ୍ୟାଗ୍ ଦେଇଥିଲେ ଏବଂ କହିଥିଲେ ଏଥିରେ ପୋଲିସ ଷ୍ଟେସନ ମୁଖ୍ୟଙ୍କ ରୁଟି ଅଛି। ପରେ ବ୍ୟାଗ୍‌ରୁ ୧୭୧୦ଟି କରୋନା ଟିକା ଉଦ୍ଧାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଚୋରଟି ସମ୍ପର୍କରେ କିଛି ଜଣାପଡିନାହିଁ।

27 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର